ETV Bharat / state

ମତଦାନ ବେଳେ ଅଘଟଣ, ଚାଲିଗଲା ପୋଲିଂ ଏଜେଣ୍ଟଙ୍କ ପ୍ରାଣ - Dhenkanal POLLING Agent DIED

author img

By ETV Bharat Odisha Team

Published : May 25, 2024, 9:24 PM IST

DHENKANAL POLLING AGENT DIED: ମତଦାନ ବେଳେ ଟଳି ପଡ଼ିଲେ ପୋଲିଂ ଏଜେଣ୍ଟ । ମୃତକ ଜଣକ ହେଲେ ହିନ୍ଦୋଳ ବାହାଲୁଣ୍ଡା ଗ୍ରାମର ଶୁକଦେବ ପଟ୍ଟନାୟକ । ଅଧିକ ପଢନ୍ତୁ

DHENKANAL POLLING AGENT DIED
DHENKANAL POLLING AGENT DIED (ETV Bharat Odisha)

ଢେଙ୍କାନାଳ: ମତଦାନ ବେଳେ ଅଘଟଣ । ପୋଲିଂ ଏଜେଣ୍ଟଙ୍କ ଉଡ଼ିଲା ପ୍ରାଣ ବାୟୁ । ଏଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବିଧାନସଭା ନିର୍ବାଚନ ମଣ୍ଡଳୀରୁ । ହିନ୍ଦୋଳ ବିଧାନସଭାର ବୁଥ ନଂ ୧୩୬ର ବିଜେପି ପୋଲିଂ ଏଜେଣ୍ଟଙ୍କ ଅଂଶୁଘାତରୁ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ମୃତକ ଜଣକ ହେଲେ ନୂଆବଗ ପଞ୍ଚାୟତ ଅନ୍ତର୍ଗତ ବାହାଲୁଣ୍ଡା ଗ୍ରାମର ଶୁକଦେବ ପଟ୍ଟନାୟକ ।

DHENKANAL POLLING AGENT DIED (ETV Bharat Odisha)

ସୂଚନା ଯୋଗ୍ୟ ଆଜି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଚାଲି ଥିବାବେଳେ ଜଣେ ପୋଲିଂ ଏଜେଣ୍ଟଙ୍କ ମୃତ୍ୟୁର ଖବର ସାମ୍ନାକୁ ଆସିଥିଲା । ହିନ୍ଦୋଳ ବିଧାନସଭା ଆସନର ୧୩୬ ନଂ ବୁଥରେ ଶୁକଦେବ ପଟ୍ଟନାୟକ ନାମକ ଜଣେ ପୋଲିଂ ଏଜେଣ୍ଟ ହଠାତ୍ ଅସୁସ୍ଥତା ଅନୁଭବ କରିଥିଲେ । ଏହାପରେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ରାସୋଳ ଓ ପରେ ହିନ୍ଦୋଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ସେପଟେ ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡ଼ିଛି । ତେବେ ମୃତ୍ୟୁର କରଣ ସ୍ପଷ୍ଟ ହୋଇନଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ପ୍ରକୃତ କାରଣ ଜଣାପଡ଼ିବ ବୋଲି ଡାକ୍ତର କହିଛନ୍ତି ।

ପ୍ରକାଶ ଯୋଗ୍ୟ, ମୃତକ ଜଣକ ହେଲେ ହିନ୍ଦୋଳ ନୂଆବଗ ପଞ୍ଚାୟତ ଅନ୍ତର୍ଗତ ବାହାଲୁଣ୍ଡା ଗ୍ରାମର ଶୁକଦେବ ପଟ୍ଟନାୟକ । ଶୁକଦେବ ବିଜେପି ପ୍ରାର୍ଥୀଙ୍କ ପାଇଁ ପୋଲିଂ ଏଜେଣ୍ଟ ଭାବେ କାମ କରୁଥିଲେ । ତାଙ୍କ ବୟସ ୬୪ ବର୍ଷ ହେବ ବୋଲି ସୂଚନା ମିଳିଛି । ଯେହେତୁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି, ତେଣୁ ଅଂଶୁଘାତରରୁ ତାଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ଗଣତନ୍ତ୍ରର ମହାପର୍ବ ଚାଲି ଥିବାବେଳେ ତାଙ୍କ ମୃତ୍ୟୁ ଭଳି ଦୁଃଖଦ ଖବର ପ୍ରଚାରିତ ହେବ ପରେ ଗ୍ରାମରେ ଶୋକରଛାୟ ଖେଳି ଯାଇଛି ।

ଏହା ମଧ୍ୟ ପଢନ୍ତୁ.......ନିର୍ବାଚନ ପୂର୍ବରୁ ହୃଦଘାତରେ ଟଳିପଡିଲେ ପୋଲିଂ ଅଧିକାରୀ - BALANGIR POLLING OFFICER DIED

ଏହା ମଧ୍ୟ ପଢନ୍ତୁ....ପୋଲିଂ ଅଫିସରଙ୍କ ମୃତ୍ୟୁ; ୧୫ ଲକ୍ଷ ଅତିରିକ୍ତ ଆର୍ଥିକ ସହାୟତା ଘୋଷଣା - Polling Worker Dies

ସେହିପରି ପୂର୍ବରୁ ଦ୍ୱିତୀୟ ପର୍ଯ୍ୟାୟ ସମୟରେ ଜଣେ ପୋଲିଂ ଅଧିକାରୀଙ୍କ ହୃଦଘାତରେ ମୃତ୍ୟୁ ହୋଇଥିଲା । ମୃତକ ଜଣକ ହେଲେ ବଲାଙ୍ଗୀରରେ ପଟୁଆପାଲି ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ସୁଶୀଲ କୁମାର ଆଚାର୍ଯ୍ୟ । ଇଭିଏମ୍ ସାମଗ୍ରୀ ଆଣିବା ବେଳେ ଅସୁସ୍ଥ ହୋଇଥିଲେ ଉକ୍ତ ଶିକ୍ଷକ ଜଣକ । ଡାକ୍ତରଖାନା ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.