ETV Bharat / sports

UK PM plays Cricket: ଟି-୨୦ ଚମ୍ପିଆନ୍‌ ଟିମ୍‌ ସହ କ୍ରିକେଟ ଖେଳିଲେ ଋଷି ସୁନକ

author img

By

Published : Mar 23, 2023, 10:09 PM IST

UK PM plays Cricket
UK PM plays Cricket

ଇଂଲଣ୍ଡ ଟିମ ସହ କ୍ରିକେଟ ଖେଳିଲେ ୟୁକେ ପ୍ରଧାନମନ୍ତ୍ରୀ ଋଷି ସୁନକ । ନିଜ ସୋସିଆଲ ଫଟୋ ସେୟାର କରି କ୍ୟାପସନରେ ଲେଖିଲେ ଏମିତି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ନିଜ ସରକାରୀ ବାସଭବନ ଡାଉନିଂ ଷ୍ଟ୍ରିଟରେ ଖେଳିଲେ କ୍ରିକେଟ । ଟି ୨୦ ଚମ୍ପିଆନ୍‌ ଇଂଲଣ୍ଡ ଟିମ ସହିତ ଋଷି କ୍ରିକେଟ ଖେଳୁଥିବା ନଜର ଆସିଛନ୍ତି । ଇଂଲଣ୍ଡ ଟିମ୍‌ର କ୍ରିକେଟରଙ୍କ ସହିତ କ୍ରିକେଟ ଖେଳି ପ୍ରଧାନମନ୍ତ୍ରୀ ଋଷି ସେମାନଙ୍କ ମନୋବଳକୁ ବୃଦ୍ଧି କରିବା ସହ ସେମାନଙ୍କୁ ଉତ୍ସାହିତ କରିଛନ୍ତି । ଋଷି କ୍ରିକେଟ ଖେଳୁଥିବାର ଫଟୋ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।

ଇଂଲଣ୍ଡ ଟିମ ସହ କ୍ରିକେଟ ଖେଳିଲେ ୟୁକେ ପ୍ରଧାନମନ୍ତ୍ରୀ ଋଷି ସୁନକ
ଇଂଲଣ୍ଡ ଟିମ ସହ କ୍ରିକେଟ ଖେଳିଲେ ୟୁକେ ପ୍ରଧାନମନ୍ତ୍ରୀ ଋଷି ସୁନକ

ବୁଧବାର ମାର୍ଚ୍ଚ ୨୨ ତାରିଖ ତଥା ଗତକାଲି ଋଷି ଡାଉନିଂ ଷ୍ଟ୍ରିଟରେ ଏକ ରିସେପସନ ପାର୍ଟିରେ ଆୟୋଜନ କରିଥିଲେ । ଏହି ଗ୍ରାଣ୍ଡ୍‌ ସେଲିବ୍ରେସନରେ ଋଷି ଟି ୨୦ ଚମ୍ପିଆନ୍‌ ଇଂଲଣ୍ଡ କ୍ରିକେଟ ଟିମ୍‌ର ଖେଳାଳିଙ୍କୁ ନିମନ୍ତ୍ରଣ କରିଥିଲେ । ଇଂଲଣ୍ଡ ଟିମ୍‌ ଟି୨୦ ବିଶ୍ବକପ ୨୦୨୨ର ଚମ୍ପିଆନ ଟିମ । ଜୋସ ବଟଲରଙ୍କ ଅଧିନାୟକତ୍ବରେ ଇଂଲଣ୍ଡ ଟିମ୍‌ ନଭେମ୍ବର ୧୩ ତାରିଖରେ ପାକିସ୍ତାନକୁ ପରାସ୍ତ କରି ଟି-୨୦ ବିଶ୍ବକପ ୨୦୨୨ ଟାଇଟଲକୁ ନିଜ ନାମରେ କରିଥିଲା । ଇଂଲଣ୍ଡର ଅଧିନାୟକ ଜୋସ୍‌ ବଟଲର ଓ ଟିମର ମୁଖ୍ୟ କୋଚ ମାଥ୍ୟୁ ମଟ୍‌ଙ୍କ ନେତୃତ୍ବରେ ଟିମ ବିଜୟ ହୋଇଥିଲା ।

