3rd test: କେପଟାଉନ୍‌ରେ ପହଞ୍ଚିଲା ଟିମ ଇଣ୍ଡିଆ, ଟିମ ହୋଟେଲରେ ଭବ୍ୟ ସ୍ବାଗତ

author img

By

Published : Jan 8, 2022, 9:22 PM IST

Team india players arrive in Cape Town for 3rd Test

ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟେଷ୍ଟ ପାଇଁ କେପଟାଉନରେ ପହଞ୍ଚିଲା ଟିମ ଇଣ୍ଡିଆ । ସିରିଜ ୧-୧ରେ ବରାବର । ଜାନୁଆରୀ ୧୧ରୁ ନ୍ୟୁଲାଣ୍ଡ୍‌ସରେ ନିର୍ଣ୍ଣାୟକ ଟେଷ୍ଟ । ଅଧିକ ପଢନ୍ତୁ

କେପଟାଉନ: ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ସିରିଜର ତୃତୀୟ ମ୍ୟାଚ୍‌ କେପଟାଉନରେ ଜାନୁଆରୀ ୧୧ରୁ ଆରମ୍ଭ ହେବ । ଏଥିପାଇଁ ଶନିବାର ଭାରତୀୟ ଟିମ କେପଟାଉନରେ ପହଞ୍ଚିଛି । ଏକ ଚାଟାର୍ଡ ବିମାନ ଯୋଗେ ଜୋହାନ୍ସବର୍ଗରୁ ଟିମ କେପଟାଉନ ପହଞ୍ଚିଛି । COVID-19 କଟକଣାକୁ ଉଭୟ ଟିମ ପାଳନ କରିଛନ୍ତି ।

ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI) ପକ୍ଷରୁ ଏକ ଭିଡିଓ ସେୟାର କରାଯାଇଛି ଯେଉଁଥିରେ, ଭାରତୀୟ ଖେଳାଳିଙ୍କୁ ଟିମ ହୋଟେଲରେ ଭବ୍ୟ ସ୍ବାଗତ କରାଯାଉଛି । କେପଟାଉନର ନ୍ୟୁଲାଣ୍ଡ୍‌ସରେ ଅଭ୍ୟାସ ଆରମ୍ଭ କରିବା ପୂର୍ବରୁ ଭାରତୀୟ ଟିମ ବାୟୋବବଲରେ ସମୟ ଅତିବାହିତ କରିବ । ଦକ୍ଷିଣ ଆଫ୍ରିକା ଟିମ ମଧ୍ୟ ଶନିବାର କେପଟାଉନରେ ପହଞ୍ଚିସାରିଛି ।

୩ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ୧-୧ରେ ବରାବର ରହିଛି । ସେଞ୍ଚୁରିଅନରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ୧୧୩ ରନରେ ବିଜୟୀ ହୋଇଥିବା ଭାରତୀୟ ଟିମ, ଜୋହାନ୍ସବର୍ଗରେ ପରାସ୍ତ ହୋଇଥିଲା । ଘରୋଇ ଟିମ ବିଜୟ ସହ ସିରିଜ ବରାବର କରିଛି । ଫଳରେ ତୃତୀୟ ତଥା ସିରିଜର ନିର୍ଣ୍ଣାୟକ ଟେଷ୍ଟ ଅଧିକ ସଂଘର୍ଷପୂର୍ଣ୍ଣ ହେବ ବୋଲି ଅନୁମାନ କରାଯାଉଛି ।

ପିଠି ଯନ୍ତ୍ରଣା ପାଇଁ ଦ୍ବିତୀୟ ଟେଷ୍ଟ ଖେଳିନଥିବା କ୍ୟାପଟେନ ବିରାଟ କୋହଲି ଟିମକୁ ପ୍ରତ୍ୟାବର୍ତ୍ତନ କରିବେ । ସେହିପରି ମାଂସପେଶୀ ଜନିତ ଆହତ ସମସ୍ୟାରେ ଥିବା ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କ ସ୍ଥାନରେ ଇଶାନ୍ତ ଶର୍ମା କିମ୍ବା ଉମେଶ ଯାଦବଙ୍କୁ ସ୍ଥାନ ମିଳିବାର ସମ୍ଭାବନା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.