ETV Bharat / state

Odisha Assembly: ସରକାର କିଏ ଚଳାଉଛି: ବିରୋଧୀ ଦଳନେତା, ଜବାବ ରଖିଲେ ପ୍ରମିଳା

author img

By

Published : Feb 27, 2023, 5:36 PM IST

ବିରୋଧୀ ଦଳନେତା ଜୟ ନାରାୟଣ ମିଶ୍ର କହିଛନ୍ତି ‘‘ ଓଡିଶାରେ ସରକାର କିଏ ଚଳାଉଛି? ସରକାରର ମନ୍ତ୍ରୀଙ୍କ ଠାରୁ ସଚିବ ଅଧିକ କ୍ଷମତାଶାଳୀ । ମୁଖ୍ୟମନ୍ତ୍ରଙ୍କ ପରେ ଆଉ ଜଣେ ସୁପର ମୁଖ୍ୟମନ୍ତ୍ରୀ ରହିଛନ୍ତି । ବିରୋଧୀ ଦଳ ଏହି ଅଭିଯୋଗ କରିବା ଏକ ସ୍ବାଭାବିକ କଥା । କିନ୍ତୁ ସରକାରୀ ଦଳ ବିଧାୟକ ମଧ୍ୟ ଏହି ଅଭିଯୋଗ ଆଣୁଛନ୍ତି । ଅଧିକ ପଢନ୍ତୁ

Etv Bharat
Etv Bharat

ସରକାର କିଏ ଚଳାଉଛି: ବିରୋଧୀ ଦଳନେତା, ଜବାବ ରଖିଲେ ପ୍ରମିଳା

ଭୁବନେଶ୍ବର: ଓଡିଶାରେ ସରକାର କିଏ ଚଳାଉଛି? ସରକାରର ମନ୍ତ୍ରୀଙ୍କ ଠାରୁ ସଚିବ ଅଧିକ କ୍ଷମତାଶାଳୀ । ମୁଖ୍ୟମନ୍ତ୍ରଙ୍କ ପରେ ଆଉ ଜଣେ ସୁପର ମୁଖ୍ୟମନ୍ତ୍ରୀ ରହିଛନ୍ତି । ବିରୋଧୀ ଦଳ ଏହି ଅଭିଯୋଗ କରିବା ଏକ ସ୍ବାଭାବିକ କଥା । କିନ୍ତୁ ସରକାରୀ ଦଳ ବିଧାୟକ ମଧ୍ୟ ଏହି ଅଭିଯୋଗ ଆଣୁଛନ୍ତି । ଆଜି ବିଧାନସଭାର ଶୁନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ସରକାରଙ୍କୁ ଆକ୍ରମଣ କରିଛନ୍ତି ବିରୋଧୀ ଦଳନେତା ଜୟ ନାରାୟଣ ମିଶ୍ର ।

ଶୁନ୍ୟକାଳରେ ସଂଗୀନ ଅଭିଯୋଗ ଆଣି ବିରୋଧୀ ଦଳନେତା ଜୟ ନାରାୟଣ ମିଶ୍ର କହିଛନ୍ତି ‘‘ ଓଡିଶାରେ ସରକାର କିଏ ଚଳାଉଛି? ସରକାରର ମନ୍ତ୍ରୀଙ୍କ ଠାରୁ ସଚିବ ଅଧିକ କ୍ଷମତାଶାଳୀ । ମୁଖ୍ୟମନ୍ତ୍ରଙ୍କ ପରେ ଆଉ ଜଣେ ସୁପର ମୁଖ୍ୟମନ୍ତ୍ରୀ ରହିଛନ୍ତି । ବିରୋଧୀ ଦଳ ଏହି ଅଭିଯୋଗ କରିବା ଏକ ସ୍ବାଭାବିକ କଥା । କିନ୍ତୁ ସରକାରୀ ଦଳ ବିଧାୟକ ମଧ୍ୟ ଏହି ଅଭିଯୋଗ ଆଣୁଛନ୍ତି । ’’

ଏହାବି ପଢନ୍ତୁ- Assembly News: ଶୂନ୍ୟକାଳରେ ଉଠିଲା ନବ ଦାସ ହତ୍ୟା ପ୍ରସଙ୍ଗ, ଯୋଜନାବଦ୍ଧ ହତ୍ୟା କହିଲେ ତାରା

