ETV Bharat / sports

ବିଶ୍ବକପରେ ସର୍ବାଧିକ ଓ୍ବିକେଟ ହାସଲକାରୀ ମହମ୍ମଦ ଶାମି

author img

By ETV Bharat Odisha Team

Published : Nov 20, 2023, 7:42 AM IST

ଚଳିତ ବିଶ୍ବକପରେ ସର୍ବାଧିକ ଓ୍ବିକେଟ ନେବାରେ 1 ନମ୍ବର ଶାମି । ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ବୋଲର ଭାବେ ବିବେଚିତ । ଅଧିକ ପଢ଼ନ୍ତୁ

Mohammed Shami
Mohammed Shami

ହାଇଦ୍ରାବାଦ: ଆଇସିସି ପୁରୁଷ ବିଶ୍ବକପ ଶେଷ ହୋଇଛି । ଭାରତକୁ ହରାଇ ଷଷ୍ଠ ଥର ଚମ୍ପିଆନ୍‌ ହୋଇଛି ଅଷ୍ଟ୍ରେଲିଆ । ଫାଇନାଲରେ ହାରିଥିଲେ ବି ପୁରା ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଖେଳାଳିଙ୍କ ପ୍ରଦର୍ଶନ ଜବରଦସ୍ତ ରହିଥିଲା । ବ୍ୟାଟିଂ ଓ ବୋଲିଂରେ ସବୁଠାରୁ ସଫଳ ଖେଳାଳି ହୋଇପାରିଛନ୍ତି ଯଥାକ୍ରମେ ବିରାଟ କୋହଲି ଓ ମହମ୍ମଦ ଶାମି । ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ଓ୍ବିକେଟ ହାସଲକାରୀ ହୋଇପାରିଛନ୍ତି ଶାମି । ମୋଟ 7ଟି ମ୍ୟାଚ ଖେଳି 24ଟି ଓ୍ବିକେଟ ଅକ୍ତିଆର କରି ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ବୋଲର ଭାବେ ବିବେଚିତ ଭାବେ ହୋଇଛନ୍ତି । ଫାଇନାଲ ମ୍ୟାଚରେ ତାଙ୍କର ଯାଦୁ ଚାଲିନଥିଲେ ମଧ୍ୟ ସେମି ଫାଇନାଲ ମ୍ୟାଚରେ 7ଟି ଓ୍ବିକେଟ ନେଇ ବିପକ୍ଷ ଦଳକୁ ଚିତପଟାଂ କରିଦେଇଥିଲେ । ଫାଇନାଲ ମ୍ୟାଚରେ ସେ ଗୋଟିଏ ଓ୍ବିକେଟ ଅକ୍ତିଆର କରି ସର୍ବାଧିକ ଓ୍ବିକେଟ ହାସଲକାରୀଙ୍କ ମଧ୍ୟରେ ଏକ ନମ୍ବର ସ୍ଥାନରେ ରହିଛନ୍ତି ।

ଏହା ମଧ୍ୟ ପଢନ୍ତୁ-ବିଶ୍ବକପ୍‌ ୨୦୨୩: ୫ମରେ ବ୍ୟାଟିଂ କରି ରେକର୍ଡ, ରାହୁଲ୍‌ ଦ୍ରାବିଡ୍‌ଙ୍କୁ ପଛରେ ପକାଇଲେ କେଏଲ୍‌ ରାହୁଲ୍‌

