ETV Bharat / sports

SA v IND, 3rd Test: ଐତିହାସିକ ସିରିଜ ବିଜୟ ଠାରୁ ୮ ୱିକେଟ ଦୂରରେ ଭାରତ

author img

By

Published : Jan 13, 2022, 10:30 PM IST

ନ୍ୟୁଲାଣ୍ଡ୍ସରେ ଖେଳାଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଟେଷ୍ଟର ତୃତୀୟ ଦିନ ଖେଳ ଶେଷ ହୋଇଛି । ତୃତୀୟ ଦିନ ଷ୍ଟମ୍ପ୍‌ ଅପସାରଣ ସୁଦ୍ଧା ୨ ୱିକେଟ ହରାଇ ୧୦୧ ରନ୍‌ ସଂଗ୍ରହ କରିନେଇଛି ଘରୋଇ ଟିମ । ଫଳରେ ୨୧୨ ରନ୍‌ର ପିଛା କରୁଥିବା ଦକ୍ଷିଣ ଆଫ୍ରିକାକୁ ବିଜୟ ପାଇଁ ଆଉ ୧୧୧ ରନ୍‌ର ଆବଶ୍ୟକ ରହିଛି । ଅନ୍ୟପଟେ ଭାରତକୁ ବିଜୟ ପାଇଁ ୮ ୱିକେଟ ଆବଶ୍ୟକ ରହିଛି । ଅଧିକ ପଢନ୍ତୁ

SA v IND, 3rd Test: South Africa lose Markram and Elgar in pursuit of 212
SA v IND, 3rd Test: ଐତିହାସିକ ସିରିଜ ବିଜୟ ଠାରୁ ୮ ୱିକେଟ ଦୂରରେ ଭାରତ

କେପ୍‌ ଟାଉନ୍‌: ନ୍ୟୁଲାଣ୍ଡ୍ସରେ ଖେଳାଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଟେଷ୍ଟର ତୃତୀୟ ଦିନ ଖେଳ ଶେଷ ହୋଇଛି । ତୃତୀୟ ଦିନ ଷ୍ଟମ୍ପ୍‌ ଅପସାରଣ ସୁଦ୍ଧା ୨ ୱିକେଟ ହରାଇ ୧୦୧ ରନ୍‌ ସଂଗ୍ରହ କରିନେଇଛି ଘରୋଇ ଟିମ । ଫଳରେ ୨୧୨ ରନ୍‌ର ପିଛା କରୁଥିବା ଦକ୍ଷିଣ ଆଫ୍ରିକାକୁ ବିଜୟ ପାଇଁ ଆଉ ୧୧୧ ରନ୍‌ର ଆବଶ୍ୟକ ରହିଛି । ଅନ୍ୟପଟେ ଭାରତକୁ ବିଜୟ ପାଇଁ ୮ ୱିକେଟ ଆବଶ୍ୟକ ରହିଛି । ପିଟରସନ ୪୮ ରନ୍‌ରେ ଅପରାଜିତ ରହିଛନ୍ତି ।

ଏହାମଧ୍ୟ ପଢନ୍ତୁ: ପନ୍ତଙ୍କ ଦମଦାର ଶତକ, ଦକ୍ଷିଣ ଆଫ୍ରିକା ସାମ୍ନାରେ ୨୧୨ ବିଜୟ ଲକ୍ଷ୍ୟ ରଖିଲା ଭାରତ

୨୧୨ ରନର୍‌ ଟାର୍ଗେଟକୁ ପିଛା କରୁଥିବା ଦକ୍ଷିଣ ଆଫ୍ରିକା ପକ୍ଷରୁ ଦୁଇ ଓପନର ଆଡନ ମାର୍କ୍ରମ ଓ କ୍ୟାପଟେନ ଡିଲ ଏଲଗାର ପ୍ରଥମ ୭ ଓଭର ପର୍ଯ୍ୟନ୍ତ କୌଣସି କ୍ଷତି ହେବାକୁ ଦେଇନଥିଲେ । ଉଭୟଙ୍କ ମଧ୍ୟରେ ୨୩ ରନ୍‌ର ଭାଗିଦାରୀ ହୋଇଥିଲା । ମାତ୍ର ମାର୍କ୍ରନଙ୍କୁ ୧୬ ରନ୍‌ରେ ବ୍ୟାଟିଂ କରୁଥିବା ସମୟରେ ମହମ୍ମଦ ସାମି ଆଉଟ୍‌ କରି ଏହି ଯୋଡି ଭାଙ୍ଗିଥିଲେ । ଏହାପରେ କିଗାନ ପିଟରସନ କ୍ୟାପଟେନ ଏଲଗାରଙ୍କ ସହ ମିଶି ଦକ୍ଷିଣ ଆଫ୍ରିକାର ସ୍କୋର ୧୦୦ ରନ୍‌ ପାର୍‌ କରାଇଥିଲେ । ତୃତୀୟ ଦିନ ଖେଳ ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକା କୌଣସି ୱିକେଟ ହରାଇବ ନାହିଁ ବୋଲି ପ୍ରତୀତ ହେଉଥିଲା । ମାତ୍ର ଯଶପ୍ରୀତ ବୁମରା ଏଲଗାରଙ୍କୁ ଆଉଟ୍‌ କରି ଦକ୍ଷିଣ ଆଫ୍ରିକାକୁ ଦ୍ବିତୀୟ ଝଟ୍‌କା ଦେଇଥିଲେ ।

ଏହାମଧ୍ୟ ପଢନ୍ତୁ: COVID Surge: ମହାମାରୀ କାଳରେ କ୍ରିକେଟ ଆହ୍ବାନ, ଆଶଙ୍କାରେ ଭାରତ-ଇଣ୍ଡିଜ ବାରବାଟୀ T-20

ପୂର୍ବରୁ ଋଷଭ ପନ୍ତଙ୍କ ଅପରାଜିତ ଶତକ ହାସଲ କରିଥିଲେ ମଧ୍ୟ ଦ୍ବିତୀୟ ଇଂନିସରେ ଭାରତ ୧୯୮ ରନ୍‌ର ଅଲଆଉଟ୍‌ ହୋଇଥିଲା । ଫଳରେ ଦକ୍ଷିଣ ଆଫ୍ରିକା ସାମ୍ନାରେ ୨୧୨ ରନ୍‌ର ବିଜୟ ଲକ୍ଷ୍ୟ ରହିଥିଲା । ଦକ୍ଷିଣ ଆଫ୍ରିକା ପାଇଁ ମାର୍କୋ ଜେନସେନ ସର୍ବାଧିକ ୪ଟି, କାଗିସୋ ରବାଡା ଓ ଲୁଙ୍ଗି ନିଙ୍ଗିଡି ୩ଟି ଲେଖାଏଁ ୱିକେଟ ହାତେଇଥିଲେ ।

ସଂକ୍ଷିପ୍ତ ସ୍କୋର: ଭାରତ ୨୨୩ ଓ ୧୯୮; ଦକ୍ଷିଣ ଆଫ୍ରିକା ୨୧୦ ଓ ୧୦୧/୨ (କିଗାନ ପିଟରସନ ୪୮*, ଡିନ ଏଲଗାର ୩୦; ମହମ୍ମଦ ସାମି ୧-୨୨) ।

ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.