ETV Bharat / politics

‘ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ ପଦକ୍ଷେପ ନିଅନ୍ତୁ ରାଜ୍ୟପାଳ’ - Naveen Pattnaik health issue

author img

By ETV Bharat Odisha Team

Published : May 26, 2024, 2:06 PM IST

Jagneswar Babu on CM health condition: ନବୀନଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ଲୋକଙ୍କ ମନରେ ପ୍ରଶ୍ନ ରହିଛି । ରାଜ୍ୟପାଳ ସ୍ବତନ୍ତ୍ର ଡାକ୍ତରୀ ଟିମ ଗଠନ କରି ତଦନ୍ତ କରନ୍ତୁ କହିଲେ ଯଜ୍ଞଶ୍ବର ବାବୁ । ଅଧିକ ପଢନ୍ତୁ

‘ମୁଖ୍ୟମନ୍ତ୍ରୀଙ୍କ ସ୍ବାସ୍ଥ୍ଯ ଯାଞ୍ଚ ପାଇଁ ପଦକ୍ଷେପ ନିଅନ୍ତୁ ରାଜ୍ୟପାଳ’
‘ମୁଖ୍ୟମନ୍ତ୍ରୀଙ୍କ ସ୍ବାସ୍ଥ୍ଯ ଯାଞ୍ଚ ପାଇଁ ପଦକ୍ଷେପ ନିଅନ୍ତୁ ରାଜ୍ୟପାଳ’ (ETV Bharat Odisha)

ମୁଖ୍ୟମନ୍ତ୍ରୀଙ୍କ ସ୍ବାସ୍ଥ୍ଯ ଯାଞ୍ଚ ପାଇଁ ପଦକ୍ଷେପ ନିଅନ୍ତୁ ରାଜ୍ୟପାଳ (ETV Bharat Odisha)

ବଲାଙ୍ଗୀର: ବିଭିନ୍ନ ଦଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଏଭଳି ସ୍ଥଳେ ବରିଷ୍ଠ ବିଜେପି ନେତା ଯଜ୍ଞଶ୍ୱର ବାବୁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ଭିନ୍ନ ଦାବି ଉତ୍ଥାପନ କରିଛନ୍ତି । ନବୀନଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ଲୋକେ ସନ୍ଦେହରେ ଅଛନ୍ତି । ତେଣୁ ଯାଞ୍ଚ ପାଇଁ ରାଜ୍ୟପାଳ ପଦକ୍ଷେପ ନିଅନ୍ତୁ । ସ୍ବତନ୍ତ୍ର ଡାକ୍ତରୀ ଟିମ ଦ୍ୱାରା ଯାଞ୍ଚ କରି ଲୋକଙ୍କ ସନ୍ଦେହ ଦୂର କରିବା ଦିଗରେ ରାଜ୍ୟପାଳ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ବାବୁ କହିଛନ୍ତି ।

ଯଜ୍ଞଶ୍ୱର କହିଛନ୍ତି, ‘‘ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅସୁସ୍ଥ ଏଭଳି କିଛି ଅଭିଯୋଗ କରୁଛନ୍ତି ବିରୋଧୀ । ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଆଦୌ ଠିକନାହିଁ । ସେ ନିଜେ କିଛି ଆଉ କରିପାରୁନାହାନ୍ତି । ଏପରିକି ଭାଷଣ ଦେବା ପାଇଁ ମାଇକ ମଧ୍ୟ ପାଣ୍ଡିଆନ ଧରିବା ପରେ ହିଁ ସେ ଭାଷଣ ଦେଉଛନ୍ତି । ସେହିପରି ତାଙ୍କର ଚାଲିଚଳନରୁ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବାର ଜଣାପଡୁନାହିଁ । ଓଡିଶାବାସୀଙ୍କ ମନରେ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ଦ୍ଵନ୍ଦ୍ବ ଉପୁଜିଛି । ତେଣୁ ରାଜ୍ୟପାଳ ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ ଦ୍ୱାରା ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥାର ଯାଞ୍ଚ କରାନ୍ତୁ ଓ ଲୋକଙ୍କ ସମ୍ମୁଖରେ ସଠିକ ତଥ୍ୟ ରଖନ୍ତୁ ବୋଲି ସେ ଦାବି କରିଛନ୍ତି । ସେହିପରି ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତରେ ଆଉ ଶୃଙ୍ଖଳା ଡୋରି ନାହିଁ । ପ୍ରତିଦିନ ବିଜେଡି ନେତା ଦଳ ଛାଡୁଛନ୍ତି । ଦଳ ଏବେ ବିଶୃଙ୍ଖଳିତ ହୋଇଛି । ଯାହା ପାଇଁ କେବଳ ପାଣ୍ଡିଆନ ଦାୟୀ ।’’

ଏହା ମଧ୍ୟ ପଢନ୍ତୁ:- ଭୀଷଣ ବାତ୍ୟାରେ ପରିଣତ ହେଲା ‘ରେମାଲ’: ଆଜି ମଧ୍ୟରାତ୍ରିରେ ଲ୍ୟାଣ୍ଡଫଲ୍‌ - Cyclone Remal


ତେବେ ଚଳିତ ନିର୍ବାଚନରେ ସ୍ଥାନୀୟ ଓ କେନ୍ଦ୍ରୀୟ ବିଜେପି ନେତାମାନେ ନବୀନ ଓ ଭି.କେ ପଣ୍ଡିଆଙ୍କୁ ଟାର୍ଗେଟ କରିଆସୁଛନ୍ତି । ଯେଉଁଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାଠପୁତ୍ତଳି ବୋଲି ସେମାନେ ଅଭିଯୋଗ କରିଛନ୍ତି । ନବୀନଙ୍କ ନାଁରେ ପାଣ୍ଡିଆନ ଶାସନ କରୁଛନ୍ତି । ସେହିପରି ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ଭିଡିଓ ଏ ଆଇ ଦ୍ୱାରା ପ୍ରସ୍ତୁତ ହେଉଛି । କାରଣ ସେ ଆଉ ସମର୍ଥ ନାହାନ୍ତି ବୋଲି ବିଜେପି ଅଭିଯୋଗ କରିଛି । ଏବେ ମୁଖ୍ୟମନ୍ତ୍ରୀ ପଣ୍ଡିଆଙ୍କ ନଜରବନ୍ଦୀରେ ଅଛନ୍ତି ଓ ତାଙ୍କୁ ଶୀଘ୍ର ମୁକ୍ତ କରାଯାଉ ବୋଲି କିଛି ବିଜେପି ନେତ୍ରୀ ଓ ନେତା ଡିଜିପିଙ୍କୁ ଚିଠି ଲେଖି ଦାବି ଜଣାଇଛନ୍ତି ବୋଲି ବାବୁ କହିଛନ୍ତି । ଏପଟେ ବରିଷ୍ଠ ନେତା ଯଜ୍ଞଶ୍ୱର ବାବୁଙ୍କ ଏଭଳି ଦାବିକୁ ନେଇ ଏବେ ରାଜନୀତି ତେଜିବାରେ ଲାଗିଛି ।

ଇଟିଭି ଭାରତ, ଓଡିଶା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.