ETV Bharat / state

ରାତି ପାହିଲେ ଭୋଟ ଦେବ ସୁନ୍ଦରଗଡ଼, ବୁଥ୍ ମୁହାଁ ପୋଲିଂ ଟିମ - Odisha Second Phase Election

author img

By ETV Bharat Odisha Team

Published : May 19, 2024, 8:04 PM IST

Lok Sabha Election 2024: ରାତି ପାହିଲେ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ପଡିବ ଭୋଟ । ପୋଲିଂ ପାର୍ଟିମାନେ ବୁଥମୁହାଁ ହୋଇଛନ୍ତି । ତେବେ ଏନେଇ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଅଧିକ ପଢନ୍ତୁ

Lok Sabha Election 2024
Lok Sabha Election 2024 (ETV Bharat Odisha)

Lok Sabha Election 2024 (ETV Bharat Odisha)

ରାଉରକେଲା: ଆସନ୍ତାକାଲି ହେବାକୁ ଯାଉଛି ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ । ବୁଥ୍ ମୁହାଁ ହେଉଛନ୍ତି ପୋଲିଂ ଟିମ୍ । କଡା ସୁରକ୍ଷା ବଳୟରେ ବୁଥକୁ ଯାଉଛି ଇଭିଏମ । ପୋଲିସ, CRPF ଏବଂ ଆର୍ମ ଫୋର୍ସ ବ୍ୟାପକ ଭାବରେ ନିୟୋଜିତ ରହି ଦେଉଛନ୍ତି ସୁରକ୍ଷା । ଏଥିପାଇଁ ପ୍ରସ୍ତୁତି ଚୂଡାନ୍ତରେ ପହଞ୍ଚିଛି । ପୋଲିଂ ପାର୍ଟିମାନେ ବୁଥମୁହାଁ ହୋଇଛନ୍ତି । ତେବେ ସୁନ୍ଦରଗଡ଼ ଜିଲ୍ଲାରେ ଆସନ୍ତାକାଲି ମତଦାନ ହେବାକୁ ଯାଉଛି । ତେବେ ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।

ଉଦିତନଗର ହାଇସ୍କୁଲକୁ ନୋଡ଼ାଲ ସେଣ୍ଟର କରାଯାଇଛି l ସେଠାରୁ ବିଭିନ୍ନ ବୁଥ୍ ପାଇଁ ପୋଲିଂ ଟିମ୍ ଇଭିଏମ୍ ମେସିନ୍ ସହ ଅନ୍ୟାନ୍ୟ ଆନୁଷଙ୍ଗିକ ସରଞ୍ଜାମ ନେଇ ପୋଲିସ୍ ସୁରକ୍ଷା ବଳୟ ସହାୟତାରେ ବାହାରିଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଉଦିତନଗର ହାଇସ୍କୁଲରୁ ବୀରମିତ୍ରପୁର, ରାଉରକେଲା ନିର୍ବାଚନ ମଣ୍ଡଳୀର ମୋଟ ୬୯୧ ବୁଥକୁ ଇଭିଏମ୍ ମେସିନ୍ ଏବଂ ଆନୁଷଙ୍ଗିକ ସରଞ୍ଜାମ ନେଇ ପୋଲିଂ ଅଧିକାରୀମାନେ ଯାଉଛନ୍ତି । ସିସିଟିଭି ଏବଂ GPS ଟ୍ରାକିଂ ମାଧ୍ୟମରେ ଚାଲିଛି ଇଭିଏମର ଟ୍ରାକିଂ । ଅନ୍ୟପଟେ ଇଭିଏମ ଯାଉଥିବା ଗାଡିର ଟ୍ରାକିଂ ମଧ୍ୟ କରାଯାଉଛି । ଏହାକୁ ନେଇ ପୋଲିସ, ସିଆରପିଏଫ ଏବଂ ଆର୍ମ ଫୋର୍ସ ପ୍ରସ୍ତୁତ ଅଛନ୍ତି । ରାଉରକେଲାର ଅତିରିକ୍ତ ଜିଲ୍ଲାପାଳ ଏବଂ ପାନପୋଷ ଉପ ଜିଲ୍ଲାପାଳଙ୍କ ଅଧୀନରେ ବୀରମିତ୍ରପୁର, ରଘୁନାଥପାଲି ଏବଂ ରାଉରକେଲା ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ଅନୁଷ୍ଠିତ ହେବ । ଏଥିପାଇଁ ଉଦିତନଗର ହାଇସ୍କୁଲରେ ପୂର୍ବରୁ ଇଭିଏମ୍ ମେସିନ୍‌କୁ ସୁରକ୍ଷିତ ଭାବରେ ଷ୍ଟ୍ରଙ୍ଗ ରୁମରେ ରଖା ଯାଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ.. ଜୟଦେବରେ ପାଣ୍ତିଆନଙ୍କ ପ୍ରଚାର: ଦଳୀୟ ପ୍ରାର୍ଥୀଙ୍କ ପାଇଁ ମାଗିଲେ ଭୋଟ, ବିଜେପି ଉପରେ ବର୍ଷିଲେ - Pandian In Jayadev

ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀରେ ମୋଟ ୩୦୧ଟି ପୁଲିଂ ବୁଥ୍ ଥିବା ବେଳେ ୩୦ଟି ସଖୀ, ୫ଟି ୟୁଥ୍ ମ୍ୟାନେଜଡ, ୪ଟି ଇକୋ ଫ୍ରେଣ୍ଡଲି, ୭ଟି ଏଥିକ୍ ଏବଂ ୧୩ଟି ଅନ୍ୟାନ୍ୟ ବୁଥ୍ ରହିଛି । ରଘୁନାଥପାଲି ନିର୍ବାଚନ ମଣ୍ଡଳୀରେ ମୋଟ ୧୯୩ଟି ପୁଲିଂ ବୁଥ୍ ଥିବା ବେଳେ ୩୬ଟି ସଖୀ, ୫ଟି ସୁଥ ମ୍ୟାନେଜଡ୍ ଏବଂ ୨ଟି ଅନ୍ୟାନ୍ୟ ପୋଲିଂ ବୁଥ୍ ରହିଛି । ରାଉରକେଲା ନିର୍ବାଚନ ମଣ୍ଡଳୀରେ ମୋଟ ୧୯୭ଟି ପୋଲିଂ ବୁଥ୍ ରହିଥ‌ିବା ବେଳେ ସେଥିରୁ ୩୫ଟି ସଖୀ, ୫ଟି ସୁଥ ମ୍ୟାନେଜତ୍ ଏବଂ ୨ଟି ଅନ୍ୟନ୍ୟ ପୁଲିଂ ବୁଥ୍ ରହିଛି। ସୂଚନା ଅନୁସାରେ ଆଜି ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ପାଇଁ ପୁଲିଂ ଟିମ୍ ବାହାରି ଯାଇଥିବା ବେଳେ ଆସନ୍ତାକାଲି ରାଉରକେଲା ଏବଂ ରଘୁନାଥପାଲି ନିର୍ବାଚନ ମଣ୍ଡଳୀ ପାଇଁ ପୁଲିଂ ଟିମ୍ ଯିବେ । ଯାହାକୁ ନେଇ ରାଉରକେଲା ଏସପି ସୂଚନା ଦେଇଛନ୍ତି ଯେ ଜିଲ୍ଲାରେ ଥିବା ସମସ୍ତ ବୁଥକୁ ଏବଂ ଖାସ କରି ସମ୍ବେଦନଶୀଳ ବୁଥ ଗୁଡିକୁ ଅଧିକ ଫୋକସ କରାଯାଇଛି । ଏଥର ସୁରୁଖୁରୁରେ ନିର୍ବାଚନ ଅନୁଷ୍ଠିତ ହେବା ନେଇ ସେ ଆଶା ରଖିଛନ୍ତି ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.