ETV Bharat / sports

INDvsAUS ODI: ଦିନିକିଆରେ ହ୍ୟାଟ୍ରିକ ଡକ୍, SKY ଷଷ୍ଠ ଭାରତୀୟ, ଲିଷ୍ଟରେ ଅଛନ୍ତି ତେନ୍ଦୁଲକର

author img

By

Published : Mar 23, 2023, 3:21 PM IST

ହ୍ୟାଟ୍ରିକ ଡକ ହେବାରେ ସୂର୍ଯ୍ୟକୁମାର ଷଷ୍ଠ ଭାରତୀୟ
IND vs AUS ODI

ଘରୋଇ ଭାରତ ଓ ଭ୍ରମଣକାରୀ ଦଳ ମଧ୍ୟରେ ଦିନିକିଆ ସିରିଜ ଶେଷ ହୋଇଛି । ଲଗାତାର 3ଟି ମ୍ୟାଚରେ ସୂର୍ଯ୍ୟକୁମାର ଯାଦବଙ୍କର ନିରାଶାଜନକ ପ୍ରଦର୍ଶନ ରହିଥିଲା । ଖାତା ଖୋଲି ନପାରି ପ୍ରଥମ ବଲରେ ଆଉଟ ହୋଇଥିଲେ ସୂର୍ଯ୍ୟକୁମାର । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଦିନିକିଆ କ୍ରିକେଟରେ ଖୁବ କମ ଦେଖିବାକୁ ମିଳେ ଯେ ପ୍ରଥମ ବଲରେ ବ୍ୟାଟର ଆଉଟ ହେବା । ଅତି ବେଶିରେ ଲଗାତାର ଦୁଇଟି ମ୍ୟାଚରେ ଖାତା ଖୋଲି ନପାରି ଖୁବ କମ ବ୍ୟାଟର ପାଭିଲିୟନ ଫେରିଥାନ୍ତି । ମାତ୍ର ଲାଗାତାର 3ଟି ମ୍ୟାଚରେ ପ୍ରଥମ ବଲରେ ଆଉଟ ହେବା ଖୁବ କମ ଦେଖିବାକୁ ମିଳେ । ଘରୋଇ ଭାରତ ଓ ଭ୍ରମଣକାରୀ ଅଷ୍ଟ୍ରେଲିଆ ମଧ୍ୟରେ ଶେଷ ହୋଇଥିବା ଦିନିକିଆରେ ଏମିତି କିଛି ଦେଖିବାକୁ ମିଳିଛି । 3 ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ଷ୍ଟାର ବ୍ୟାଟର ସୂର୍ଯ୍ୟକୁମାର ପ୍ରଥମ ବଲରେ ଆଉଟ ହୋଇଛନ୍ତି । ହ୍ୟାଟ୍ରିକ ଡକ୍ ହେବାରେ ସୂର୍ଯ୍ୟକୁମାର ଷଷ୍ଠ ଭାରତୀୟ ହୋଇଛନ୍ତି । ସୂର୍ଯ୍ୟକୁମାରଙ୍କଠୁ ଏଭଳି ପ୍ରଦର୍ଶନ ଆଶା କରି ନଥିଲେ କ୍ରିକେଟପ୍ରେମୀ ।

