ETV Bharat / state

ମହାପ୍ରଭୁଙ୍କ ଦର୍ଶନ କଲେ ପ୍ରଦୀପ ଜେନା, କହିଲେ ମହାପ୍ରଭୁଙ୍କ ଇଚ୍ଛା ବିନା କିଛି ହୁଏନି

author img

By

Published : Feb 27, 2023, 9:04 AM IST

ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କଲେ ବରିଷ୍ଠ ଆଇଏଏସ ପ୍ରଦୀପ ଜେନା । ଦର୍ଶନ ପରେ କହିଲେ କିଛି ଆରମ୍ଭ କରିବା ପୂର୍ବରୁ ମହାପ୍ରଭୁଙ୍କୁ ପ୍ରାର୍ଥନା କରିଥାଏ । ଅଧିକ ପଢନ୍ତୁ

pradeep jena Visits SriMandir
pradeep jena Visits SriMandir

pradeep jena Visits SriMandir

ପୁରୀ: ମହାପ୍ରଭୁଙ୍କ ଦର୍ଶନ କଲେ IAS ପ୍ରଦୀପ ଜେନା । ନୂଆ ମୁଖ୍ୟ ଶାସନ ସଚିବ ଘୋଷଣା ପରେ ସେ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ଆଉ ଗୋଟିଏ ଦିନ ପରେ ଦାୟିତ୍ବ ଗ୍ରହଣ କରିବାକୁ ଯାଉଥିବା ବେଳେ ତାପୂର୍ବରୁ ମହାପ୍ରଭୁଙ୍କୁ ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି ।

ରାଜ୍ୟବାସୀଙ୍କ ପାଇଁ ସେ ସବୁ କାର୍ଯ୍ୟ କିଭଳି ଭଲରେ କରି ପାରିବେ ସନେଇ ମହାପ୍ରଭୁ ଶ୍ରଜଗନ୍ନାଥଙ୍କୁ ପ୍ରାର୍ଥନା କରିଥିବା କଥା ସେ କହିଛନ୍ତି । ରାଜ୍ୟ ସରକାର ଗତକାଲି(ରବିବାର) ତାଙ୍କ ନାମ ମୁଖ୍ୟ ଶାସନ ସଚିବ ଭାବେ ବିଜ୍ଞପ୍ତି ପ୍ରକାଶ କରିବା ପରେ ସେ ପତ୍ନୀଙ୍କ ସହ ଆସି ମହାପ୍ରଭୁଙ୍କ ଆଶୀର୍ବାଦ ନେଇଛନ୍ତି । ପ୍ରଥମେ ସେ ସିଂହଦ୍ଵାର ନିକଟରେ ପହଞ୍ଚିବା ପରେ ସେବାୟତମାନେ ସ୍ଵାଗତ କରିଥିଲେ । ଏହାପରେ ପତ୍ନୀଙ୍କ ସହ ଯାଇ ମହାପ୍ରଭୁଙ୍କ ଦର୍ଶନ କରିଥିଲେ । ତେବେ ସିଂହ ଦ୍ଵାର ସମ୍ମୁଖରେ ଦର୍ଶନ ପରେ ସେବାୟତମାନେ ନୂଆ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଓ ତାଙ୍କ ପତ୍ନିଙ୍କୁ ଖଣ୍ଡୁଆ ଦେଇ ସମ୍ବର୍ଦ୍ଧିତ କରିଥିଲେ ।

ଦର୍ଶନ କରିବା ପରେ IAS ପ୍ରଦୀପ ଜେନା କହିଛନ୍ତି," ସବୁ କିଛି ମହାପ୍ରଭୁଙ୍କ ଇଚ୍ଛାରେ ହୋଇଥାଏ । ନୂଆ ନିଯୁକ୍ତି ପଛରେ ମହାପ୍ରଭୁଙ୍କର ଆଶୀର୍ବାଦ ରହିଛି । କିଛି ଆରମ୍ଭ କରିବା ପୂର୍ବରୁ ମହାପ୍ରଭୁଙ୍କୁ ପ୍ରାର୍ଥନା କରିଥାଏ । ମହାପ୍ରଭୁଙ୍କ ଆଶୀର୍ବାଦ ନେଇ ନୂଆ ଦାୟିତ୍ବ ଗ୍ରହଣ କରିବି । କାଳିଆ ନିକଟରେ ରାଜ୍ୟବାସୀଙ୍କ ସୁଖ ସମୃଦ୍ଧି କାମନା କଲି । ପୁରୀ ସହର ସମେତ ଜଗନ୍ନାଥ ମନ୍ଦିରର ଉନ୍ନତି ପାଇଁ ସରକାର ଅନେକ ପ୍ରକଳ୍ପ କରୁଛନ୍ତି । ଖୁବ୍ ଶୀଘ୍ର ଏହା ଭକ୍ତଙ୍କ ଉଦ୍ଦେଶ୍ୟରେ ସରକାର ଲୋକାର୍ପିତ କରିବେ । ମୁଁ ପୂର୍ବରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଥିଲି । ଶ୍ରୀମନ୍ଦିର ବିଭିନ୍ନ ସମସ୍ୟା ବିଷୟରେ ଅବଗତ ରହିଛି । ଯାହାବି ସମସ୍ୟା ରହିଛି ତାହାର ସମାଧାନ ପାଇଁ ମୁଁ ପଦକ୍ଷେପ ନେବି।

ଏହା ମଧ୍ୟ ପଢନ୍ତୁ: ପ୍ରଦୀପ ଜେନା ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ, 28ରେ ସରୁଛି ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ

ସେହିପରି ଶ୍ରୀମନ୍ଦିରରେ ସ୍ଥାୟୀ ମୁଖ୍ୟ ପ୍ରଶାସକ ନିଯୁକ୍ତି ନେଇ ସେ କହିଛନ୍ତି," ସରକାର ଏ ନେଇ ସଚେତନ ଅଛନ୍ତି । ଶ୍ରୀ ମନ୍ଦିରର ଉନ୍ନତି ପାଇଁ ସରକାର ପଦକ୍ଷେପ ନେଉଛନ୍ତି । ପୁରୀ scs କଲେଜ୍ ବିଶ୍ଵବିଦ୍ୟାଳୟ ମାନ୍ୟତା ନେଇ ଯାହା କିଛି ସମ୍ଭବ ସବୁ ପଦକ୍ଷେପ ଗ୍ରହଣ କରିବି । ବିଶେଷ କରି କାର୍ଯ୍ୟକାଳ ଭିତରେ ପୁରୀ ସହର ସମେତ ରାଜ୍ୟ ସମସ୍ତ ଅଞ୍ଚଳର ବିକାଶ ନେଇ କାର୍ଯ୍ୟ କରିବି ।"

ପ୍ରକାଶଥାଉକି, ବର୍ତ୍ତମାନର ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ ଚଳିତ ମାସ 28 ତାରିଖରେ ଶେଷ ହେଉଥିବା ବେଳେ ତାଙ୍କ ସ୍ଥାନରେ ପ୍ରଦୀପ ଜେନାଙ୍କୁ ଦାୟିତ୍ବ ମିଳିଛି । ଆଇଏଏସ ପ୍ରଦୀପ ଜେନା ମାର୍ଚ୍ଚ ମହିଲାରୁ ବିଧିବଦ୍ଧ ଭାବେ ଦାୟିତ୍ବ ଗ୍ରହଣ କରିବେ । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.