ETV Bharat / state

ପୋଲିଂ ଅଫିସରଙ୍କ ମୃତ୍ୟୁ; ୧୫ ଲକ୍ଷ ଅତିରିକ୍ତ ଆର୍ଥିକ ସହାୟତା ଘୋଷଣା - Polling worker dies

author img

By ETV Bharat Odisha Team

Published : May 19, 2024, 11:00 PM IST

POLLING WORKER DIES: ବଲାଙ୍ଗୀରରେ ପୋଲିଂ ଅଫିସରଙ୍କ ମୃତ୍ୟୁ । ସମବେଦନା ଜଣାଇଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ । ମୃତକଙ୍କ ପରିବାରକୁ ମିଳିବ ୧୫ ଲକ୍ଷ ଟଙ୍କା ସହାୟତା ରାଶି । ଅଧିକ ପଢନ୍ତୁ

ପୋଲିଂ ଅଫିସରଙ୍କ ମୃତ୍ୟୁ; ୧୫ ଲକ୍ଷ ଅତିରିକ୍ତ ଆର୍ଥିକ ସହାୟତା ଘୋଷଣା
ପୋଲିଂ ଅଫିସରଙ୍କ ମୃତ୍ୟୁ; ୧୫ ଲକ୍ଷ ଅତିରିକ୍ତ ଆର୍ଥିକ ସହାୟତା ଘୋଷଣା (ETV Bharat Odisha)

ଭୁବନେଶ୍ବର: ଜଣେ କର୍ତ୍ତବ୍ୟରତ ପୋଲିଂ ଅଫିସରଙ୍କ ଆଜି ମୃତ୍ୟୁ ହୋଇଛି । ସେ ହେଉଛନ୍ତି ସୁଶୀଲ କୁମାର ଆଚାର୍ଯ୍ୟ । ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର ପାଇଁ ପୋଲିଂ ଅଧିକାରୀ ଭାବେ ନିୟୋଜିତ ହୋଇଥିଲେ ସୁଶୀଲ । ସୁଶୀଲଙ୍କ ଦେହାନ୍ତରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଦୁଃଖ ପ୍ରକାଶ କରିଛନ୍ତି । ସୁଶୀଲଙ୍କ ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ସେ ଗଭୀର ସମବେଦନା ଜଣାଇଛନ୍ତି ।

ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର ପାଇଁ ନିୟୋଜିତ ହୋଇଥିଲେ ପୋଲିଂ ଅଧିକାରୀ ସୁଶୀଲ କୁମାର ଆଚାର୍ଯ୍ୟ । ସୁଶୀଲଙ୍କର ଆଜି ଦୁଃଖଦ ମୃତ୍ୟୁ ହୋଇଛି । ମତଦାନ ସମ୍ପର୍କିତ କାର୍ଯ୍ୟ ନିମନ୍ତେ ଟିଟିଲାଗଡ଼ ଡିସପର୍ସାଲ ସେଣ୍ଟରର ରେଜିଷ୍ଟ୍ରେସନ କାଉଣ୍ଟର ନିକଟରେ ସେ ଥିବାବେଳେ ଅଚେତ ହୋଇଯାଇଥିଲେ । ତାଙ୍କୁ ତୁରନ୍ତ ଟିଟିଲାଗଡ଼ ଉପଖଣ୍ଡ ହସ୍ପିଟାଲକୁ ନିଆଯାଇଥିଲା । ସେଠାରୁ ତାଙ୍କୁ ବଲାଙ୍ଗୀର ସଦର ହସ୍ପିଟାଲକୁ ଚିକିତ୍ସା ପାଇଁ ପଠାଯାଇଥିଲା । କିନ୍ତୁ ରାସ୍ତାରେ ହୃଦଘାତ ଯୋଗୁ ତାଙ୍କର ମୃତ୍ୟୁ ହୋଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଏହା ଘୋଷଣା କରିଛନ୍ତି ।

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି । ଏହା ସହ ସୁଶୀଲଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି । ଏହାସହ ସେ ଅମର ଆତ୍ମାଙ୍କ ସଦଗତି କାମନା କରିଛନ୍ତି । ସୁଶୀଲ ବିଧାନସଭା କ୍ଷେତ୍ର ୭୦- କଣ୍ଟାବାଞ୍ଜିର ୧୭୦ ନମ୍ବର ବୁଥ ପାଇଁ ପୋଲିଂ ଅଧିକାରୀ ରୂପେ କାର୍ଯ୍ୟ କରିବା ନିମନ୍ତେ ନିୟୋଜିତ ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ .....ନିର୍ବାଚନ ପୂର୍ବରୁ ହୃଦଘାତରେ ଟଳିପଡିଲେ ପୋଲିଂ ଅଧିକାରୀ - BALANGIR POLLING OFFICER DIED

ଏହା ମଧ୍ୟ ପଢନ୍ତୁ......ରାତି ପାହିଲେ ଭୋଟ ଦେବ ସୁନ୍ଦରଗଡ଼, ବୁଥ୍ ମୁହାଁ ପୋଲିଂ ଟିମ - Odisha Second Phase Election

ସୁଶୀଲଙ୍କ ପରିବାରଙ୍କୁ ବିଧି ମୁତାବକ ୧୫ ଲକ୍ଷ ଟଙ୍କାର ଅତିରିକ୍ତ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରାଯିବ ବୋଲି ଭାରତ ନିର୍ବାଚନ ଆୟୋଗଙ୍କ ଘୋଷଣା କରିଛନ୍ତି ।ଏହି ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ଏହାସହ ସେ ଶୀଘ୍ର ବିଧି ମୁତାବକ ବିହିତ ପ୍ରକ୍ରିୟା କାର୍ଯ୍ୟକାରୀ କରିବାକୁ ସେ ବଲାଙ୍ଗୀର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ମୃତକ ପରିବାରଙ୍କୁ ନିୟମ ଅନୁଯାୟୀ କ୍ଷତିପୂରଣ ପ୍ରଦାନ କରିବାକୁ ଦାବି କରିଥିଲା ବଲାଙ୍ଗୀର ପ୍ରାଥମିକ ଶିକ୍ଷକ ସଂଘ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.