ETV Bharat / bharat

CM in Mumbai: ମୁକେଶ ଆମ୍ବାନୀଙ୍କୁ ଭେଟିଲେ, ହକି ଆଇକନ ସମ୍ମାନରେ ହେବେ ସମ୍ମାନିତ

author img

By

Published : Feb 27, 2023, 6:57 PM IST

ଦୁଇ ଦିନିଆ ମୁମ୍ବାଇ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁକେଶ ଅମ୍ବାନୀଙ୍କ ସମେତ ଏକାଧିକ ବିଶିଷ୍ଟ ଶିଳ୍ପପତିଙ୍କ ସହ ଓଡିଶାରେ ନିବେଶ ନେଇ ଆଲୋଚନା । ହକି ଆଇକନ ସମ୍ମାନରେ ହେବେ ସମ୍ମାନିତ । ଅଧିକ ପଢନ୍ତୁ

ମୁକେଶ ଆମ୍ବାନୀଙ୍କୁ ଭେଟିଲେ, ହକି ଆଇକନ ସମ୍ମାନରେ ହେବେ ସମ୍ମାନିତ
ମୁକେଶ ଆମ୍ବାନୀଙ୍କୁ ଭେଟିଲେ, ହକି ଆଇକନ ସମ୍ମାନରେ ହେବେ ସମ୍ମାନିତ

ମୁକେଶ ଆମ୍ବାନୀଙ୍କୁ ଭେଟିଲେ, ହକି ଆଇକନ ସମ୍ମାନରେ ହେବେ ସମ୍ମାନିତ

ଭୁବନେଶ୍ବର: ଦୁଇ ଦିନିଆ ମୁମ୍ବାଇ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ମୁମ୍ବାଇରେ ଦୁଇଟି କାର୍ଯ୍ୟକ୍ରମରେ ଯୋଗଦେବା ନେଇ ସୂଚନା ରହିଛି । ନବୀନ ଓଡିଶା ନିବେଶକ ସମ୍ମିଳନୀରେ ଯୋଗ ଦେଇଥିବା ବେଳେ ସ୍ପୋର୍ଟସ ଷ୍ଟାର ଏସେସ ପୁରସ୍କାର (2023 Sportstar Aces Awards function) ସମାରୋହରେ ମଧ୍ୟ ସେ ଅଂଶଗ୍ରହଣ କରିବେ ।

ମୁମ୍ବାଇର ହୋଟେଲ ତାଜ ପ୍ୟାଲେସରେ ଆଜି (ସୋମବାର) ଅପରାହ୍ନରେ ଆୟୋଜିତ ହୋଇଥିବା ଓଡିଶା ନିବେଶକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଂଶଗ୍ରହଣ କରିଛନ୍ତି । ଏହା ପରେ ମୁଖ୍ୟମନ୍ତ୍ରୀ କିଛି ନିବେଶକଙ୍କୁ ଏକକ ଭାବରେ ମଧ୍ୟ ଭେଟିଛନ୍ତି । ସେମାନଙ୍କ ମଧ୍ୟରେ ବିଶିଷ୍ଟ ଶିଳ୍ପପତି ତଥା ରିଲାଏନ୍ସ ଗ୍ରୁପର ମୁଖ୍ୟ ମୁକେଶ ଅମ୍ବାନୀଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ । ମୁମ୍ବାଇରେ ମୁକେଶ ଅମ୍ବାନୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ସାକ୍ଷାତ ଓ ନିବେଶ ସମ୍ପର୍କରେ ଆଲୋଚନା ହୋଇଛି ।

ଓଡିଶାରେ ନିବେଶ କରିବା ଲାଗି ଆହ୍ୱାନ ଦେଇଛନ୍ତି ନବୀନ । ଓଡିଶା ନିବେଶ ପାଇଁ ଉପଯୁକ୍ତ ସ୍ଥାନ ବୋଲି କହିଛନ୍ତି ମୁକେଶ ଅମ୍ବାନୀ । ଆଲୋଚନାରେ ଓଡିଶାରେ ମୁକେଶ ଅମ୍ବାନୀ ନିବେଶ କରିବା ନେଇ ଆଗ୍ରହ ପ୍ରକାଶ କରିଛନ୍ତି । ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ନେଇ ଓଡ଼ିଶା ସରକାରଙ୍କ ଉଦ୍ୟମକୁ ସେ ମଧ୍ୟ ପ୍ରଶଂସା କରିଛନ୍ତି । ଆଗାମୀ ଦିନରେ ରିଲାଏନ୍ସ ଗ୍ରୁପ ଓଡିଶାରେ ବିଭିନ୍ନ କ୍ଷେତ୍ରରେ ନିବେଶ କରିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ମିଳିଛି ।

ସେହିପରି ସନ୍ଧ୍ୟାରେ ଉକ୍ତ ହୋଟେଲରେ ସ୍ପୋର୍ଟସ ଷ୍ଟାର ଏସେସ୍ ପୁରସ୍କାର ସମାରୋହ କାର୍ଯ୍ୟକ୍ରମ ରହିଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସାମିଲ ହେବେ । ସେଠାରେ ତାଙ୍କୁ ହକି ‘‘ଆଇକନ ଅଫ ଦି ଇୟର’’ ପୁରସ୍କାରରେ ସମ୍ମାନିତ କରାଯିବ । ବିଶ୍ୱ ହକିକୁ ନୂଆ ଦିଗନ୍ତ ଦେବା କ୍ଷେତ୍ରରେ ତାଙ୍କର ଭୂମିକାକୁ ପରିଚୟ ମିଳିବ । ଚଳିତବର୍ଷ ସହ ଲଗାତର ଦୁଇ ଥର ସଫଳତାର ସହ ପୁରୁଷ ହକି ବିଶ୍ବକପ ଆୟୋଜନ କରି ମୁଖ୍ୟମନ୍ତ୍ରୀ ସାରା ବିଶ୍ବରେ ହକିପ୍ରେମୀଙ୍କ ପ୍ରଶଂସା ସାଉଁଟିଛନ୍ତି ।

2018 ରେ ଓଡିଶା ପ୍ରଥମ ଥର ପୁରଷ ହକି ବିଶ୍ବକପ ଆୟୋଜନ କରିଥିବା ବେଳେ ଚଳିତବର୍ଷ (2023) ମଧ୍ୟ ଓଡିଶା ହକି ବିଶ୍ବକପର ଆୟୋଜନ ଭାର ଗ୍ରହଣ କରିଥିଲା । ରାଜ୍ୟର ହକି ଏନ୍ତୁଡିଶାଳ କୁହାଯାଉଥିବା ସନ୍ଦରଗଡ ରାଉରକେଲାରେ ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ମଧ୍ୟ ପ୍ରତିଷ୍ଠା କରାଯାଇଛି । ଆଜିର ଏହି ଗସ୍ତରେ ମୁଖ୍ୟମନ୍ତ୍ରୀଙ୍କ ସହ 5ଟି ସଚିବ ଭି.କେ ପାଣ୍ଡିଆନ, ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା ପ୍ରମୁଖ ମଧ୍ଯ ଯାଇଛନ୍ତି । ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଓଡିଶା ଫେରିବେ ବୋଲି ସୂଚନା ମିଳିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.