ଚଳିତ ବିଶ୍ବକପ୍‌ 2023ରେ ସେ କେବଳ 7 ମ୍ୟାଚ୍‌ ଖେଳି ଟୁର୍ଣ୍ଣାମେଣ୍ଟର ସର୍ବାଧିକ ୱିକେଟ୍‌ ହାସଲକାରୀ ବୋଲର ହୋଇଛନ୍ତି । 10.70 ଆଭେରେଜ ସହିତ ସେ 24ଟି ଓ୍ବିକେଟ୍‌ ନେଇଛନ୍ତି । ତାଙ୍କର ଷ୍ଟ୍ରାଇକରେଟ୍‌ ରହିଥିଲା 12.20 । ବେଷ୍ଟ୍‌ ବୋଲିଂ ଫିଗର ରହିଛି 7/57 । ଏହି ଟୁର୍ଣ୍ଣାମେଣ୍ଟରେ ସେ ଗୋଟିଏ ମ୍ୟାଚ୍‌ରେ 4 ୱିକେଟ୍‌ ସଫଳତା ହାସଲ କରିଥିବାବେଳେ 3 ଥର 5 ୱିକେଟ୍‌ ସଫଳତା ହାସଲ କରିଛନ୍ତି । ଟୁର୍ଣ୍ଣାମେଣ୍ଟରେ ମୋଟ 24 ୱିକେଟ୍‌ ହାସଲ କରିସାରିଥିବା ମହମ୍ମଦ ଶାମି ନ୍ୟୁଜିଲାଣ୍ଡ ବିପକ୍ଷରେ ଏକାକୀ ୭ ୱିକେଟ୍‌ ହାସଲ କରିଥିଲେ । ଯାହା ବିଶ୍ବକପ ଇତିହାସରେ ଜଣେ ଭାରତୀୟ ବୋଲରଙ୍କ ସର୍ବଶ୍ରେଷ୍ଠ ପ୍ରଦର୍ଶନ ଥିଲା ।

ସର୍ବାଧିକ ଓ୍ବିକେଟ ହାସଲକାରୀଙ୍କ ମଧ୍ୟରେ ଶାମି ପ୍ରଥମ ସ୍ଥାନରେ ରହିଥିବା ବେଳେ ଆଦାମ ଜାମ୍ପା 11ଟି ମ୍ୟାଚରୁ 23ଟି ଓ୍ବିକେଟ ନେଇ ଦ୍ବିତୀୟ ସ୍ଥାନରେ ରହିଛନ୍ତି । ସେହିପରି ଦିଲଶାନ ମଦୁଶଙ୍କା , ଗେରାଲ୍ଡ କୋଲର୍ଜୀ ଓ ଜଶପ୍ରୀତ ବୁମରା ତୃତୀୟ , ଚତୁର୍ଥ ଓ ପଞ୍ଚମ ସ୍ଥାନରେ ରହିଛନ୍ତି । ବୁମରା 11ଟି ମ୍ୟାଚ ଖେଳି 20ଟି ଓ୍ବିକେଟ୍‌ ନେଇଛନ୍ତି ।

ବର୍ତ୍ତମାନ ପର୍ଯ୍ୟନ୍ତ ବିଶ୍ବକପ ଇତିହାସରେ 18ଟି ମ୍ୟାଚ ଖେଳି 13.52 ହାରରେ 55ଟି ଓ୍ବିକେଟ ହାସଲ କରିଛନ୍ତି ଶାମି । ତାଙ୍କର ଷ୍ଟ୍ରାଇକ୍‌ ରେଟ୍‌ ରହିଛି 15.81 । ବିଶ୍ବକପ ଇତିହାସରେ ସର୍ବାଧିକ ଓ୍ବିକେଟ ହାସଲକାରୀଙ୍କ ମଧ୍ୟରେ ସେ ପଞ୍ଚମ ସ୍ଥାନରେ ରହିଛନ୍ତି । ବିଶ୍ବକପ ଇତିହାସରେ ଗ୍ଲେନ ମ୍ୟାକ୍ସଓ୍ବେଲ 39ଟି ମ୍ୟାଚରେ 71ଟି ଓ୍ବିକେଟ ନେଇଛନ୍ତି । ଚଳିତ ବିଶ୍ବକପରେ ଭାରତ ପାଇଁ ପ୍ରଥମରୁ 4 ମ୍ୟାଚ୍‌ରେ ଚୂଡ଼ାନ୍ତ ଏକାଦଶରୁ ବାଦ ପଡ଼ିଥିଲେ ଦଳର ସ୍ପିଡ୍‌ ଷ୍ଟାର ମହମ୍ମଦ ଶାମି । ହାର୍ଦ୍ଦିକ ପାଣ୍ଡ୍ୟା ଆହତ ହୋଇ ଦଳରୁ ବାଦ ପଡ଼ିବା କାରଣରୁ ଶାମିଙ୍କୁ ମିଳିଥିଲା ସୁଯୋଗ । ଏହାପରେ ସେ ଦଳକୁ କୌଣସି ମ୍ୟାଚରେ ବି ନିରାଶ କରିନଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.