ETV Bharat / sports

ବିବାହ ପୂର୍ବରୁ ହିଁ ହାର୍ଦ୍ଦିକଙ୍କୁ ଜଣାଥିଲା ଛାଡପତ୍ର ବିଷୟ ! ପୁରୁଣା ଭିଡିଓରେ କହିଥିଲେ ଏପରି - Hardik Natasa divorce rumours

author img

By ETV Bharat Odisha Team

Published : May 26, 2024, 1:56 PM IST

Hardik Pandya Viral Video: ହାର୍ଦ୍ଦିକ ପାଣ୍ଡ୍ୟା ଓ ନତାଶା ଷ୍ଟେନକୋଭିକଙ୍କ ବିବାହ ବିଚ୍ଛେଦ ଖବର ଚର୍ଚ୍ଚା ମଧ୍ୟରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଏକ ପୁରୁଣା ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ତାଙ୍କ ୫୦ ପ୍ରତିଶତ ସମ୍ପତ୍ତି ଯେଭଳି କାହାକୁ ଦେବାକୁ ନପଡେ ସେ ବିଷୟରେ କଥା ହେଉଛନ୍ତି । ଅଧିକ ପଢନ୍ତୁ

Hardik Pandya
Hardik Pandya (IANS)

ହାଇଦ୍ରାବାଦ: ଷ୍ଟାର କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଓ ଅଭିନେତ୍ରୀ ନତାଶା ଷ୍ଟେନକୋଭିକଙ୍କ ବିବାହ ବିଚ୍ଛେଦ ଖବର ଚର୍ଚ୍ଚା ମଧ୍ୟରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଏକ ପୁରୁଣା ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି । ହାର୍ଦ୍ଦିକକୁ ଯେପରି ପୂର୍ବରୁ ବିବାହ ବିଚ୍ଛେଦ କଥା ଜଣାଥିଲା ବୋଲି ଏହି ଭିଡିଓକୁ ଦେଖି ସୋସିଆଲ ମିଡିଆରେ ୟୁଜର୍ସମାନେ ଟ୍ରୋଲ କରୁଛନ୍ତି । ୨୦୧୭ ମସିହାର ଏହି ପୁରୁଣା ଭିଡିଓରେ ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ସମ୍ପତ୍ତି ବିଷୟରେ କହୁଛନ୍ତି ଓ ଭବିଷ୍ୟତରେ ଯେମିତି ୫୦ ପ୍ରତିଶତ ସମ୍ପତ୍ତି ଆଉ କାହାକୁ ଦେବାକୁ ନ ପଡିବ ସେ ବିଷୟରେ କହୁଛନ୍ତି ।

କିଛି ଦିନ ହେଲା ଲଗାତର ଭାବେ ହାର୍ଦ୍ଦିକ ପାଣ୍ଡ୍ୟା ଓ ନତାଶା ସୋସିଆଲ ମିଡିଆରେ ଚର୍ଚ୍ଚାର ଶିରୋନାମା ପାଲଟିଛନ୍ତି । ଉଭୟଙ୍କ ବିବାହ ବିଚ୍ଛେଦ ଗୁଜବ ଜୋର ଧରିଥିବା ବେଳେ ଏହାମଧ୍ୟରେ ପାଣ୍ଡ୍ୟାଙ୍କର ଆଉ ଏକ ପୁରୁଣା ଭିଡିଓ କ୍ଲିପ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଭିଡିଓରେ ପାଣ୍ଡ୍ୟା ନିଜ ବ୍ୟାଙ୍କ ଖାତା, ଘର, କାର ସବୁଥିରେ ତାଙ୍କ ମାଆଙ୍କ ନାଁ ଥିବା କହିଛନ୍ତି । ୩୧ ସେକେଣ୍ଡର ଏହି ଭିଡିଓରେ ହାର୍ଦ୍ଦିକ କହୁଛନ୍ତି, "ମୋ ବାପାଙ୍କ ଆକାଉଣ୍ଟ ଖାତାରେ ମୋ ମାଆଙ୍କ ନାଁ ରହିଛି । ଭାଇର ଆକାଉଣ୍ଟରେ ବି ଓ ମୋ ଆକାଉଣ୍ଟରେ ବି ମାଆଙ୍କ ନାଁ ରହିଛି... ସବୁକିଛି ତାଙ୍କ ନାଁରେ ଅଛି ... ।" ସେ ଆଉମଧ୍ୟ ଆଗକୁ କହିଛନ୍ତି ଯେ କାରଠୁ ନେଇ ଘର ପର୍ଯ୍ୟନ୍ତ ସବୁ ପ୍ରକାର ସମ୍ପତ୍ତି ମାଆଙ୍କ ନାଁରେ ରହିଛି । ଭିଡିଓରେ ହାର୍ଦ୍ଦିକ ହସି ହସି ଏହା ମଧ୍ୟ କହୁଛନ୍ତି ଯେ, ତାଙ୍କ ଉପରେ କିଛି ଭରସା ନାହିଁ, ଆଗକୁ ଯାଇ ଯେମିତି କାହାକୁ ସମ୍ପତ୍ତିର ୫୦ ପ୍ରତିଶତ ଭାଗ ଦେବାକୁ ନପଡେ ।

