ETV Bharat / sports

World Athletics Championships: ଦେଶବାସୀଙ୍କୁ ପଦକ ଉତ୍ସର୍ଗ କଲେ ସୁନାପୁଅ ନୀରଜ

author img

By ETV Bharat Odisha Team

Published : Aug 28, 2023, 10:08 AM IST

First Indian world athletics champion
First Indian world athletics champion

ବିଶ୍ବ ଆଥଲେଟିକ୍ସ ଚମ୍ପିଆନସିପରେ ସ୍ବର୍ଣ୍ଣ ପଦକ ହାସ ପରେ ପ୍ରତିକ୍ରିୟା ରଖିଲେ ନୀରଜ । ଦେଶବାସୀଙ୍କୁ ଧନ୍ୟବାଦ ଜଣାଇବା ସହ ମେଡାଲକୁ ଦେଶ ପାଇଁ କଲେ ଉତ୍ସର୍ଗ । ଅଧିକ ପଢନ୍ତୁ

ବୁଦାପେଷ୍ଟ: ବିଶ୍ବ ଆଥଲେଟିକ୍ସ ଚମ୍ପିଆନସିପରେ ସ୍ବର୍ଣ୍ଣ ଜିତି ଇତିହାସ ରଚିଛନ୍ତି ଜାଭେଲିନ ଫିଙ୍ଗାଳି ନୀରଜ ଚୋପ୍ରା । ପ୍ରଥମ ଭାରତୀୟ ଭାବେ ସ୍ବର୍ଣ୍ଣ ପଦକ ଜିତିଛନ୍ତି ନୀରଜ । ଜାତୀୟ କ୍ରୀଡା ଦିବସର ଗୋଟିଏ ଦିନ ପୂର୍ବରୁ ଏହି ସଫଳତା ହାସଲ କରି ଦେଶ ପାଇଁ ଗୌରବ ଆଣିଛନ୍ତି ନୀରଜ । ଏହି ସଫଳତା ପରେ ସାମ୍ନାକୁ ଆସିଛି ନୀରଜଙ୍କ ପ୍ରଥମ ପ୍ରତିକ୍ରିୟା । ଦେଶବାସୀଙ୍କୁ ଧନ୍ୟବାଦ ଜଣାଇବା ସହ ମେଡାଲକୁ ଦେଶ ପାଇଁ ଉତ୍ସର୍ଗ କରିଛନ୍ତି ।

  • Neeraj Chopra- I want to thank the people of India for staying up late. This medal is for all of India. I'm Olympic champion now I'm world champion. Keep working hard in different fields. We have to make a name in the world. pic.twitter.com/JsymGj3Kwd

    — jonathan selvaraj (@jon_selvaraj) August 27, 2023 " class="align-text-top noRightClick twitterSection" data=" ">

ପ୍ରତିକ୍ରିୟାରେ ନୀରଜ ଚୋପ୍ରା କହିଛନ୍ତି,'' ବିଳମ୍ବିତ ରାତି ପର୍ଯ୍ୟନ୍ତ ମୋତେ ଅପେକ୍ଷା କରିଥିବାରୁ ଦେଶବାସୀଙ୍କୁ ମୁଁ ଧନ୍ୟବାଦ ଜଣାଉଛି । ଏହି ମେଡାଲ ପୁରା ଦେଶର । ଅଲମ୍ପିକ ଚମ୍ପିଆନ ପରେ ବର୍ତ୍ତମାନ ମୁଁ ବିଶ୍ବ ଚମ୍ପିଆନ ହୋଇପାରିଛି । ବିଭିନ୍ନ କ୍ଷେତ୍ରରେ କଠିନ ପରିଶ୍ରମ ଜାରି ରଖନ୍ତୁ । ଆମକୁ ବିଶ୍ବରେ ନିଜକୁ ପରିଚିତ କରିବାକୁ ପଡିବ ।''

