ETV Bharat / sports

World Athletics Championships: ସ୍ବର୍ଣ୍ଣ ଜିତିଲେ ସୁନାପୁଅ ନୀରଜ, ଦେଶର ବିଜୟ କହିଲେ ବାପା

author img

By ETV Bharat Odisha Team

Published : Aug 28, 2023, 1:11 PM IST

Neeraj Chopra wins gold
Neeraj Chopra fathers reaction after he won gold

ବିଶ୍ବ ଆଥଲେଟିକ୍ସ ଚାମ୍ପିଅନସପିରରେ ଜାଭେଲିନ୍‌ ଥ୍ରୋ' ଫାଇନାଲ୍‌ ଇଭେଣ୍ଟରେ ସ୍ବର୍ଣ୍ଣ ଜିତିଛନ୍ତି । ଏନେଇ ସାରା ଦେଶ ଆଜି ଗର୍ବିତ । ପୁଅର ସଫଳତା ଗର୍ବ ଅନୁଭବ କରିଛନ୍ତି ନୀରଜ ଚୋପ୍ରା । ଅଧିକ ପଢନ୍ତୁ

ଚଣ୍ଡିଗଡ: ଐତିହାସିକ ସ୍ବର୍ଣ୍ଣିମ ସଫଳତା । ଉତ୍ସବ ମୁଖର ସାରା ଦେଶ । ଗର୍ବିତ ପରିବାର । ବିଶ୍ବ ଆଥଲେଟିକ୍ସ ଚମ୍ପିଆନ୍‌ସିପ୍‌ରେ ଦେଶକୁ ସ୍ବର୍ଣ୍ଣ ପଦକ ଭେଟି ଦେଇଛନ୍ତି ସୁନା ପୁଅ ନୀରଜ ଚୋପ୍ରା । ପାକିସ୍ତାନୀ ପ୍ରତିନ୍ଦ୍ବନ୍ଦୀଙ୍କୁ ମାତ ଦେଇ ଏହି ସଫଳତା ହାସଲ କରିଛନ୍ତି ନୀରଜ । ବିଶ୍ବ ଆଥଲେଟିକ୍ସ ଚମ୍ପିଆନସିପ୍‌ରେ 88.17 ମିଟର ଜାଭେଲିନ୍‌ ଭିଙ୍ଗି ସ୍ବର୍ଣ୍ଣ ପଦକ ଜିତିଛନ୍ତି ନୀରଜ । ଏନେଇ ତାଙ୍କ ପରିବାର ଉତ୍ସବ ପାଳନ କରିଛି । ପରସ୍ପରକୁ ମିଠା ଖୁଆଇବା ସହିତ ପୁଅର ସଫଳତା ସାରା ଦେଶର ବୋଲି କହିଛନ୍ତି ନୀରଜ ଚୋପ୍ରାଙ୍କ ବାପା ।

ଏହା ବି ପଢନ୍ତୁ...World Athlethics Championships: ପ୍ରଥମ ଭାରତୀୟ ଭାବେ ଐତିହାସିକ ସ୍ବର୍ଣ୍ଣ ଜିତିଲେ ନୀରଜ, ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ନୀରଜଙ୍କ ବାପା ସତୀଶ କୁମାର କହିଛନ୍ତି,"ବିଶ୍ବ ଆଥଲେଟିକ୍ସ ଚାମ୍ପିଆନସିପ୍‌ରେ ସ୍ବର୍ଣ୍ଣ ଜିତିବା ଦେଶ ପାଇଁ ଗର୍ବର ମୁହୂର୍ତ୍ତ । ଏହି ବିଜୟ ଦେଶର । ଆମ ପରିବାର ପାଇଁ ଗର୍ବର ବିଷୟ । ନୀରଜ ଭାରତ ଫେରିବା ପରେ ଆମେ ଆଉ ଥରେ ସେଲିବ୍ରେସନ କରିବୁ । ପୁଅର ସଫଳତାରେ ଆଜି ମୁଁ ଗର୍ବିତ ।" ସମ୍ପର୍କୀୟଙ୍କ ନିକଟରୁ ଶୁଭେଚ୍ଛାର ସୁଅ ଛୁଟିଛି । ଭାରତୀୟ ସେନା ମଧ୍ୟ ନୀରଜଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଏହା ବି ପଢନ୍ତୁ...World Athletics Championships: ଦେଶବାସୀଙ୍କୁ ପଦକ ଉତ୍ସର୍ଗ କଲେ ସୁନାପୁଅ ନୀରଜ

40ବର୍ଷ ପରେ ଭାରତକୁ ଆଥଲେଟରେ ପ୍ରଥମ ସ୍ବର୍ଣ୍ଣ ପଦକ ଭେଟି ଦେଇଛନ୍ତି ନୀରଜ ଚୋପ୍ରା । ଟୋକିଓ ଅଲମ୍ପିକ୍ସରେ ସ୍ବର୍ଣ୍ଣ ଜିତିଥିବା ଷ୍ଟାର ଜାଭେଲିନ ଫିଙ୍ଗାଳି ନୀରଜ ଚୋପ୍ରା ବିଶ୍ବ ଆଥଲେଟିକ୍ସ ଚମ୍ପିଆନସିପରେ ପ୍ରଥମ ଭାରତୀୟ ଭାବେ ଐତିହାସିକ ସ୍ବର୍ଣ୍ଣ ପଦକ ଜିତିଛନ୍ତି । 88.17 ମିଟର ଜାଭେଲିନ ଫିଙ୍ଗି ପ୍ରଥମ ସ୍ଥାନ ଅଧିକାର କରି ସ୍ବର୍ଣ୍ଣିମ ସଫଳତା ହାସଲ କରିଛନ୍ତି । ଏନେଇ ତାଙ୍କୁ ରାଷ୍ଟ୍ରପତିଙ୍କଠୁ ନେଇ ପ୍ରଧାନମନ୍ତ୍ରୀ ଓ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି । ସାରା ଦେଶ ଆଜି ସୁନାପୁଅଙ୍କ ସଫଳତାରେ ଗର୍ବ ଓ ଗୌରବ ଅନୁଭବ କରୁଛି ।

ବିଶ୍ବ ଆଥଲେଟ ଚମ୍ପିଅନସିପରେ ଏହା ନୀରଜଙ୍କର ଦ୍ବିତୀୟ ପଦକ । ଗତବର୍ଷ ସେ ଏହି ଚମ୍ପିଆନସିପରେ ରୌପ୍ୟ ପଦକ ଜିତିଥିଲେ । ଏହା ପୂର୍ବରୁ ଭାରତର ଅଞ୍ଜୁ ବବି 2003 ସଂସ୍କରଣରେ ମହିଳା ଲଙ୍ଗ ଜମ୍ପରେ ବ୍ରୋଞ୍ଜ ପଦକ ଜିତିଥିଲେ । ପ୍ରଥମ ଭାରତୀୟ ଭାବେ ଦେଶକୁ ବିଶ୍ବ ଆଥଲେଟିକ ଚମ୍ପିଆନସିପରେ ସ୍ବର୍ଣ୍ଣିମ ସଫଳତା ହାସଲ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.