ETV Bharat / sports

World Athlethics Championships: 5ମରେ ଓଡିଆ ପୁଅ କିଶୋର, ଷଷ୍ଠରେ ମନୁ, ରାଷ୍ଟ୍ରପତିଙ୍କ ଶୁଭେଚ୍ଛା

author img

By ETV Bharat Odisha Team

Published : Aug 28, 2023, 9:07 AM IST

ବିଶ୍ବ ଆଥଲେଟିକ୍ସ ଚମ୍ପିଆନସିପରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେଇ ପଞ୍ଚମ ସ୍ଥାନରେ ରହିଛନ୍ତି ଓଡିଆ ଆଥଲେଟ କିଶୋର ଜେନା । ଅଧିକ ପଢନ୍ତୁ

5ମରେ ଓଡିଆ ପୁଅ କିଶୋର
World Athlethics Championships 2023

ନୂଆଦିଲ୍ଲୀ: ଜାଭେଲିନ ଥ୍ରୋ ଇଭେଣ୍ଟରେ ଓଡିଆ ଆଥଲେଟ କିଶୋର ଜେନାଙ୍କ କମାଲ । ବିଶ୍ବ ଆଥଲେଟିକ୍ସ ଚମ୍ପିଆନସିପରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି କିଶୋର । ପଦକ ଜିତିନାହାନ୍ତି ହେଲେ ନିରାଶ ବି କରିନାହାନ୍ତି । ଶ୍ରେଷ୍ଠ ପ୍ରଦର୍ଶନ କରି ସମସ୍ତଙ୍କ ହୃଦୟ ଜିତିଛନ୍ତି କିଶୋର ଜେନା । ହଙ୍ଗେରୀର ବୁଦାପେଷ୍ଟରେ ଚାଲିଥିବା ବିଶ୍ବ ଆଥଲେଟିକ୍ସ ଚମ୍ପିଆନସିପ ପୁରୁଷ ଜାଭେଲିନ ଥ୍ରୋ ଇଭେଣ୍ଟରେ 84.77 ମିଟର ଜାଭେଲିନ ଫିଙ୍ଗି କ୍ୟାରିଅରର ଶ୍ରେଷ୍ଠ ଦମଦାର ପ୍ରଦର୍ଶନ କରି ପଞ୍ଚମ ସ୍ଥାନରେ ରହିଛନ୍ତି । ସେହିପରି ଷଷ୍ଠ ସ୍ଥାନରେ ରହିଛନ୍ତି ମନୁ ଡିପି ।

ବିଶ୍ବ ଆଥଲେଟିକ୍ସ ଚମ୍ପିଆନସିପରେ ନୀରଜ ଚୋପ୍ରାଙ୍କ ସମେତ 3 ଭାରତୀୟ ଫାଇନାଲରେ ପ୍ରବେଶ କରିଥିଲେ । ଓଡିଆ ଜାଭେଲିନ ଫିଙ୍ଗାଳି ବ୍ରହ୍ମଗିରିର କୋଠସାହି କୋହିନୂର କିଶୋର ଜେନା ବିଶ୍ବ ଆଥଲେଟିକ୍ସ ଚମ୍ପିଆନସିପରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି । ଓଡିଆ ଜାଭେଲିନ ଥ୍ରୋୟର କିଶୋର ଜେନା 84.77 ମିଟର ଜାଭେଲିନ ଫିଙ୍ଗି ପଞ୍ଚମ ସ୍ଥାନରେ ରହିଛନ୍ତି । କିଶୋର 75.70ମିଟରରୁ ଥ୍ରୋ ଆରମ୍ଭ କରିଥିଲେ । ଦ୍ବିତୀୟ ପ୍ରୟାସରେ 82.82 ମିଟର ଅତିକ୍ରମ କରିଥିଲେ । ତୃତୀୟରେ ବିଫଳ ହେବା ପରେ ଚତୁର୍ଥରେ 80.19 ମିଟର ଫିଙ୍ଗିଥିଲେ । ଏହା ପରେ ପଞ୍ଚମ ପ୍ରୟାସରେ 84.77 ମିଟିର ଜାଭେଲିନ ଫିଙ୍ଗିବାରେ ସଫଳ ହୋଇଥିଲେ । କିଶୋର ପ୍ରଥମ ଓଡିଆ ଭାବେ ବିଶ୍ବ ଚାମ୍ପିଅନସିପକୁ ଯୋଗ୍ୟତା ଅର୍ଜନ କରିଥିଲେ ଯାହା ଓଡିଆ ଆଥଲେଟ କ୍ରୀଡା ଇତିହାସରେ ଏକି ବିରଳ ସଫଳତା ।