ଏହା ମଧ୍ୟ ପଢନ୍ତୁ-World Athlethics Championships: ପ୍ରଥମ ଭାରତୀୟ ଭାବେ ଐତିହାସିକ ସ୍ବର୍ଣ୍ଣ ଜିତିଲେ ନୀରଜ, ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ବିଶ୍ବ ଆଥଲେଟିକ ଚମ୍ପିଆନସିପ ଜାଭେଲିନ ଥ୍ରୋ ଫାଇନାଲରେ ପାକିସ୍ତାନର ଅର୍ଶଦ ନଦୀପଙ୍କୁ ପଛରେ ପକାଇ ସ୍ବର୍ଣ୍ଣ ଜିତିଛନ୍ତି ନୀରଜ। 88.17 ମିଟର ଜାଭେଲିନ ଫିଙ୍ଗି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ନୀରଜ ଚୋପ୍ରା ତାଙ୍କ ପ୍ରଥମ ପ୍ରୟାସରେ ବିଫଳ ହୋଇଥିଲେ । ଦ୍ବିତୀୟ ପ୍ରୟାସରେ ଜବରଦସ୍ତ କମବ୍ୟାକ କରି ପ୍ରଥମ ସ୍ଥାନରେ ଅଧିକାର କରିଥିଲେ । ଯାହା ତାଙ୍କୁ ସ୍ବର୍ଣ୍ଣିମ ସଫଳତା ଦେଇଛି ।

ଏହା ମଧ୍ୟ ପଢନ୍ତୁ-World Athlethics Championships: 5ମରେ ଓଡିଆ ପୁଅ କିଶୋର, ଷଷ୍ଠରେ ମନୁ, ରାଷ୍ଟ୍ରପତିଙ୍କ ଶୁଭେଚ୍ଛା

ପ୍ରଥମ ଭାରତୀୟ ଭାବେ ବିଶ୍ବ ଆଥଲେଟିକ ଚମ୍ପିଆନସିପରେ ସ୍ବର୍ଣ୍ଣ ପଦକ ହାସଲ କରି ଇତିହାସ ରଚିଛନ୍ତି ନୀରଜ । ନୀରଜଙ୍କର ଏହି ସଫଳତାକୁ ନେଇ ଦେଶ ଆଜି ଗର୍ବିତ । ଏଥି ପାଇଁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି । ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ରାଷ୍ଟ୍ରପତି ମଧ୍ୟ ନୀରଜଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ବିଶ୍ବ ଆଥଲେଟିକ ଚମ୍ପଆନସିପରେ ଭାରତର ଏହା ତୃତୀୟ ପଦକ । ଆସନ୍ତାକାଲି କ୍ରୀଡା ଦିବସ ଥିବା ବେଳେ ଗୋଟିଏ ଦିନ ପୂର୍ବରୁ ବିଶ୍ବ ଆଥଲେଟିକ୍ସ ଚମ୍ପିଆନସିପରେ ସ୍ବର୍ଣ୍ଣ ଜିତି ଦେଶବାସୀଙ୍କୁ ଅପୂର୍ବ ଭେଟି ଦେଇଛନ୍ତି ନୀରଜ । ପୁରା ଦେଶ ତାଙ୍କର ଏହି ସଫଳତାକୁ ମନେ ରଖିବ ।

ଟୋକିଓ ଅଲମ୍ପିକ୍ସରେ ନୀରଜ ସ୍ବର୍ଣ୍ଣ ଜିତିଥିବା ବେଳେ ଏହା ପୂର୍ବରୁ 2022 ଡାଇମଣ୍ଡ ଲିଗ ଚମ୍ପିଆନ ଟ୍ରଫି ହାତେଇଥିଲେ । 2018 ଏସିଆ ଗେମ୍ସରେ ସ୍ବର୍ଣ୍ଣ, 2018 ରାଜ୍ୟ ଗୋଷ୍ଠୀ କ୍ରୀଡାରେ ଗୋଲ୍ଟ ମେଡାଲ ସହିତ 4ଟି ଅଲଗା ଅଲଗା ଡାଇମଣ୍ଡ ଲିଗ ଟାଇଟଲ ଜିତିଛନ୍ତି । 2016ରେ ଜୁନିୟର ୱାର୍ଲ୍ଡ ଚାମ୍ପିଅନ ଓ 2017ରେ ଏସିଆନ ଚମ୍ପିଆନସିପ ଟାଇଟଲ ହାତେଇଥିଲେଏହି ଷ୍ଟାର ଜାଭେଲିନ ଫିଙ୍ଗାଳି ନୀରଜ ଚୋପ୍ରା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.