ETV Bharat / sports

IND vs SA, 3rd Test: କେପ୍‌ ଟାଉନରେ ବିରାଟ ବାହିନୀର ବିଜୟ ପ୍ରସ୍ତୁତି

author img

By

Published : Jan 9, 2022, 5:27 PM IST

ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରଜର ତୃତୀୟ ତଥା ନିର୍ଣ୍ଣାୟକ ଟେଷ୍ଟ ପାଇଁ ରବିବାର ଅଭ୍ୟାସ ଆରମ୍ଭ କରିଛି ଟିମ ଇଣ୍ଡିଆ । ଜାନୁଆରୀ ୧୧ରୁ ୧୫ କେପ ଟାଉନରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ ଟେଷ୍ଟ ଖେଳାଯିବ । ଅଧିକ ପଢନ୍ତୁ

Team India begins training for 3rd Test against South Africa in Cape Town
IND vs SA, 3rd Test: କେପ୍‌ ଟାଉନରେ ବିରାଟ ବାହିନୀର ବିଜୟ ପ୍ରସ୍ତୁତି

କେପଟାଉନ(ଦକ୍ଷିଣ ଆଫ୍ରିକା): ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରଜର ତୃତୀୟ ତଥା ନିର୍ଣ୍ଣାୟକ ଟେଷ୍ଟ ପାଇଁ ରବିବାର ଅଭ୍ୟାସ ଆରମ୍ଭ କରିଛି ଟିମ ଇଣ୍ଡିଆ । ଜାନୁଆରୀ ୧୧ରୁ ୧୫ କେପ ଟାଉନରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ ଟେଷ୍ଟ ଖେଳାଯିବା ନେଇ ସୂଚୀ ରହିଛି । ତୃତୀୟ ଟେଷ୍ଟ ପାଇଁ ଟିମ ଇଣ୍ଡିଆ ଖେଳାଳିଙ୍କ ଅଭ୍ୟାସ ସମୟର ଭିଡିଓ ସେୟାର କରିଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI) ।

ଦ୍ବିତୀୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ୭ ୱିକେଟରେ ଭାରତକୁ ହରାଇ ଟେଷ୍ଟ ସିରିଜ ୧-୧ରେ ବରାବର କରିଛି । ମ୍ୟାଚ୍‌ ପରେ ଟିମ ଇଣ୍ଡିଆ ମୁଖ୍ୟ କୋଚ୍‌ ରାହୁଲ ଦ୍ରାବିଡ ତୃତୀୟ ଟେଷ୍ଟରେ ଟିମକୁ ଫେରିବା ନେଇ ଆଶାବାଦୀ ଥିବା କହିଥିଲେ । ଭର୍ଟୁଆଲ ସାମ୍ବାଦିକ ସମ୍ମିଳନୀରେ ଦ୍ରାବିଡ କହିଛନ୍ତି, "ବିରାଟ କୋହଲି ତୃତୀୟ ଟେଷ୍ଟ ପାଇଁ ସଂପୂର୍ଣ୍ଣ ଫିଟ୍‌ ହୋଇଯିବେ ବୋଲି ଆଶା । ନିଜର ଫିଟ୍‌ନେସ ଅଭ୍ୟାସ ସେସନରେ ପରୀକ୍ଷା କରିବାକୁ ବିରାଟଙ୍କ ପାଖେ ସୁଯୋଗ ରହିବ । କେପ୍‌ ଟାଉନରେ ଏକାଧିକ ନେଟ୍‌ ସେସନ ଉପଯୋଗୀ ସାବ୍ୟସ୍ତ ହେବ ।"

ଏହାମଧ୍ୟ ପଢନ୍ତୁ: 3rd test: କେପଟାଉନ୍‌ରେ ପହଞ୍ଚିଲା ଟିମ ଇଣ୍ଡିଆ, ଟିମ ହୋଟେଲରେ ଭବ୍ୟ ସ୍ବାଗତ

ଏହାମଧ୍ୟ ପଢନ୍ତୁ: Ashes, 4th Test: ନାଟକୀୟ ଢଙ୍ଗରେ ଅଷ୍ଟ୍ରେଲିଆର ବିଜୟ ରୋକିଲେ ବ୍ରଡ୍‌-ଆଣ୍ଡରସନ

ଡିନ ଏଲଗାର ଅପରାଜିତ ୯୬ ରନ୍‌ର ଅଧିନାୟକ ଇଂନିସ ଖେଳି ଘରୋଇ ଟିମକୁ ଜୋହାନ୍ସବର୍ଗ ଟେଷ୍ଟରେ ବିଜୟୀ କରାଇଥିଲେ । ଫଳରେ ୩ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ୧-୧ରେ ବରାବର ହୋଇଥିଲ । ସିରିଜ ବରାବର ସ୍ଥିତିରେ ଥିବାରୁ ନିର୍ଣ୍ଣାୟକ ଟେଷ୍ଟ ନେଇ ଉତ୍ସାହ ବଢିବାରେ ଲାଗିଛି । ଦକ୍ଷିଣ ଆଫ୍ରିକା ମାଟିରେ କେବେ ଭାରତୀୟ ଟିମ ଟେଷ୍ଟ ସିରିଜ ଜିତିପାରିନଥିବାରୁ ଏଥର ଇତିହାସ ରଚିବା ଲକ୍ଷ୍ୟରେ ରହିଛି ।

ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.