ବିଶ୍ବର ନମ୍ବର ୱାନ ବ୍ୟାଟମ୍ୟାନ ସୂର୍ଯ୍ୟକୁମାର ଯାଦବ ଏକ ଶୃଙ୍ଖଳାର ସମସ୍ତ ମ୍ୟାଚରେ ପ୍ରଥମ ବଲରେ ଆଉଟ ହୋଇଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆରେ 3ଟି ଯାକ ମ୍ୟାଚରେ ଖାତା ଖୋଲି ନପାରି ପାଭିଲିୟନ ଫେରିଥିଲେ । ପ୍ରଥମ 2ଟି ଦିନିକିଆରେ ସୂର୍ଯ୍ୟ ପ୍ରଥମ ବଲରେ ମିଚେଲ ଷ୍ଟାର୍କଙ୍କ ଶିକାର ହୋଇଥିଲେ । ଏହାପରେ ତୃତୀୟ ଦିନିକିଆରେ କ୍ରିଜକୁ ଆସୁ ଆସୁ ଆଷ୍ଟନଙ୍କ ବଲରେ ଆଉଟ ହୋଇଥିଲେ । ପୂରା ଦିନିକିଆ ଶୃଙ୍ଖଳାରେ ପ୍ରଥମ ବଲରେ ଆଉଟ ହୋଇଥିଲେ ସୂର୍ଯ୍ୟକୁମାର ।

3ଟି ମ୍ୟାଚରେ ପ୍ରଥମ ବଲରେ ଆଉଟ ହେବାରେ ସୂର୍ଯ୍ୟକୁମାର ପ୍ରଥମ ଭାରତୀୟ । ପୂର୍ବରୁ ବିଶ୍ବରେ 13ଜଣ ବ୍ୟାଟର କ୍ରମାଗତ 3ଟି ଦିନିକିଆ ମ୍ୟାଚରେ ପ୍ରଥମ ବଲରେ ଆଉଟ ହୋଇଥିଲେ । 5 ଭାରତୀୟ କ୍ରମାଗତ 3ଟି ମ୍ୟାଚରେ ଶୂନରେ ଆଉଟ ହୋଇଥିବା ବେଳେ ସୂର୍ଯ୍ୟକୁମାର 3ଟି ମ୍ୟାଚରେ ପ୍ରଥମ ବଲରେ ଆଉଟ ହୋଇ ଷଷ୍ଠ ଭାରତୀୟ ହୋଇଛନ୍ତି ।ପୂର୍ବରୁ ଏପରି ପରିସ୍ଥିତିର ଶିକାର ହୋଇଛନ୍ତି ଭାରତୀୟ ଖେଳାଳି । ସଚିନ ତେନ୍ଦୁଲକର, ଅନୀଲ କୁମ୍ବଲେ, ଇଶାନ୍ତ ଶର୍ମା, ଜାହିର ଖାନ, ଜସପ୍ରୀତ ବୁମରା ଏପରି ଅଲୋଡା ରେକର୍ଡ ଅଧିକାରୀ ହୋଇଛନ୍ତି ।

ଏହା ବି ପଢନ୍ତୁ...ICC ODI Team Ranking: ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ହାରିବା ପରେ ଦ୍ବିତୀୟରେ ଭାରତ, ବୋଲିଂରେ ଖସିଲେ ସିରାଜ

ପ୍ରକାଶଥାଉକି, ଭାରତ ଅଷ୍ଟ୍ରେଲିଆ ମଧ୍ୟରେ 3 ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ବିଜୟ ହାସଲ କରିଛି ଭ୍ରମଣକାରୀ ଦଳ । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବରେ ଭାରତ ମୁମ୍ବାଇ ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ଜିତିଥିଲା । ବିଶାଖାପାଟଣାରେ ଆଷ୍ଟ୍ରେଲିଆ ଦ୍ବିତୀୟ ଦିନିକିଆ ଜିତିବା ପରେ ସ୍ଥିତି 1-1ରେ ରହିଥିଲା । ମାତ୍ର ଚେନ୍ନାଇରେ ବ୍ୟାଟର ବିଫଳ ହେବାକୁ ବାଜି ମାରି ନେଇଥିଲା ଅଷ୍ଟ୍ରେଲିଆ । 21ରନରେ ତୃତୀୟ ତଥା ନିର୍ଣ୍ଣାୟକ ଦିନିକିଆ ଜିତି ସିରିଜ କବଜା କରିଥିଲା କଙ୍ଗାରୁ ଦଳ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.