ETV Bharat / sports

ବିଶ୍ବକପ 2023: ବ୍ୟାଟିଂରେ ବିରାଟ ଶ୍ରେଷ୍ଠ, ପ୍ଲେୟାର ଅଫ ଦି ଟୁର୍ଣ୍ଣାମେଣ୍ଟ ବିବେଚିତ

author img

By ETV Bharat Odisha Team

Published : Nov 20, 2023, 8:51 AM IST

Updated : Nov 20, 2023, 9:03 AM IST

ବିଶ୍ବକପ 2023ରେ ସର୍ବଶ୍ରେଷ୍ଠ ବ୍ୟାଟର ବିବେଚିତ ହୋଇ ପ୍ଲେୟାର ଅଫ ଦି ଟୁର୍ଣ୍ଣାମେଣ୍ଟ ହୋଇଛନ୍ତି ବିରାଟ କୋହଲି । ଚଳିତ ବିଶ୍ବକପରେ ସର୍ବାଧିକ 765 ରନ ତାଙ୍କ ଖାତାରେ ରହିଛି । ଅଧକ ପଢନ୍ତୁ

Virat Kohli
World Cup 2023

ହାଇଦ୍ରାବାଦ: 140 କୋଟି ଭାରତୀୟ ନିରାଶ । ତୃତୀୟ ଥର ଭାରତର ବିଶ୍ବକପ ହାତେଇବା ସ୍ବପ୍ନ ଧୂଳିସାତ ହୋଇଛି । ହାତ ପାହାନ୍ତାରୁ ଟ୍ରଫି ଦୂରେଇ ଗଲା । ଦେଶବାସୀଙ୍କ ଅଘୋଶିତ ଶୋକ ପାଳନ ଭିତରେ ଭାରତୀୟ ଖେଳାଳିଙ୍କର କିଛି ରେକର୍ଡ ଫ୍ୟାନ୍ସଙ୍କୁ ସାମାନ୍ୟ ଖୁସି ଦେଇଛି । ଚଳିତ ବିଶ୍ବକପ ସଂସ୍କରଣରେ ରନ ମେସିନ ବିରାଟ କୋହଲି ଏକାଧିକ ରେକର୍ଡର ଅଧିକାରୀ ହୋଇଛନ୍ତି । ବିଶ୍ବକପ 2023ରେ ସର୍ବଶ୍ରେଷ୍ଠ ବ୍ୟାଟର ବିବେଚିତ ହୋଇ ପ୍ଲେୟାର ଅଫ ଦି ଟୁର୍ଣ୍ଣାମେଣ୍ଟ ହାତେଇଛନ୍ତି ବିରାଟ କୋହଲି । ଚଳିତ ବିଶ୍ବକପରେ ସର୍ବାଧିକ 765 ରନ ତାଙ୍କ ଖାତାରେ ରହିଛି । ଏହା ସହିତ ଗୋଟିଏ ୱିକେଟ ମଧ୍ୟ ହାସଲ କରିଛନ୍ତି କୋହଲି ।

ଭାରତ ବିଶ୍ବକପ ଫାଇନାଲରେ ଅଷ୍ଟ୍ରେଲିଆଠୁ ପରାସ୍ତ ହୋଇଛି । ମୁକୁଟ ଜିତିପାରି ନଥିଲେ ବି ରନ୍‌ ମେସିନ କିଙ୍ଗ୍‌ କୋହଲି ସବୁଠାରୁ ସଫଳ ବ୍ୟାଟର ସାବ୍ୟସ୍ତ ହୋଇଛନ୍ତି । ବିରାଟ କୋହଲି 11 ମ୍ୟାଚରୁ 3 ଶତକ ସହ ମୋଟ 765 ରନ କରିଛନ୍ତି । ଏହା ସହିତ ଗୋଟିଏ ୱିକେଟ୍‌ ମଧ୍ୟ ହାସଲ କରିଛନ୍ତି । ବିଶ୍ବକପ ତ୍ରୟୋଦଶ ସଂସ୍କରଣର ପ୍ଲେୟାର ଅଫ ଦି ଟୁର୍ଣ୍ଣାମେଣ୍ଟ ବିବେଚିତ ହୋଇଛନ୍ତି । ବିଶ୍ବକପ 2023ରେ ସର୍ବାଧିକ ରନ ସଂଗ୍ରହକାରୀ ବ୍ୟାଟର ହେବାର ସୌଭାଗ୍ୟ ଲାଭ କରିଛନ୍ତି । ପାକିସ୍ତାନ (16ରନ) ଓ ଇଂଲଣ୍ଡ (0) ବିପକ୍ଷ ମ୍ୟାଚ ଛାଡିଦେଲେ ଅନ୍ୟ 9ଟି ମ୍ୟାଚରେ 50ରୁ ଅଧିକ ସ୍କୋର କରିଛନ୍ତି । ତାଙ୍କ ନାମରେ 6ଟି ଅର୍ଦ୍ଧଶତକ ଓ 3ଟି ଶତକ ରହିଛି ।