ଏହାମଧ୍ୟ ପଢନ୍ତୁ.. ହାର୍ଦ୍ଦିକ-ନତାଶାଙ୍କ ବିବାହ ବିଚ୍ଛେଦ ! ଇନଷ୍ଟାଗ୍ରାମରୁ ହଟିଲା ପାଣ୍ତ୍ୟା ସରନେମ ଓ ଫୋଟ - Hardik Natasha Spilt Rumours

ଏହି ଭିଡିଓଟି ୨୦୧୭ ମସିହାର । ଏକ ସ୍ପୋର୍ଟ୍ସ ୟୁଟ୍ୟୁବ ଚ୍ୟାନେଲରେ ଏହି ଭିଡିଓର ସମ୍ପୂର୍ଣ୍ଣ ଅଂଶଟି ଜାରି କରାଯାଇଥିଲା । ଏହି ଭିଡିଓରେ ପାଣ୍ଡ୍ୟା ତାଙ୍କ ପରିବାରର ଆର୍ଥିକ ସ୍ଥିତି ବିଷୟରେ କଥା ହେଉଥିଲେ । ଏହି ଭିଡିଓଟି ନତାଶାଙ୍କୁ ବିବାହ କରିବାର ବହୁ ପୂର୍ବର ଅଟେ । ୨୦୧୭ ମସିହାର ଏହି ଭିଡିଓ ଏବେ ପୁଣିଥରେ ଭାଇରାଲ ହେଉଛି । ୟୁଜର୍ସମାନେ ଏହି ଭିଡିଓ ପୋଷ୍ଟ କରି ହାର୍ଦ୍ଦିକଙ୍କୁ ଜୋରଦାର ଟ୍ରୋଲ କରୁଛନ୍ତି । ବିବାହ ବିଚ୍ଛେଦ ନେଇ ଯେଭଳି ହାର୍ଦ୍ଦିକ ପୂର୍ବରୁ ଜଣାଥିଲା ବୋଲି କମେଣ୍ଟ କରୁଛନ୍ତି ୟୁଜର୍ସ ।

ସୂଚନାଯୋଗ୍ୟ, କିଛି ଦିନ ହେଲା ଷ୍ଟାର କପଲ ହାର୍ଦ୍ଦିକ ପାଣ୍ଡ୍ୟା ଓ ନତାଶାଙ୍କ ବିବାହ ବିଚ୍ଛେଦ ନେଇ ଚର୍ଚ୍ଚା ଜୋର ଧରିଛି । ସେମାନଙ୍କ ପାରିବାରିକ ଜୀବନ ଠିକଠାକ୍ ନଥିବା ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି । ଅନ୍ୟପଟେ ହାର୍ଦ୍ଦିକ ଓ ନତାଶାଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହେଲେ ହାର୍ଦ୍ଦିକ ନତାଶାଙ୍କୁ ତାଙ୍କର ୭୦ ସମ୍ପତ୍ତି ଦେବାକୁ ପଡିବ ବୋଲି କୁହାଯାଉଛି । ଏଭଳି ସମୟରେ ଏହି ଭିଡିଓ ବେଶ ଭାଇରାଲ ହେଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.