ଜୟ ଆହୁରି ଅଭିଯୋଗ କରିଛନ୍ତି ରାଜ୍ୟରେ ବୁକ ସର୍କୁଲାର 47 ଅନୁପାଳନ ହେଉନାହିଁ । ଲୋକ ପ୍ରତିନିଧିଙ୍କୁ ଅଧିକାରୀ ସମ୍ମାନ ଦେଉନାହାଁନ୍ତି । ଏଥିପାଇଁ ସେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଛନ୍ତି । ବିରୋଧୀଦଳ ନେତା କହିଛନ୍ତି, ଗଣତନ୍ତ୍ରରେ ନିର୍ବାଚିତ ପ୍ରତିନିଧି ହେଉଛନ୍ତି ଲୋକଙ୍କ ନିକଟରେ ଉତ୍ତରଦାୟୀ । ଯଦି ସବୁ କ୍ଷମତା ସରକାରୀ ଅଧିକାରୀ ପାଖରେ ରହିବ, ଏପରି ସ୍ଥିତିରେ କଣ ହେବ? ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରି ଜୟ କହିଛନ୍ତି ଗୃହର ସୁରକ୍ଷା କର୍ତ୍ତା ହିସାବରେ ଆମ ସୁରକ୍ଷା ଆପଣଙ୍କ ଦାୟିତ୍ୱ । ଆପଣ ନିର୍ଦ୍ଦେଶ ଦିଅନ୍ତୁ ଯେଉଁମାନେ ବୁକ ସରକୁଲାର 47 ପାଳନ କରୁ ନାହାନ୍ତିଁ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଉ ।

ଅନ୍ୟପଟେ ବିରୋଧୀ ଦଳନେତାଙ୍କ ଏହି ଅଭିଯୋଗର ଜବାବ ରଖିଛନ୍ତି ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ । ପ୍ରମିଳା କହିଛନ୍ତି ସରକାର କିଏ ଚଳାଉଛନ୍ତି ତାହା କଣ ବିରୋଧୀ ଦଳନେତାଙ୍କୁ ଦେଖାଯାଉନାହିଁ? ବିରୋଧୀ ଦଳ କଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଖି ନାହାନ୍ତି କି? ସେମାନଙ୍କ ଆଖି ନାହିଁ କି? ନବୀନ ପଟ୍ଟନାୟକ ସରକାର ଚଳାଉଛନ୍ତି । ସେ (ବିରୋଧୀ ଦଳ) ଦେଖିକି ଅଣଦେଖା ହେଉଛନ୍ତି ।

ଏହାବି ପଢନ୍ତୁ- Budget Session: ସ୍ବାଭାବିକ ପ୍ରଶ୍ନକାଳ, କାର୍ଯ୍ୟକ୍ଷମ ହେବ ବ୍ରିଟିଶ ଅମଳର 17ଟି ବ୍ରିଜ

ସୂଚନାଯୋଗ୍ଯଯେ ଗତ ଶନିବାର କଟକ ସ୍ଥିତ ଦ ଲ କଲେଜର ଏକ କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ନିଜ ଦଳ ତଥା ବିଜେଡି ସରକାରକୁ କଡା ସମାଲୋଚନା କରିଥିଲେ । ସୌମ୍ୟ କହିଥିଲେ ଆଇନ ଛାତ୍ରଛାତ୍ରୀଙ୍କର ମାଟି ପ୍ରତି ଦାୟିତ୍ବ ରହିଛି । ସମ୍ବିଧାନ ଅନୁସାରେ ପ୍ରଧାନମନ୍ତ୍ରୀଙ୍କ ଠାରୁ ଜଣେ କନେଷ୍ଟବଳ ପର୍ଯ୍ୟନ୍ତ ଆଇନ ସମାନ । କିନ୍ତୁ ଆଜି ଉତ୍ତର ଦେବାକୁ କେହି ପ୍ରସ୍ତୁତ ନାହାଁନ୍ତି । ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ସମ୍ଭବ ହେଉନାହିଁ । ଏବେ ପ୍ରଶ୍ନ ଉଠୁଛି ମନ୍ତ୍ରୀ ବଡ ନା ସଚିବ । ଏହି ସନ୍ଦେହ ଏବେ ଲୋକଙ୍କ ମନରେ ଉଙ୍କିମାରୁଛି । ଏହି ସନ୍ଦେହ କିଏ ଦୂର କରିବ? ସୌମ୍ୟ ଆହୁରି କହିଥିଲେ, ଏବେ ବ୍ୟବସ୍ଥା ବିରୋଧରେ ତୁଣ୍ଡ ଖୋଲିଲେ କାର୍ଯ୍ୟାନୁଷ୍ଠାନର ଭୟ ରହିଛି । ଦଳ ବିରୋଧରେ କହିଲେ ବହିଷ୍କାର ହେବାର ସମ୍ଭାବନା ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.