ETV Bharat / state

ବଡ଼ରମା ଘାଟିରେ ପୋଲିଂ ପାର୍ଟି ବସ୍ ଦୁର୍ଘଟଣା, ୨୦ ଆହତ - Sambalpur Polling bus accident

author img

By ETV Bharat Odisha Team

Published : May 26, 2024, 1:54 PM IST

Sambalpur Polling bus accident: ସମ୍ବଲପୁର ଜିଲ୍ଲା ଜମନକିରା ଥାନା ଅନ୍ତର୍ଗତ ବଡ଼ରମା ଘାଟିରେ ପୋଲିଂ ପାର୍ଟି ବସ ଦୁର୍ଘଟଣା । ୨୦ ଆହତ । ଅଧିକ ପଢନ୍ତୁ

Sambalpur Polling bus accident
Sambalpur Polling bus accident (ETV Bharat Odisha)

ସମ୍ବଲପୁର: ପୋଲିଂ ପାର୍ଟି ବସ ଦୁର୍ଘଟଣାଗ୍ରସ୍ତ । ଭୋଟ କାର୍ଯ୍ୟ ସାରି ଇଭିଏମ ଧରି ଫେରୁଥିବା ବେଳେ ସମ୍ବଲପୁର ଜିଲ୍ଲା ଜମନକିରା ଥାନା ଅନ୍ତର୍ଗତ ବଡ଼ରମା ଘାଟିରେ ଟ୍ରକକୁ ଧକ୍କା ଦେଲା ପୋଲିଂ ଅଫିସରଙ୍କ ବସ । ଏହି ଦୁର୍ଘଟଣାରେ ୩ ଜଣ ପୋଲିସ କର୍ମଚାରୀଙ୍କ ସମେତ ୨୦ ଜଣ ପୋଲିଂ କର୍ମଚାରୀ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ତାଙ୍କୁ ବୁର୍ଲା ଭୀମସାରକୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଛି ।

Sambalpur Polling bus accident (ETV Bharat Odisha)

ସୂଚନା ଅନୁଯାୟୀ, ଶନିବାର ବିଳମ୍ବିତ ରାତିରେ ଜମନକିରା ବ୍ଳକର ମୁଣ୍ଡେନପାଲି ଗାଁ ଓ ସାପଲତ ଗାଁର 258, 259, 260 ନମ୍ବର ବୁଥର କର୍ମଚାରୀମାନେ ମତଦାନ କାର୍ଯ୍ୟ ଶେଷ କରି ଇଭିଏମ୍, ଭିଭିପାଟ ଅନ୍ୟାନ୍ୟ ସାମଗ୍ରୀ ସହ ଏକ ବସ୍‌ରେ କୁଚିଣ୍ଡା ରିସିଭିଂ ସେଣ୍ଟରରେ ଏହାକୁ ଜମା ଦେବାକୁ ଯାଉଥିଲେ । 53 ନମ୍ବର ଜାତୀୟ ରାଜପଥର ବଡରମା ଘାଟିରେ ବସଟି ଅତିକ୍ରମ କରୁଥିବା ସମୟରେ ରାସ୍ତାକଡରେ ଛିଡା ହୋଇଥିବା ଏକ ଟ୍ରକ୍‌କୁ ପଛପଟୁ ଧକ୍କା ଦେଇଥିଲା । ଯେଉଥିରେ ୨୦ ଜଣ ପୋଲିଂ କର୍ମଚାରୀ ଆହତ ହୋଇଛନ୍ତି ।

ଏହାମଧ୍ୟ ପଢନ୍ତୁ.. ମତଦାନ ବେଳେ ଅଘଟଣ, ଚାଲିଗଲା ପୋଲିଂ ଏଜେଣ୍ଟଙ୍କ ପ୍ରାଣ - Dhenkanal POLLING Agent DIED

ଅନ୍ୟପଟେ ଗତକାଲି (ଶନିବାର) ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ଜାରି ରହିଥିବାବେଳେ ପୋଲିଂ ଏଜେଣ୍ଟଙ୍କ ମୃତ୍ୟୁର ଖବର ସାମ୍ନାକୁ ଆସିଥିଲା । ହିନ୍ଦୋଳ ବିଧାନସଭା ଆସନର ୧୩୬ ନଂ ବୁଥରେ ଶୁକଦେବ ପଟ୍ଟନାୟକ ନାମକ ଜଣେ ପୋଲିଂ ଏଜେଣ୍ଟ ହଠାତ୍ ଅସୁସ୍ଥତା ଅନୁଭବ କରିଥିଲେ । ଏହାପରେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ରାସୋଳ ଓ ପରେ ହିନ୍ଦୋଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ।

ଏନେଇ ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି । ତେବେ ମୃତ୍ୟୁର କରଣ ସ୍ପଷ୍ଟ ହୋଇନଥିବାବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ପ୍ରକୃତ କାରଣ ଜଣାପଡ଼ିବ ବୋଲି କୁହାଯାଇଛିି ।

ସେହିପରି ପୂର୍ବରୁ ଦ୍ୱିତୀୟ ପର୍ଯ୍ୟାୟ ସମୟରେ ମଧ୍ୟ ଜଣେ ପୋଲିଂ ଅଧିକାରୀଙ୍କ ହୃଦଘାତରେ ମୃତ୍ୟୁ ହୋଇଥିଲା । ମୃତକ ଜଣକ ହେଲେ ବଲାଙ୍ଗୀରରେ ପଟୁଆପାଲି ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ସୁଶୀଲ କୁମାର ଆଚାର୍ଯ୍ୟ । ଇଭିଏମ୍ ସାମଗ୍ରୀ ଆଣିବା ବେଳେ ଅସୁସ୍ଥ ହୋଇପଡିଥିଲେ ଉକ୍ତ ଶିକ୍ଷକ ଜଣକ । ଡାକ୍ତରଖାନା ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.