ETV Bharat / sports

Asian Para Games: ବ୍ୟାଡମିଣ୍ଟନରେ ବ୍ରୋଞ୍ଜ ପଦକ ଜିତିଲେ ପ୍ରମୋଦ, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

author img

By ETV Bharat Odisha Team

Published : Oct 26, 2023, 8:04 AM IST

pramod bhagat wins bronze medal
ବ୍ୟାଡମିଣ୍ଟନରେ ବ୍ରୋଞ୍ଜ ପଦକ ଜିତିଲେ ପ୍ରମୋଦ

ଚତୁର୍ଥ ପାରା ଏସୀୟ କ୍ରୀଡାରେ ଓଡିଶାକୁ ପ୍ରଥମ ପଦକ ଦେଇଛନ୍ତି ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତ । ଅଧିକ ପଢନ୍ତୁ

ହାଙ୍ଗଝୌ: ଚୀନରେ ଚାଲିଥିବା ଚତୁର୍ଥ ପାରା ଏସୀୟ କ୍ରୀଡାରେ ଓଡିଶାର ଅଭିଜ୍ଞ ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତ ପଦକ ହାସଲ କରିଛନ୍ତି । ମିଶ୍ରିତ ଯୁଗଳ ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ କାଂସ୍ୟ ପଦର ଜିତିଛନ୍ତି ପ୍ରମୋଦ ଭଗତ । ପ୍ରମୋଦ ତାଙ୍କ ସାଥୀ ମନୀଷା ରାମଦାସ ମିଶ୍ରିତ ଯୁହଳ ଏକ୍ସଡି ଏସଏଲ -3-ଏସୟୁ 5 ବର୍ଗରେ ଏହି ସଫଳତା ହାସଲ କରିଛନ୍ତି । ପ୍ରମୋଦଙ୍କର ଏହି ସଫଳତା ଓଡିଶା ପାଇଁ ପ୍ରଥମ ପଦକ ।

ଏହି ଭାରତୀୟ ଯୋଡି ସେମି ଫାଇନାଲରେ ଇଣ୍ଡୋନେସିଆର ହିକମାସ ରନଦାନୀ ଓ ଲିଆନି ଓକଟିଲାଙ୍କ ଠାରୁ 19-21, 14-21ରେ ପରାସ୍ତ ହୋଇ କାଂସ୍ୟ ପଦକରେ ସନ୍ତୁଷ୍ଟ ହୋଇଛନ୍ତି । ପୂର୍ବରୂ ଏହି ଯୋଡି କ୍ବାର୍ଟର ଫାଇନାଲରେ ଜାପାନର ତାଇୟୋ ଇମାଇ ଓ ନୋରିକା ଇଟୋଙ୍କୁ 21-10,22-20ରେ ପରାସ୍ତ କରି ସେମିକୁ ଉଠିଥିଲେ । ଏହି ଯୋଡିଙ୍କ ସଫଳତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି । ପଦକ ଜିତିଥିବାରୁ ଦେଶ ଗର୍ବିତ ବୋଲି ଟ୍ବିଟ କରି କହିଛନ୍ତି ପ୍ରଧାନମନ୍ତ୍ରୀ । ପାରା ଏସୀୟ କ୍ରୀଡାରେ ମିଶ୍ରିତ ଯୁଗଳରେ ପଦକ ଜିତି ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣିଛ ବୋଲି କହିବା ସହ ଆଗାମୀ ସଫଳତା ପାଇଁ ଶୁଭକାମନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଏହା ବି ପଢନ୍ତୁ...Asian Para Games: ଜାଭେଲିନ ଥ୍ରୋରେ ସ୍ବର୍ଣ୍ଣ ଜିତିଲେ ସୁମିତ-ହାନୀ, ଟିଟିରେ ଭାବିନାଙ୍କୁ ବ୍ରୋଞ୍ଜ

ଏହା ବି ପଢନ୍ତୁ...Asian Para Games 2023: ଡିସକ୍ସ ଥ୍ରୋରେ କ୍ଲିନ୍‌ ସ୍ବିପ୍‌, ଦ୍ବିତୀୟ ଦିନରେ ଭାରତକୁ ୧୭ ପଦକ

ଅକ୍ଟୋବର 23 ତାରିଖରୁ ଚତୁର୍ଥ ଏସୀୟ ପାରା କ୍ରୀଡ଼ା ଆରମ୍ଭ ହୋଇଛି । ଏଥିରେ ଭାରତର 309 ଖେଳାଳି ଅଂଶଗ୍ରହଣ କରିଛନ୍ତି । ଆରମ୍ଭରୁ ହିଁ ଭାରତୀୟ କ୍ରୀଡ଼ାବିତଙ୍କ କମାଲ ଦେଖିବାକୁ ମିଳିଛି । ଗୋଟିିିଏ ଗୋଟିଏ ଇଭେଣ୍ଟରେ ପଦକ ପୋଛି ନେଇଛନ୍ତି ଭାରତୀୟ ଖେଳାଳି । ପ୍ରଥମ ଦିନରେ ହାଇଜମ୍ପରେ ଭାରତୀୟ କ୍ରୀଡ଼ାବିତ ପଦକ ପୋଛିଥିଲେ । ପ୍ରଥମ ଦିନରେ 17ଟି ପଦକ ଜିତିଥିଲା ଭାରତ । ଦ୍ବିତୀୟ ଦିନରେ ମଧ୍ୟ ସମାନ 17ଟି ପଦକ ହାସଲ କରିଥିଲା । ତୃତୀୟ ଦିନରେ ଭାରତ ମୋଟ 30 ପଦକ ହାସଲ କରିଥିଲା । ଏଯାବତ ଭାରତର ମୋଟ ପଦକ ସଂଖ୍ୟା 64ରେ ପହଞ୍ଚିଛି । ସେଥିରେ 15ଟି ସ୍ବର୍ଣ୍ଣ, 20ଟି ରୌପ୍ୟ ଓ 29ଟି ବ୍ରୋଞ୍ଜ ପଦକ ରହିିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.