ଫାଇନାଲରେ ପ୍ରବେଶ କରିଥିବା ଅନ୍ୟ ଜାଭେଲିନ ଫିଙ୍ଗାଳି ଡିପି ମନୁ ଷଷ୍ଠ ସ୍ଥାନରେ ରହିଛନ୍ତି । 84.14 ମିଟର ଜାଭେଲିନ ଫିଙ୍ଗି ସେ ତାଙ୍କର ଅଭିଯାନ ଶେଷ କରିଛନ୍ତି । ବିଶ୍ବ ଆଥଲେଟିକ୍ସ ଚମ୍ପିଆନସିପ ଜାଭେଲିନ ଫାଇନାଲରେ 3 ଭାରତୀୟଙ୍କ ଦମଦାର ପ୍ରଦର୍ଶନ ପାଇଁ ଆଜି ସାରା ଭାରତ ଗର୍ବିତ । ବିଭିନ୍ନ ମହଲରୁ ତିନି ଷ୍ଟାର ଜାଭେଲିନ ଫିଙ୍ଗାଳୀଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି ।

ଏହା ବି ପଢନ୍ତୁ...World Athletics Championships: ଫାଇନାଲ୍‌ରେ ଓଡ଼ିଆ ପୁଅ କିଶୋର ଜେନା, ନୀରଜଙ୍କ ସହ ୨ ଭାରତୀୟଙ୍କ ହେବ ଟକ୍କର

ଏହା ବି ପଢନ୍ତୁ...World Athlethics Championships: ପ୍ରଥମ ଭାରତୀୟ ଭାବେ ଐତିହାସିକ ସ୍ବର୍ଣ୍ଣ ଜିତିଲେ ନୀରଜ, ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ଏହା ବି ପଢନ୍ତୁ...ବ୍ରହ୍ମଗିରିରୁ ବୁଦାପେଷ୍ଟ: ଦିନେ ଜମି ବିକି ଜାଭେଲିନ୍‌ କିଣିଥିଲେ ବାପା, ଆଜି ବିଶ୍ବ ଦରବାରରେ ଚମକିଲେ ପୁଅ

ବିଶ୍ବ ଆଥଲେଟିକ୍ସ ଚମ୍ପିଆନସିପ ଫାଇନାଲରେ ଚମତ୍କାର ପ୍ରଦର୍ଶନ କରିଥିବା ଓଡିଆ ପୁଅ କିଶୋର ଜେନା, ଡିପି ମନୁ ଓ ସ୍ବର୍ଣ୍ଣିମ ସଫଳତା ପାଇଥିଲା ନୀରଜ ଚୋପ୍ରାଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁଭେଚ୍ଛା ଜଣାଇଛନ୍ତି । ସେ ଟ୍ବିଟ କରି ଲେଖିଛନ୍ତି, ''3 ଭାରତୀୟ ବିଶ୍ବ ଆଥଲେଟିକ୍ସ ଚମ୍ପିଆନସିପ ଫାଇନାଲରେ ପ୍ରତିନ୍ଦ୍ବନ୍ଦିତା କରିବା ସମଗ୍ର ଦେଶ ଓ ଜାତି ପାଇଁ ଗର୍ବ । ଶ୍ରେଷ୍ଠ ପ୍ରଦର୍ଶନ କରି ସମସ୍ତେ ଶ୍ରେଷ୍ଠ ଷଷ୍ଠ ସ୍ଥାନରେ ରହିଛନ୍ତି । ସମସ୍ତଙ୍କୁ ଶୁଭେଚ୍ଛା । ସେମାନେ ଭାରତ ଆଥଲେଟ କ୍ରୀଡାକୁ ଶିଖରକୁ ନେଇଛନ୍ତି ।''

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.