ETV Bharat / sports

Ashes, 4th Test: ନାଟକୀୟ ଢଙ୍ଗରେ ଅଷ୍ଟ୍ରେଲିଆର ବିଜୟ ରୋକିଲେ ବ୍ରଡ୍‌-ଆଣ୍ଡରସନ

author img

By

Published : Jan 9, 2022, 4:01 PM IST

ସିଡ୍‌ନୀ କ୍ରିକେଟ ଗ୍ରାଉଣ୍ଡ(SCG)ରେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥବା ଚତୁର୍ଥ ଆସେସ(Ashes) ଟେଷ୍ଟ ନାଟକୀୟ ଢଙ୍ଗରେ ଡ୍ର'ରେ(draw)ଶେଷ ହୋଇଛି । ଇଂଲଣ୍ଡର ଶେଷ ଦୁଇ ଖେଳାଳି ଷ୍ଟୁଆର୍ଟ ବ୍ରଡ ଓ ଜେମ୍ସ ଆଣ୍ଡରସନ ମ୍ୟାଚ୍‌ର ପଞ୍ଚମ ଦିନରେ ଶେଷ ଦୁଇ ଓଭର ବ୍ୟାଟିଂ କରିବା ସହ ପରାଜୟ ଏଡାଇବାକୁ ସଫଳ ହୋଇଛନ୍ତି । ଅଧିକ ପଢନ୍ତୁ

Ashes, 4th Test: Broad, Anderson manage to hang on as England walk away with draw
Ashes, 4th Test: ନାଟକୀୟ ଢଙ୍ଗରେ ଅଷ୍ଟ୍ରେଲିଆର ବିଜୟ ରୋକିଲେ ବ୍ରଡ୍‌-ଆଣ୍ଡରସନ

ସିଡନୀ(ଅଷ୍ଟ୍ରେଲିଆ): ସିଡ୍‌ନୀ କ୍ରିକେଟ ଗ୍ରାଉଣ୍ଡ(SCG)ରେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥବା ଚତୁର୍ଥ ଆସେସ ଟେଷ୍ଟ ନାଟକୀୟ ଢଙ୍ଗରେ ଡ୍ର'ରେ ଶେଷ ହୋଇଛି । ଇଂଲଣ୍ଡର ଶେଷ ଦୁଇ ଖେଳାଳି ଷ୍ଟୁଆର୍ଟ ବ୍ରଡ ଓ ଜେମ୍ସ ଆଣ୍ଡରସନ ମ୍ୟାଚ୍‌ର ପଞ୍ଚମ ଦିନରେ ଶେଷ ଦୁଇ ଓଭର ବ୍ୟାଟିଂ କରିବା ସହ ପରାଜୟ ଏଡାଇବାକୁ ସଫଳ ହୋଇଛନ୍ତି । ଫଳରେ ୫ ମ୍ୟାଚ୍‌ ବିଶିଷ୍ଟ ସିରିଜରେ ଅଷ୍ଟ୍ରେଲିଆ ୩-୦ରେ ଆଗୁଆ ରହିଛି । ପଞ୍ଚମ ଟେଷ୍ଟ ଶୁକ୍ରବାର ଠାରୁ ହୋବାର୍ଟରେ ଖେଳାଯିବ ଓ ଏହା ଦିବାରାତ୍ରୀ ମ୍ୟାଚ୍‌ ହେବ ।

Ashes, 4th Test: Broad, Anderson manage to hang on as England walk away with draw
ମ୍ୟାଚ୍‌ ଶେଷ ଭାଗରେ କଡା ମୁକାବିଲାର ନାଟକୀୟ ଦୃଶ୍ୟ

ଏହାମଧ୍ୟ ପଢନ୍ତୁ: 3rd test: କେପଟାଉନ୍‌ରେ ପହଞ୍ଚିଲା ଟିମ ଇଣ୍ଡିଆ, ଟିମ ହୋଟେଲରେ ଭବ୍ୟ ସ୍ବାଗତ

