ETV Bharat / sports

World Cup 2023: କିଙ୍ଗ କୋହଲିଙ୍କୁ ପୁଣି ମିଳିଲା ଅଧିନାୟକ ଦାୟିତ୍ୱ

author img

By ETV Bharat Odisha Team

Published : Nov 13, 2023, 12:56 PM IST

ICC ବିଶ୍ବକପ 2023 ସେମିଫାଇନାଲ ଆଉ ମାତ୍ର ଗୋଟିଏ ଦିନ ବାକି ରହିଛି । ଭାରତ ଓ ନ୍ୟୁଜିଲାଣ୍ଡ୍‌ ମଧ୍ୟରେ ପ୍ରଥମ ସେମି ଫାଇନାଲ ମ୍ୟାଚ ଖେଳାଯିବ । ଏହା ପୂର୍ବରୁ କିଙ୍ଗ୍‌ କୋହଲିଙ୍କୁ ନେତୃତ୍ବ ଭାର ମିଳିଛି । ଅଧିକ ପଢ଼ନ୍ତୁ

World Cup 2023
Australia picks Team of the World Cup 2023

ହାଇଦ୍ରାବାଦ: ଅଧିନାୟକତ୍ବ ଛାଡିବେ କି ହିଟମ୍ୟାନ ରୋହିତ ଶର୍ମା । ଆଇସିସି କ୍ରିକେଟ ବିଶ୍ବକପ 2023 ସେମି ଫାଇନାଲକୁ ଆଉ ମାତ୍ର ଗୋଟିଏ ଦିନ ବାକି ରହିଛି । ମୁମ୍ବାଇର ଐତିହାସିକ ୱାଙ୍ଖଡେ ଷ୍ଟାଡିୟମରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା 15 ତାରିଖରେ ପ୍ରଥମ ସେମି ଫାଇନାଲ ଖେଳିବ ଟିମ୍ ଇଣ୍ଡିଆ । ଏହା ପୂର୍ବରୁ ରୋହିତ ଶର୍ମା ଭାରତୀୟ ଦଳର ନେତୃତ୍ବ ଛାଡିବା ଖବର କ୍ରିକେଟପ୍ରେମୀଙ୍କୁ ବିଚଳିତ କରିପାରେ । କଣ ଏହା ପଛର କାରଣ କାହାକୁ କେଉଁ ଦଳର ନେତୃତ୍ବ ମିଳିଛି ଜାଣିବାକୁ ପଢନ୍ତୁ ସମ୍ପୂର୍ଣ୍ଣ ଖବର ।

  • Cricket Australia picks the "Team of the World Cup 2023":

    De Kock, Warner, Rachin, Kohli (C), Markram, Maxwell, Jansen, Jadeja, Shami, Zampa, Bumrah, Madushanka (12th man) pic.twitter.com/K1u96Cqcz1

    — Johns. (@CricCrazyJohns) November 13, 2023 " class="align-text-top noRightClick twitterSection" data=" ">

ଘଟଣା କିଛି ଏପରି: 5ଥର ବିଶ୍ବ ବିଜୟୀ ଅଷ୍ଟ୍ରେଲିଆ ଏକ ଟିମ୍‌ ଗଠନ କରିଛି । ଯାହାର ନାମ ରହିଛି ଟିମ୍‌ ଅଫ ଦି ୱାଲ୍ଡ କପ 2023 (Team of the World Cup 2023) । ଏହି ଦଳରେ ମୋଟ 12 ଜଣ ଖେଳାଳି ରହିଛନ୍ତି । ଭାରତୀୟ ଷ୍ଟାର ଖେଳାଳି ବିରାଟ କୋହଲିଙ୍କୁ ଦଳର ନେତୃତ୍ବ ଦିଆଯାଇଛି । କୋହଲିଙ୍କ ସମେତ ଅନ୍ୟ ଖେଳାଳିଙ୍କ ମଧ୍ୟରେ ଦକ୍ଷିଣ ଆଫ୍ରିକାର କ୍ବିଣ୍ଟନ ଡି କକ୍, ଅଷ୍ଟ୍ରେଲିଆର ୱାର୍ଣ୍ଣର, ମ୍ୟାକ୍ସୱେଲ, ନ୍ୟୁଜିଲାଣ୍ଡର ରାଚିନ ରବିନ୍ଦ୍ର, ଦକ୍ଷିଣ ଆଫ୍ରିକାର ମାର୍କରମ, ଜାନସେନ, ରବୀନ୍ଦ୍ର ଜାଡେଜା, ମହମ୍ମଦ ସାମି, ଆଡମ ଜାମ୍ପା, ଯଶପ୍ରୀତ ବୁମରା ଓ ମଦୁଶଙ୍କା ରହିଛନ୍ତି ।