ଇଂଲଣ୍ଡ ଟିମ ସହ କ୍ରିକେଟ ଖେଳିଲେ ୟୁକେ ପ୍ରଧାନମନ୍ତ୍ରୀ ଋଷି ସୁନକ
ଇଂଲଣ୍ଡ ଟିମ ସହ କ୍ରିକେଟ ଖେଳିଲେ ୟୁକେ ପ୍ରଧାନମନ୍ତ୍ରୀ ଋଷି ସୁନକ

ଏହା ବି ପଢନ୍ତୁ- INDvsAUS ODI: ଦିନିକିଆରେ ହ୍ୟାଟ୍ରିକ ଡକ୍, SKY ଷଷ୍ଠ ଭାରତୀୟ, ଲିଷ୍ଟରେ ଅଛନ୍ତି ତେନ୍ଦୁଲକର

ବୁଧବାର ପ୍ରଧାନମନ୍ତ୍ରୀ ଋଷିଙ୍କ ସହିତ ସ୍ୟାମ କରନ, ଲିୟାମ ଲିଭିଂଷ୍ଟୋନ, ଡେଭିଡ ମଲାନ, କ୍ରିସ ୱକ୍ସ, ଫିଲ ସଲ୍ଟ, କ୍ରିସ ଜର୍ଡାନ, ଟାଇମଲ ମିଲ୍ସ ଓ ଷ୍ଟାଣ୍ଡବୟ ସୀମର ରିଚର୍ଡ ଗ୍ଲିସନ କ୍ରିକେଟ ଖେଳିଥିଲେ । ଏହି କ୍ରିକେଟ ଖେଳୁଥିବ ସମୟର ଫଟୋକୁ ପ୍ରଧାନମନ୍ତ୍ରୀ ଋଷି ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ସେୟାର କରିଛନ୍ତି । କଳା ରଙ୍ଗର ବ୍ୟାଟ ଧରି କ୍ରିକେଟ ଖେଳୁଥିବାର ନଜର ଆସିଛନ୍ତି ୟୁକେ ପ୍ରଧାନମନ୍ତ୍ରୀ । ଏହି ଫଟୋକୁ ସେୟାର କରି କ୍ୟାପସନରେ ନିଜର ଅନୁଭୂତିକୁ ଲେଖିଛନ୍ତି ଋଷି ।

ସେ କ୍ୟାପସନରେ ଲେଖିଛନ୍ତି, "ଡାଉନିଂ ଷ୍ଟ୍ରିଟର ଗ୍ରାଉଣ୍ଡରେ ଜୋସ ବଟଲର ଓ ଇଂଲଣ୍ଡ କ୍ରିକେଟ ଟିମ ସହିତ କ୍ରିକେଟ ଖେଳ ରୋମାଞ୍ଚକର ଥିଲା । ଯେତେବେଳେ ଟିମ ଟି-୨୦ ବିଶ୍ବକପ ୨୦୨୨ ଟାଇଟଲ ଜିତିଥିଲା, ସେତେବେଳେ ସେମାନଙ୍କୁ ମୁଁ ତାଙ୍କୁ ଶୁଭେଚ୍ଛା ଜଣାଇଥିଲି ।" ଏକ ଫଟୋରେ ଦେଖିବାକୁ ମିଳିଛି ଯେ ପ୍ରଧାନମନ୍ତ୍ରୀ ଋଷି ସୁନକ ଅଧିନାୟକ ଜୋସ ବଟଲରଙ୍କ ସହିତ ହାତରେ ଟ୍ରଫି ଧରି ଠିଆ ହୋଇଛନ୍ତି । ଆଉ କିଛି ଫଟୋରେ ଦେଖିବାକୁ ମିଳିଛି ଯେ ଋଷି ସୁନକ ବ୍ୟାଟିଂ କରୁଛନ୍ତି ଆଉ ତାଙ୍କୁ ଟିମର ଅନ୍ୟ ଖେଳାଳି ଉତ୍ସାହିତ କରୁଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.