COVID Surge: ମହାମାରୀ କାଳରେ କ୍ରିକେଟ ଆହ୍ବାନ, ଆଶଙ୍କାରେ ଭାରତ-ଇଣ୍ଡିଜ ବାରବାଟୀ T-20

author img

By

Published : Jan 13, 2022, 9:06 PM IST

India vs west indies barabati t20 match: All eye on BCCI decision as covid case increases

ବାରବାଟୀ ଷ୍ଟାଡିୟମରେ ଫେବୃଆରୀ ୧୫ ତାରିଖରେ ଭାରତ-ୱେଷ୍ଟଇଣ୍ଡିଜ ଟି-୨୦ ମ୍ୟାଚ୍‌ ଖେଳାଯିବା ନେଇ ସୂଚୀ ରହିଛି । ଅଧିକ ପଢନ୍ତୁ

କଟକ: ବାରବାଟୀ ଷ୍ଟାଡିୟମରେ ଫେବୃଆରୀ ୧୫ ତାରିଖରେ ଖେଳାଯିବାକୁ ଥିବା ଭାରତ-ୱେଷ୍ଟଇଣ୍ଡିଜ ଟି-୨୦ ମ୍ୟାଚ୍‌ ନେଇ ଆଶଙ୍କା । ଦୀର୍ଘ ଦୁଇବର୍ଷ ପରେ ବାରବାଟୀଙ୍କୁ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ୍‌ ଫେରିଥିବାବେଳେ ଏହି ମ୍ୟାଚ୍‌ ଖେଳାଯିବା ନେଇ ଏବେ ଅନିଶ୍ଚିତତା ଦେଖାଦେଇଛି । ରାଜ୍ୟରେ ମହାମାରୀ COVID-19ର ଦ୍ରୁତ ସଂକ୍ରମଣ ଏହାର ପ୍ରମୁଖ କାରଣ ହୋଇଛି ।

COVID କାଳରେ କ୍ରିକେଟ ଆହ୍ବାନ, ଆଶଙ୍କାରେ ଭାରତ-ଇଣ୍ଡିଜ ବାରବାଟୀ ଟି-୨୦

ଏହି ମୁକାବିଲା ପାଇଁ BCCI ପକ୍ଷରୁ ଗ୍ରୀନ ସିଗନାଲ ମିଳିଲେ ବିନା ଦର୍ଶକରେ ଖାଲି ଷ୍ଟାଡିୟମରେ ଆୟୋଜନ ସମ୍ଭାବନା ଅଧିକ ରହିଛି । ତେବେ ଆସନ୍ତା ଭାରତ-ୱେଷ୍ଟଇଣ୍ଡିଜ ଟି-୨୦ ପାଇଁ ସଜେଇ ହେଉଛି ବାରବାଟୀ ଷ୍ଟାଡିୟମ । BCCI ପକ୍ଷରୁ ମ୍ୟାଚ୍‌ ଆଲର୍ଟ ହେବା ପରେ ଷ୍ଟାଡିୟମକୁ ନୂଆ ରୂପ ଦେବାରେ ବ୍ୟସ୍ତ ଓଡିଶା କ୍ରିକେଟ ଆସୋସିଏସନ(OCA) । ପିଚ୍‌, ଆଉଟ ଫିଲ୍ଡ୍‌ , ନୂଆ LED ଲାଇଟ, ଗ୍ୟାଲେରୀ କାମକୁ ଯୁଦ୍ଧକାଳୀନ ଭିତ୍ତିରେ ଶେଷ କରିବାକୁ ଲକ୍ଷ୍ୟ ରଖିଛି ଓସିଏ ।

ଏହାମଧ୍ୟ ପଢନ୍ତୁ: ପନ୍ତଙ୍କ ଦମଦାର ଶତକ, ଦକ୍ଷିଣ ଆଫ୍ରିକା ସାମ୍ନାରେ ୨୧୨ ବିଜୟ ଲକ୍ଷ୍ୟ ରଖିଲା ଭାରତ

ବାୟୋବବଲ ମଧ୍ୟରେ ମ୍ୟାଚ୍‌ ଖେଳାଯିବା ସମ୍ଭାବନା ଅଧିକ ଥିବାବେଳେ, ଷ୍ଟାଡିୟମକୁ ଦର୍ଶକ ଅନୁମତି ନେଇ ସ୍ପଷ୍ଟ ସୂଚନା ନାହିଁ । BCCI ପକ୍ଷରୁ ସୂଚନା କୌଣସି ସୂଚନା ଆସିନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତି । ନିକଟରେ BCCIର ବ୍ରଡ୍‌କାଷ୍ଟିଂ ଟିମ ବାରବାଟୀ ପରିଦର୍ଶନରେ ଆସିଥିଲେ । ଯାହା କିଛି ମାତ୍ରାରେ ଆଶ୍ବସ୍ଥି ପ୍ରଦାନ କରିଛି। କିନ୍ତୁ COVID ଯେଉଁ ହାରରେ ଓଡିଶାରେ ବୃଦ୍ଧି ପାଉଛି ତାହାକୁ ନଜର ରଖି ମ୍ୟାଚ୍‌ ସ୍ଥାନାନ୍ତରିତ କଥା ମଧ୍ୟ ଚର୍ଚ୍ଚା ହେଲାଣି । ସେପଟେ ବାରବାଟୀ ମ୍ୟାଚ ପାଇଁ ଓସିଏ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା କହିଛନ୍ତି ସଭାପତି ।

ଦେଶରେ COVIDର ଗମ୍ଭୀର ସ୍ଥିତିକୁ ନଜର ରଖି BCCI ଘରୋଇ ସିଜିନର ମୁଖ୍ୟ ଟୁର୍ନାମେଣ୍ଟ ରଣଜୀ ଟ୍ରଫିକୁ ମଧ୍ୟ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ ହୋଇସାରିଛି । ତେବେ ବାରବାଟୀକୁ ଅନ୍ତର୍ଜାତୀୟ ମ୍ୟାଚ୍‌ ମିଳିଲେ ଓଡିଶା କ୍ରୀଡା ପ୍ରେମୀ ଉତ୍ସାହିତ ହୋଇଥାନ୍ତି । ମାତ୍ର ଚଳିତବର୍ଷ କୋଭିଡ ଏହି ଉତ୍ସାହକୁ ନିରାଶାରେ ବଦଳାଇଦେବାର ସମ୍ଭାବନା ରହିଛି । ବିନା ଦର୍ଶକରେ ବାୟୋବବଲରେ ବାରବାଟୀରେ ମ୍ୟାଚ ହେଉ ବୋଲି ମଧ୍ୟ ଦାବି କରିଛନ୍ତି ଫ୍ୟାନ୍ସ ଓ କ୍ରିକେଟ ସମୀକ୍ଷକ । କାରଣ ବାରବାଟୀରୁ କେବେ ବି ଫେରିନି ମ୍ୟାଚ୍‌ । ଖେଳାଳିଙ୍କ ସୁରକ୍ଷା ଓ ସୁରକ୍ଷିତ ପରିବେଶରେ ମ୍ୟାଚ୍‌ ଆୟୋଜନ ଆହ୍ବାନ ଥିବାବେଳେ ଉଭୟ ଦିଗକୁ ନଜର BCCIର ଚୂଡାନ୍ତ ରିପୋର୍ଟକୁ ଅପେକ୍ଷା ରହିଛି ।

କଟକରୁ ପ୍ରଭୁକଲ୍ୟାଣ ପାଲ୍‌, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.