ଏହା ବି ପଢନ୍ତୁ...Cricket World Cup 2023: ଫ୍ୟାନ୍ସଙ୍କ ଦାବି ଶୁଣିଲେ ରୋହିତ, ବ୍ୟାଟିଂ ପରେ ବୋଲିଂରେ କମାଲ କଲେ ରୋହିତ-ବିରାଟ

ଏହା ବି ପଢନ୍ତୁ...Cricket World Cup 2023: ସର୍ବାଧିକ ରନ୍‌ ସଂଗ୍ରହକାରୀ ବ୍ୟାଟର କୋହଲି, ସଚିନଙ୍କ ଆଉ ଏକ ରେକର୍ଡର ହେଲେ ସମକକ୍ଷ

ଅଷ୍ଟ୍ରେଲିଆ ବାଛିଥିବା 12 ଜଣିଆ ଦଳରେ ସବୁ ଷ୍ଟାର ଖେଳାଳି ରହିଛନ୍ତି । ବିରାଟ କୋହଲି ଦଳର କମାଣ ସମ୍ଭାଳିବେ । ସମସ୍ତ 12 ଖେଳାଳି ଚଳିତ ବିଶ୍ବକପରେ ଦମଦାର ପ୍ରଦର୍ଶନ କରିଛନ୍ତି । ଡି କକ୍ ବିସ୍ଫୋରକ ଶତକ ହାସଲ କରିଛନ୍ତି । ନ୍ୟୁଜିଲାଣ୍ଡର ଷ୍ଟାର୍‌ ଅଲରାଉଣ୍ଡର ରାଚିନ ରବିନ୍ଦ୍ର 3ଟି ଶତକ ହାସଲ କରି ମୋଟ 565 ରନ୍‌ କରିଛନ୍ତି । ବିରାଟ କୋହଲି ମଧ୍ୟ 2ଟି ଶତକ ହାସଲ କରିଛନ୍ତି । ଜାଡେଜା ଓ ମହମ୍ମଦ ସାମି ମଧ୍ୟ ବୋଲିରେ କମାଲ କରିଛନ୍ତି । ବୁମରା 9ଟି ମ୍ୟାଚ୍‌ ଖେଳି 17ଟି ୱିକେଟ୍‌ ନେଇଥିବା ବେଳେ, ଜାଡେଜା 16ଟି ୱିକେଟ ଓ ମହମ୍ମଦ ସାମି 5ଟି ମ୍ୟାଚ ଖେଳି 16ଟି ୱିକେଟ ନେଇଛନ୍ତି ।

ପ୍ରକାଶ ଥାଉ କି, ଚଳିତ ବିଶ୍ବକପ 2023ରେ ସେମି ଫାଇନାଲ ଲାଇନ ଅଫ୍‌ ଚୂଡ଼ାନ୍ତ ହୋଇ ସାରିଛି । ଆସନ୍ତା 15 ତାରିଖରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ସେମି ଫାଇନାଲ ମ୍ୟାଚ୍‌ ଖେଳାଯିବ । 16 ତାରିଖରେ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ବିତୀୟ ସେମି ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ । ଅକ୍ଟୋବର 19 ତାରିଖରେ ଫାଇନାଲ ମ୍ୟାଚ୍‌ ଖେଳାଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.