ଚଳିତ ବିଶ୍ବକପରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ରେକର୍ଡ ଭାଙ୍ଗିଥିଲେ । 49 ଦିନିକିଆ ଶତକ ରେକର୍ଡ ଭାଙ୍ଗି 50ତମ ଶତକ ହାସଲ କରିଥିବା ବିରାଟ କୋହଲି ବିଶ୍ବକପ ଫାଇନାଲରେ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିଙ୍କିଂ ପଣ୍ଟିଂଙ୍କୁ ଟପିଛନ୍ତି । ବିଶ୍ବକପ ଫାଇନାଲରେ ସେ 54ରନ୍‌ର ପାଳି ଖେଳିଥିଲେ । ବିଶ୍ବକପରେ ଏକ ସିଙ୍ଗଲ ସଂସ୍କରଣରେ ସର୍ବାଧିକ ରନ ସ୍କୋରର ବିବେଚିତ ହୋଇଛନ୍ତି । ବିଶ୍ବକପରେ ପଣ୍ଟିଂ 1,743 ରନ କରିଥିବା ବେଳେ କୋହଲି 37ଟି ମ୍ୟାଚ ଖେଳି 1795 ରନ କରିଛନ୍ତି । ବିଶ୍ବକପରେ ଦ୍ବିତୀୟ ସର୍ବାଧିକ ରନ୍ ସ୍କୋରର ହୋଇଛନ୍ତି ରନ୍‌ ମେସିନ ବିରାଟ କୋହଲି ।

ଏହା ବି ପଢନ୍ତୁ...ବିଶ୍ବକପରେ ସର୍ବାଧିକ ଓ୍ବିକେଟ ହାସଲକାରୀ ମହମ୍ମଦ ଶାମି

ଏହା ବି ପଢନ୍ତୁ...ବିଶ୍ବକପ୍‌ ୨୦୨୩: ୫ମରେ ବ୍ୟାଟିଂ କରି ରେକର୍ଡ, ରାହୁଲ୍‌ ଦ୍ରାବିଡ୍‌ଙ୍କୁ ପଛରେ ପକାଇଲେ କେଏଲ୍‌ ରାହୁଲ୍‌

ସମସ୍ତ ବିଶ୍ବକପ ପ୍ଲେୟାର ଅଫ୍ ଦି ଟୁର୍ଣ୍ଣାମେଣ୍ଟ ଏବଂ ସେମାନଙ୍କ ପ୍ରଦର୍ଶନ

1992 -ମାର୍ଟିନ୍‌ କ୍ରୋ' (ନ୍ୟୁଜିଲାଣ୍) - 456 ରନ୍
1996 -ସନତ ଜୟସୁରିଆ (ଶ୍ରୀଲଙ୍କା) - 221 ରନ ଏବଂ 6 ୱିକେଟର
1999 -ଲାନ୍ସ କ୍ଲୁଜନର ( ଦକ୍ଷିଣ ଆଫ୍ରିକା) - 281 ରନ ଏବଂ 17 ୱିକେଟ
2003 -ସଚିନ ତେନ୍ଦୁଲକର (ଭାରତ) - 673 ରନ ଏବଂ 2 ୱିକେଟ
2007 - ଗ୍ଳେନ ମାକଗ୍ରାଥ (ଅଷ୍ଟ୍ରେଲିଆ) - 26 ୱିକେଟ
2011 - ଯୁବରାଜ ସିଂହ ( ଭାରତ) - 362 ରନ ଏବଂ 15 ୱିକେଟ୍
2015 - ମିଚେଲ ଷ୍ଟାର୍କ (ଅଷ୍ଟ୍ରେଲିଆ) - 22 ୱିକେଟ୍
2019 - କେନ୍ ୱିଲିୟମସନ (ନ୍ୟୁଜିଲାଣ୍ଡ) - 578 ରନ୍ and 2 ୱିକେଟ (ଅଧିନାୟକ)
2023 - ବିରାଟ କୋହଲି (ଭାରତ) - 765 ରନ୍ and 1 ୱିକେଟ୍

Last Updated :Nov 20, 2023, 9:03 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.