ETV Bharat / sports

ICC ODI Team Ranking: ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ହାରିବା ପରେ ଦ୍ବିତୀୟରେ ଭାରତ, ବୋଲିଂରେ ଖସିଲେ ସିରାଜ

author img

By

Published : Mar 23, 2023, 10:45 AM IST

ସଦ୍ୟ ସମାପ୍ତ ଅଷ୍ଟ୍ରେଲିଆ ବନାମ ଭାରତ ଦିନିକିଆରେ ଅଷ୍ଟ୍ରେଲିଆ ଦିନିକିଆ ସିରିଜ ଜିତିଛି । ଏହାପରେ ଆଇସିସି ଦିନିକିଆ ମାନ୍ୟତାରେ ଅଷ୍ଟ୍ରେଲିଆ ଏକ ନମ୍ବରକୁ ଆସିଛି । ଅଧିକ ପଢନ୍ତୁ

ଆଇସିସି ଦିନିକିଆ ଦଳ ମାନ୍ୟତା
ICC ODI Team Ranking

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ 3 ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ଅଷ୍ଟ୍ରେଲିଆ 2-1ରେ ସିରିଜ ଜିତିଛି । ଦିନିକିଆରେ ପରାଜୟ ସହ ଭାରତକୁ ଏକ ଝଟକା ଲାଗିଛି । ସଦ୍ୟ ପ୍ରକାଶିତ ଆଇସିସି ଦିନିକିଆ ଦଳ ମାନ୍ୟତାରେ ଅଷ୍ଟ୍ରେଲିଆ ପ୍ରଥମ ସ୍ଥାନ ଅଧିକାର କରିଛି । ମୋଟ 35ଟି ମ୍ୟାଚରେ 3965 ପଏଣ୍ଟ ସହ 113 ରେଟିଙ୍ଗ ସହ ପ୍ରଥମ ସ୍ଥାନରେ ରହିଛି । ଭାରତ 47ଟି ମ୍ୟାଚରେ 5,294 ପଏଣ୍ଟ ସହ 113 ରେଟିଙ୍ଗ ସହ ଦ୍ବିତୀୟ ସ୍ଥାନରେ ରହିଛି ।

ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବରେ ଭାରତ ପ୍ରଥମ ଦିନିକିଆ ଜିତି 1-0ରେ ଆଗୁଆ ଥିଲା । ମାତ୍ର ବିଶାଖାପାଟଣାରେ ଖେଳାଯାଇଥିବା ଦ୍ବିତୀୟ ଦିନିକିଆରେ ଭାରତ ପରାସ୍ତ ହୋଇଥିଲା । ଏହାପରେ ସିରିଜ 1-1ରେ ରହିଥିଲା । ଚେନ୍ନାଇରେ ଖେଳାଯାଇଥିବା ତୃତୀୟ ଦିନିକିଆରେ ଅଷ୍ଟ୍ରେଲିଆ 21ରେ ବିଜୟ ହାସଲ କରିବା ସହ ସିରିଜ ଜିତିଛି । ଦିନିକିଆ ମାନ୍ୟତା ତାଲିକାରେ ଭାରତୀୟ ଖେଳାଳିଙ୍କ ଅବନତି ମଧ୍ୟ ଦେଖିବାକୁ ମିଳିଛି । ସଦ୍ୟ ପ୍ରକାଶିତ ଆଇସିସି ମାନ୍ୟତା ତାଲିକାରେ ବୋଲିଂ ବିଭାଗରେ 4 ସପ୍ତାହ ଧରି ଶୀର୍ଷ ସ୍ଥାନରେ ରହିଥିବା ମହମ୍ମଦ ସିରାଜ ତୃତୀୟ ସ୍ଥାନକୁ ଖସିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜରେ ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ ସିରାଜଙ୍କ ମାନ୍ୟତା ତାଲିକାରେ ଅବନତି ହୋଇଛି । ଜୋସ ହାଡେଲଉଡ ଶୀର୍ଷକୁ ଫେରିଛନ୍ତି । ଟ୍ରେଣ୍ଟ ବୋଲ୍ଡ ଦ୍ବିତୀୟ ସ୍ଥାନରେ ରହିଛନ୍ତି ।

ଟେଷ୍ଟ ବ୍ୟାଟିଂ ମାନ୍ୟତାରେ କେନ ୱିଲିୟମସନ ଦ୍ବିତୀୟକୁ ଉନ୍ନୀତ ହୋଇଥିବାବେଳେ ଋଷବ ପନ୍ତ, ରୋହିତ ଶର୍ମା, ବିରାଟ କୋହଲିଙ୍କର ଅବନତି ହୋଇଛି । ଟେଷ୍ଟ ବ୍ୟାଟିଂରେ ମାର୍ନସ ଲାବୁସାନା ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି । ରୋହିତ ଶର୍ମାଙ୍କ ଦୁଇଟି ସ୍ଥାନ ଅବନତି ହୋଇଛି ବର୍ତ୍ତମାନ 12ତମ ସ୍ଥାନରେ ରହିଛନ୍ତି । ଦିନିକିଆ ବ୍ୟାଟିଂରେ କୋହଲି ଓ ଶୁଭମନ ଗିଲଙ୍କ ସ୍ଥାନ ସ୍ଥିର ରହିଛି । ଉଭୟ ଯଥାକ୍ରମେ ସପ୍ତମ ଓ ପଞ୍ଚମ ସ୍ଥାନରେ ରହିଛନ୍ତି । ଦିନିକିଆ ବ୍ୟାଟିଂରେ ରୋହିତ ନବମ ସ୍ଥାନକୁ ଉଠିଛନ୍ତି ।

ଏହା ବି ପଢନ୍ତୁ...Ind vs Aus 3rd ODI: ଫେଲ ମାରିଲେ ଭାରତର ବ୍ୟାଟର, ୨-୧ରେ ଶୃଙ୍ଖଳା ଜିତିଲା ଅଷ୍ଟ୍ରେଲିଆ

ଆଇସିସି ଦିନିକିଆ ଦଳ ମାନ୍ୟତାରେ 111 ରେଟିଙ୍ଗ ସହ ତୃତୀୟରେ ନ୍ୟୁଜିଲାଣ୍ଡ ରହିଛି । ଇଂଲଣ୍ଡ ଚତୁର୍ଥ, ପାକିସ୍ତାନ 106 ରେଟିଙ୍ଗ ସହ ପଞ୍ଚମ ସ୍ଥାନରେ ରହିଛି । ସାଉଥ ଆଫ୍ରିକା ଷଷ୍ଠ ସ୍ଥାନରେ ରହିଥିବାବେଳେ ପାକିସ୍ତାନ ସପ୍ତମ, ଶ୍ରୀଲଙ୍କା ଅଷ୍ଟମ, ୱେଷ୍ଟ ଇଣ୍ଡିଜ ନବମ ସ୍ଥାନରେ ରହିଥିବାବେଳେ ଆଫଗାନିସ୍ତାନ ଦଶମ ସ୍ଥାନରେ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.