ETV Bharat / state

Budget Session: ସ୍ବାଭାବିକ ପ୍ରଶ୍ନକାଳ, କାର୍ଯ୍ୟକ୍ଷମ ହେବ ବ୍ରିଟିଶ ଅମଳର 17ଟି ବ୍ରିଜ

author img

By

Published : Feb 27, 2023, 12:33 PM IST

Budget Session
assembly budget session

ବିଧାନସଭା ବଜେଟ ଅଧିବେଶନର ସପ୍ତମ ଦିନରେ ସ୍ବାଭାବିକ ଭାବେ ପ୍ରଶ୍ନକାଳ ଚାଲିଥିଲା । ଗୃହକାର୍ଯ୍ୟ ଆରମ୍ଭରୁ ପୂର୍ବତନ ସଦସ୍ୟା ରାସ ମଞ୍ଜରୀ ଦେବୀଙ୍କ ବିୟୋଗରେ ଶୋକ ପ୍ରକାଶ ଆଗତ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢନ୍ତୁ

ଭୁବନେଶ୍ବର: ବିଧାନସଭା ବଜେଟ ଅଧିବେଶନରେ ଆଜି ଗୃହକାର୍ଯ୍ୟ ସ୍ବାଭାବିକ ହୋଇଛି । ଶାନ୍ତି ଶୃଙ୍ଖଳାରେ ପ୍ରଶ୍ନକାଳ ଚାଲିଛି । ଗୃହକାର୍ଯ୍ୟ ଆରମ୍ଭ ପୂର୍ବରୁ ପୂର୍ବତନ ସଦସ୍ୟା ରାସ ମଞ୍ଜରୀ ଦେବୀଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରସ୍ତାବକୁ ସମର୍ଥନ ଜଣାଇଥିଲେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ଗୃହରେ ରାସମଞ୍ଜରୀ ଦେବୀଙ୍କ ଆତ୍ମୀର ସଦଗତି ପାଇଁ ଗୋଟିଏ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଏହାପରେ ପ୍ରଶ୍ନକାଳ ଆରମ୍ଭ ହୋଇଥିଲା । ସେପଟେ ଚାଷୀ ପ୍ରସଙ୍ଗରେ ମୁଲତବୀ ଆକାରରେ ଆଲୋଚନା ଲାଗି ପ୍ରସ୍ତାବ ଦେଇଛି ବିଜେପି ।

ରାଜ୍ୟରେ ୧୭ଟି ବ୍ରିଟିଶ ଅମଳର ବ୍ରିଜ ରହିଛି । ଯାହାକି ଚଳାଚଳ ପାଇଁ ଉଦ୍ଦିଷ୍ଟ ନୁହେଁ । ସେହି ଅଞ୍ଚଳରେ ନୂଆ ବ୍ରିଜ ନିର୍ମାଣ ନିମନ୍ତେ ସରକାର ପଦକ୍ଷେପ ନେଇଛନ୍ତି । ରାଜ୍ୟରେ 30 ବର୍ଷରୁ ଅଧିକ 258ଟି ବ୍ରିଜ ରହିଛି । ବାଲେଶ୍ଵରରେ ୨ଟି, କଳାହାଣ୍ଡି ୨ଟି, ବଲାଙ୍ଗୀର ୧ଟି,ସମ୍ବଲପୁର ୧ଟି, ପାଣିକୋଇଲି ୧ଟି ଓ ନୟାଗଡ଼ରେ ୫ଟି ବ୍ରିଟିଶ ଅମଳର ବ୍ରିଜ ରହିଛି । ଯାହା ମଧ୍ୟରୁ ବାଲେଶ୍ଵର ଓ କଳାହାଣ୍ଡି ନୂଆ ବ୍ରିଜ ନିମନ୍ତେ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଛି । ରାୟଗଡାରେ ଥିବା ୫ଟିରୁ ୩ଟିର କାର୍ଯ୍ୟ ଆରମ୍ଭ ହୋଇଛି । ପ୍ରଶ୍ନକାଳରେ ବ୍ରିଜକୁ ନେଇ ବିଜେଡି ବିଧାୟକ ଭୂପିନ୍ଦର ସିଂଙ୍କ ପ୍ରଶ୍ନରେ ଏହି ଉତ୍ତର ରଖିଛନ୍ତି ପୂର୍ତ୍ତମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ।

ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଜରିଆରେ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇ ଦିଆଯାଇଛି । ଶଯ୍ୟା ଅନୁପାତରେ ରୋଗୀ ସଂଖ୍ୟା ବଢିଲେ, ଅସ୍ଥାୟୀ ଶଯ୍ୟା ଯୋଗାଇ ଦିଆଯାଏ । କୌଣସି ରୋଗୀକୁ ଶଯ୍ୟା ଅଭାବରୁ ଫେରା ଯାଏ ନାହିଁ । ନିର୍ମଳ ଯୋଜନାରେ ହସ୍ପିଟାଲ ପରିସର ପରିଷ୍କାର କରାଯାଉଛି । 2017-18 ମସିହାରେ 17130 ଶଯ୍ୟା ଥିଲା ଯାହା 2022-23 ରେ 25636କୁ ବୃଦ୍ଧି କରାଯାଇଛି । ସେହିପରି ସମ୍ବନ୍ବିତ ସ୍ବାସ୍ଥ୍ୟ ବିକାଶ ନୀତିରେ ଅଧିକ 21,342 ଶଯ୍ୟା ବୃଦ୍ଧି କରାଯିବ । ଗୃହରେ ଏହି ଉତ୍ତର ରଖିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ । ବର୍ତ୍ତମାନ ରାଜ୍ୟରେ ପ୍ରତି ହଜାର ରୋଗୀରେ 0.7% ଶଯ୍ୟା ଅଛି । IPHS ନିୟମ ଅନୁସାରେ ହଜାରେ ରୋଗୀରେ ଶଯ୍ୟା ସଂଖ୍ୟା 1% ରହିବା କଥା ଯାହାକୁ ହାସଲ କରିବା ଦିଗରେ ରାଜ୍ୟ ସରକାର କାମ ଚଳାଇଛନ୍ତି ବୋଲି ସ୍ବାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଗୃହରେ ସୂଚନା ଦେଇଛନ୍ତି । ୫ହଜାର ଡକ୍ଟର ପଦବୀ ଦୁଇଟି ପର୍ଯ୍ୟାୟରେ ସୃଷ୍ଟି କରାଯିବ ବୋଲି ସେ କହିଛନ୍ତି ।

ଏହା ବି ପଢନ୍ତୁ...ମହାପ୍ରଭୁଙ୍କ ଦର୍ଶନ କଲେ ପ୍ରଦୀପ ଜେନା, କହିଲେ ମହାପ୍ରଭୁଙ୍କ ଇଚ୍ଛା ବିନା କିଛି ହୁଏନି

ଓଡିଶାରେ 2 ଦିନିଆ ମେଗା ସ୍କିଲ କନକ୍ଲେଭ ଅନୁଷ୍ଠିତ ହେବ । ଏପ୍ରିଲ 20 ଓ 21 ତାରିଖରେ କାର୍ଯ୍ୟକ୍ରମ ହେବ । ଛାତ୍ର ଛାତ୍ରୀମାନଙ୍କୁ ନିଯୁକ୍ତି ସୁଯୋଗ ମିଳିବ । ବାହାର ରାଜ୍ୟରୁ ବିଭିନ୍ନ କମ୍ପାନୀ ଆସିବା ନେଇ ବୈଷୟିତ ଶିକ୍ଷାମନ୍ତ୍ରୀ ପ୍ରୀତିରଞ୍ଜନ ଘଡାଇ ସୂଚନା ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.