ପନ୍ତଙ୍କ ଦମଦାର ଶତକ, ଦକ୍ଷିଣ ଆଫ୍ରିକା ସାମ୍ନାରେ ୨୧୨ ବିଜୟ ଲକ୍ଷ୍ୟ ରଖିଲା ଭାରତ

author img

By

Published : Jan 13, 2022, 7:05 PM IST

Updated : Jan 13, 2022, 8:09 PM IST

Rishabh pant slams ton, india set taget of 212 runs against south Africa

କେପଟାଉନ ଟେଷ୍ଟରେ ଋଷଭ ପନ୍ତଙ୍କ ଦମଦାର ଶତକ । ଦକ୍ଷିଣ ଆଫ୍ରିକା ସାମ୍ନାରେ ୨୧୨ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା ଭାରତ । ଅଧିକ ପଢନ୍ତୁ

କେପ୍‌ ଟାଉନ୍‌: ରୋମାଞ୍ଚକର ସ୍ଥିତିରେ ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟେଷ୍ଟ । ୱିକେଟକିପର ବ୍ୟାଟର ଋଷଭ ପନ୍ତଙ୍କ ଦମଦାର ଅପରାଜିତ ଶତକ ହାସଲ କରିଛନ୍ତି । ନିର୍ଣ୍ଣାୟକ ଟେଷ୍ଟର ଦ୍ବିତୀୟ ଇଂନିସରେ ୧୯୮ ରନ୍‌ରେ ଅଲଆଉଟ୍‌ ହୋଇଛି ଭାରତ । ଫଳରେ ସିରିଜ ୨-୧ରେ ଜିତିବାକୁ ଦକ୍ଷିଣ ଆଫ୍ରିକା ସାମ୍ନାରେ ୨୧୨ ରନ୍‌ର ବିଜୟ ଲକ୍ଷ୍ୟ ରଖିଛି ଭାରତ ।

ଲଞ୍ଚ୍‌ ବ୍ରେକ୍‌ ପରେ ୧୩୦/୪ରୁ ଖେଳ ଆରମ୍ଭ କରିଥିବା ଭାରତୀୟ ଟିମକୁ କ୍ୟାପଟେନ ବିରାଟ କୋହଲିଙ୍କ ରୂପରେ ବଡ ଝଟକା ଲାଗିଥିଲା । ଋଷଭ ପନ୍ତ ଓ ବିରାଟ କୋହଲିଙ୍କ ଭାଗିଦାରୀ ଶେଷ ହୋଇଥିଲା । ଲୁଙ୍ଗି ନିଙ୍ଗିଡି କୋହଲିଙ୍କୁ ଆଉଟ୍‌ କରିବା ସହ ମ୍ୟାଚ୍‌ର ମୋଡ ବଦଳାଇ ଦେଇଥିଲେ । କୋହଲିଙ୍କ ୱିକେଟ ପରେ ଭାରତର ସ୍କୋର ୧୫୨/୫ରେ ସଂଘର୍ଷ କରିଥିଲା ଭାରତ ।

ଏହାମଧ୍ୟ ପଢନ୍ତୁ: ଭାରତୀୟ ମହିଳା ହକି ଖେଳାଳି ଲିଲିମା ମିଞ୍ଜଙ୍କ ଅବସର ଘୋଷଣା

ପରେ କାଗିସୋ ରବାଡା, ଉମେଶ ଯାଦବଙ୍କୁ ଖାତା ଖୋଲିବା ପୂର୍ବରୁ ପାଭିଲିୟନ ଫେରାଇ ଦେଇଥିଲେ । ମାର୍କୋ ଜେନସେନ ମଧ୍ୟ ମହମ୍ମଦ ସାମି ଓ ଜଶପ୍ରୀତ ବୁମରାଙ୍କୁ ଆଉଟ୍‌ କରିବା ସହ ଭାରତକୁ ୧୯୮ ରନ୍‌ର ସୀମିତ ରଖିବାକୁ ପ୍ରମୁଖ ଭୁମିକା ଗ୍ରହଣ କରିଥିଲେ ।

ପୂର୍ବରୁ ପ୍ରଥମ ସେସନରେ ଭାରତ ୫୭/୨ରୁ ଖେଳ ଆରମ୍ଭ କରିଥିଲା ଓ ଚେତେଶ୍ବର ପୂଜାରାଙ୍କ ୱିକେଟ ପ୍ରଥମ ଓଭରରେ ହରାଇଥିଲା ଭାରତ । ଏହାପରେ ଅଜିଙ୍କ୍ୟ ରାହାଣେ ମଧ୍ୟ ଶୀଘ୍ର ପାଭିଲିଅନ ଫେରିଥିଲେ ।

ସଂକ୍ଷିପ୍ତ ସ୍କୋର: ଭାରତ ୨୨୩ ଓ ୧୯୮(ଋଷଭ ପନ୍ତ ୧୦୦*, ବିରାଟ କୋହଲି ୨୯; ମାର୍କୋ ଜେନସେନ ୪-୩୬ ); ଦକ୍ଷିଣ ଆଫ୍ରିକା ୨୧୦ ।

ANI

Last Updated :Jan 13, 2022, 8:09 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.