୧୭୪/୪ରୁ ତୃତୀୟ ତଥା ଶେଷ ସେସନ ଖେଳ ଆରମ୍ଭ କରିଥିଲା ଇଂଲଣ୍ଡ । ବେନ ଷ୍ଟୋକ୍ସ ଓ ଜନ୍ନି ବେୟାରଷ୍ଟୋ ଅଧିକ ୧୯ ରନ୍‌ ଯୋଡିବା ପରେ ୬୦ ରନ୍‌ର ବ୍ୟାଟିଂ କରୁଥିବା ଷ୍ଟୋକ୍ସଙ୍କୁ ନାଥନ ଲାୟନ ପାଭିଲିଅନ ପଠାଇଦେଇଥିଲେ । ଫଳରେ ଇଂଲଣ୍ଡ ପାଖରେ ମ୍ୟାଚ୍‌ ଡ୍ର ରଖିବାକୁ ଆହ୍ବାନପୂର୍ଣ୍ଣ ୨୭.୨ ଓଭର ରହିଥିଲା ।

ପରେ ଦିନର ୧୭ ଓଭର ଖେଳ ବାକିଥିବାବେଳେ, କଙ୍ଗାରୁ କ୍ୟାପଟେନ ପାଟ କମିନ୍ସ, ଜସ୍‌ ବଟଲରଙ୍କୁ LBW ଆଉଟ୍‌ କରିଥିଲେ । ଏହାପରେ ଇଂଲଣ୍ଡ ସଂକଟରେ ପଡିବା ସହ ପରାଜୟ ଏଡାଇବା ମୁସ୍କିଲ ହୋଇଯାଇଥିଲା । ସମାନ ଓଭରରେ ମାର୍କ ଉଡ୍‌ଙ୍କୁ କୌଣସି ରନ୍‌ କରିବା ପୂର୍ବରୁ କମିନ୍ସ ପାଭିଲିଅନ ପଠାଇବା ପରେ ଇଂଲଣ୍ଡର ସ୍କୋର ୨୧୮/୭ ହୋଇଯାଇଥିଲା ।

ଅନ୍ୟପଟେ ୪୪ ରନ୍‌ରେ ବ୍ୟାଟିଂ କରୁଥିବା ବେୟାରଷ୍ଟୋଙ୍କୁ ବୋଲାଣ୍ଡ ଆଉଟ କରିବା ପରେ ଅଷ୍ଟ୍ରେଲିଆ ବିଜୟ ନିକଟତର ହୋଇଥିଲା । ଇଂଲଣ୍ଡ ପାଇଁ ସଂଘର୍ଷ କରିବା ସହ ବିଜୟ ରୋକିବାକୁ ଶେଷ ୧୦.୨ ଓଭର ରହିଥିଲା ।

ମ୍ୟାଚ୍‌ର ଶେଷ ୩ ଓଭର ଥିବା ସମୟରେ ଲାଇଟ୍‌ କମ ହୋଇଥିଲା ଓ କେବଳ ସ୍ପିନର ବୋଲିଂ କରିପାରିବେ ବୋଲି ଅମ୍ପାୟର ନିଷ୍ପତ୍ତି ନେଇଥିଲେ । ଷ୍ଟିଭେନ ସ୍ମିଥ ବୋଲିଂ ପାଇଁ ଆସିଥିଲେ ଓ ୧୦୦ତମ ଓଭରର ଶେଷ ବଲେରେ ସେ ୨୬ ରନ୍‌ରେ ବ୍ୟାଟିଂ କରୁଥିବା ଜାକ୍‌ ଲିଚ୍‌ଙ୍କୁ ଆଉଟ୍‌ କରିଥିଲେ । ପରେ ବ୍ରଡ୍‌ ଓ ଆଣ୍ଡରସନ ଶେଷ ଦୁଇ ଓଭର ଯତ୍ନର ସହ ବ୍ୟାଟିଂ କରିଥିଲେ ଓ ଅଷ୍ଟ୍ରେଲିଆର ବିଜୟ ରୋକିବାରେ ସଫଳ ହୋଇଥିଲେ ।

ସଂକ୍ଷିପ୍ତ ସ୍କୋର: ଅଷ୍ଟ୍ରେଲିଆ ୪୧୬/୮ ଓ ୨୬୫/୬; ଇଂଲଣ୍ଡ ୨୯୪ ଓ ୨୭୦/୯(ଜାକ୍‌ କ୍ରାୱଲେ ୭୭, ବେନ ଷ୍ଟୋକ୍ସ ୬୦; ସ୍କଟ ବୋଲାଣ୍ଡ ୩-୩୦ ) ।

ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.