ETV Bharat / state

ଭୀଷଣ ବାତ୍ୟାରେ ପରିଣତ ହେଲା ‘ରେମାଲ’: ଆଜି ମଧ୍ୟରାତ୍ରିରେ ଲ୍ୟାଣ୍ଡଫଲ୍‌ - Cyclone Remal

author img

By ETV Bharat Odisha Team

Published : May 26, 2024, 10:30 AM IST

Cyclone Remal: ଭୀଷଣବାତ୍ୟାରେ ପରିଣତ ହେଲା ‘ରେମାଲ’ । ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳ ମଧ୍ୟରେ ଆଜି ମଧ୍ୟରାତ୍ରିରେ କରିବ ଲ୍ୟାଣ୍ଡଫଲ । ଉପକୂଳ ଓ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା । ଅଧିକ ପଢନ୍ତୁ

ଭୀଷଣବାତ୍ୟାରେ ପରିଣତ ହେଲା ‘ରେମାଲ’, ଆଜି ମଧ୍ୟରାତ୍ରିରେ ଲ୍ୟାଣ୍ଡଫଲ
ଭୀଷଣବାତ୍ୟାରେ ପରିଣତ ହେଲା ‘ରେମାଲ’, ଆଜି ମଧ୍ୟରାତ୍ରିରେ ଲ୍ୟାଣ୍ଡଫଲ (ETV Bharat Odisha)

ଭୁବନେଶ୍ୱର: ଘନୀଭୂତ ହୋଇ ଭୀଷଣ ବାତ୍ୟାରେ ପରିଣତ ହେଲା ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ଝଡ ‘ରେମାଲ’ । ଏହା ଏବେ ପଶ୍ଚିମବଙ୍ଗର ସାଗର ଦ୍ୱୀପପୁଞ୍ଜରୁ ପ୍ରାୟ 270 କିଲୋମିଟର ଦୂରରେ ଦକ୍ଷିଣ-ଦକ୍ଷିଣ-ପୂର୍ବରେ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ରହି ମନ୍ଥର ଗତିରେ ଆଗକୁ ବଢୁଛି । ଏହା ଉତ୍ତର ଦିଗକୁ ଗତି କରିବା ସହ ଅଧିକ ଘନୀଭୂତ ହୋଇ ଆହୁରି ଶକ୍ତିଶାଳୀ ହେବ । ସଂଧ୍ୟା ସୁଦ୍ଧା ଏହି ଭୀଷଣ ବାତ୍ୟା ବାଂଲାଦେଶ ଏବଂ ପଶ୍ଚିମବଙ୍ଗର ଉପକୂଳ ମଧ୍ୟବର୍ତ୍ତୀ ସ୍ଥାନରେ ସ୍ଥଳଭାଗ ଅତିକ୍ରମ କରିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

120 କିଲୋମିଟର ରହିବ ପବନ:-

ଲ୍ୟାଣ୍ଡଫଲ୍‌ ସମୟରେ ପନବର ସର୍ବାଧିକ ବେଗ 110-120 କିଲୋମିଟର ରହିପାରେ । ସ୍ଥଳବିଶେଷରେ ଏହି ମାତ୍ରା ପ୍ରାୟ 10ରୁ 20 କି.ମି ପର୍ଯ୍ୟନ୍ତ ଅଧିକ ରହିପାରେ । ଏହା ସ୍ଥାନେ ସ୍ଥାନେ ଘଣ୍ଟାପ୍ରତି 135 କି.ମି ମଧ୍ୟ ଅତିକ୍ରମ କରିପାରେ । ପଶ୍ଚିମବଙ୍ଗର ସରକାରଙ୍କ ପକ୍ଷରୁ ଏହି ବାତ୍ୟାର ମୁକାବିଲା କରିବା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଏହାର ପ୍ରଭାବ ସିଧା ଓଡ଼ିଶା ଉପକୂଳରେ ପଡିବାକୁ ନଥିବାବେଳେ ପାର୍ଶ୍ବ ପ୍ରଭାବ ସ୍ବରୂପ ପାଗରେ ପରିବର୍ତ୍ତନ ଦେଖାଯିବା ଆରମ୍ଭ କରିସାରିଛି । ଉତ୍ତର ଉପକୂଳ ଓଡ଼ିଶାରେ କିଛି ଜିଲ୍ଲରେ ବର୍ଷା ଆରମ୍ଭ ହୋଇଯାଇଛି ।

ଭୀଷଣ ବାତ୍ୟାରେ ପରିଣତ ହେଲା ‘ରେମାଲ’: ଆଜି ମଧ୍ୟରାତ୍ରିରେ ଲ୍ୟାଣ୍ଡଫଲ୍‌
ଭୀଷଣ ବାତ୍ୟାରେ ପରିଣତ ହେଲା ‘ରେମାଲ’: ଆଜି ମଧ୍ୟରାତ୍ରିରେ ଲ୍ୟାଣ୍ଡଫଲ୍‌ (ETV Bharat Odisha)

ଏହା ମଧ୍ୟ ପଢନ୍ତୁ:- ଆଜି ସନ୍ଧ୍ୟା ସୁଦ୍ଧା ବାତ୍ୟା; କାଲି ମଧ୍ୟରାତ୍ରିରେ କରିବ ଲ୍ୟାଣ୍ଡଫଲ ! - Cyclone Remal

ଓଡ଼ିଶା ଉପରେ ନାହିଁ ସିଧା ପ୍ରଭାବ:-

ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନକେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଏହି ଭୀଷଣ ବାତ୍ୟାର ସିଧାସଳଖ ପ୍ରଭାବ ଓଡ଼ିଶା ଉପକୂଳରେ ପଡ଼ିବ ନାହିଁ । ମାତ୍ର ଉପକୂଳ ଓ ଉତ୍ତର ଓଡ଼ିଶା ଆଶିଂକ ପ୍ରଭାବିତ ହେବ । ରାଜ୍ୟର ସମସ୍ତ ବନ୍ଦରରେ ୧ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି । ଆସନ୍ତାକାଲି (୨୭ ତାରିଖ) ପର୍ଯ୍ୟନ୍ତ କୌଣସି ବନ୍ଦରରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି । ଗତକାଲି (୨୫ ତାରିଖ) ରାତିଠାରୁ ଉପକୂଳ ଜିଲ୍ଲା ଯଥା ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ଯାଜପୁର, ବାଲେଶ୍ବର, ଭଦ୍ରକ, ଖୋର୍ଦ୍ଧାରେ ପାଗରେ ପରିବର୍ତ୍ତନ ହେବା ସହ ପବନର ବେଗ ମଧ୍ୟ ସାମାନ୍ୟ ବଢିଛି । ଆଜି (୨୬ ତାରିଖ) ସକାଳଠାରୁ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଭଦ୍ରକ, ଯାଜପୁର, କଟକ, କେନ୍ଦ୍ରାପଡ଼ାରେ ମଧ୍ୟମ ଧରଣର ପବନ ସହ ବର୍ଷା ଜାରି ରହିଛି । ଏଥିପାଇଁ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବା ପାଇଁ ସ୍ବତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ନିର୍ଦ୍ଦେଶ ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.