ETV Bharat / sports

ଭାଇରାଲ ହେଲା କିଙ୍ଗ କୋହଲିଙ୍କ ମାଟ୍ରିକ ମାର୍କସିଟ

author img

By

Published : Apr 2, 2023, 2:14 PM IST

ପୁଣି ଚର୍ଚ୍ଚାରେ ଭାରତୀୟ କ୍ରିକେଟର ବିରାଟ କୋହଲି । ଏଥର କ୍ରିକେଟ ମଇଦାନରେ ତାଙ୍କ ପ୍ରଦର୍ଶନକୁ ନେଇ ନୁହେଁ ବରଂ କିଛି ଅନ୍ୟ କାରଣ ପାଇଁ ଚର୍ଚ୍ଚାକୁ ଆସିଛନ୍ତି ବିରାଟ କୋହଲି । ଜାଣିବା ପାଇଁ ପଢନ୍ତୁ ସମ୍ପୂର୍ଣ୍ଣ ଖବର । ଅଧିକ ପଢନ୍ତୁ

ଭାଇରାଲ ହେଲା କିଙ୍ଗ କୋହଲିଙ୍କ ମାଟ୍ରିକା ମାର୍କସିଟ
virat kohli 10th marksheet

ନୂଆଦିଲ୍ଲୀ: କେତେବେଳେ କ୍ରିକେଟ ମଇଦାନରେ ଭଲ ପ୍ରଦର୍ଶନ ତ କେତେବେଳେ ନିରାଶା ପ୍ରଦର୍ଶନ ପାଇଁ ଚର୍ଚ୍ଚାରେ ଥାନ୍ତି ବିରାଟ କୋହଲି । ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି କିଙ୍ଗ କୋହଲି । ଏଥରେ ପ୍ରଦର୍ଶନ ନେଇ ନୁହେଁ ବରଂ କିଛି ଅନ୍ୟ କାରଣ ପାଇଁ । କୋହଲିଙ୍କ ଏକ ପୋଷ୍ଟକୁ ନେଇ ଏବେ ଚର୍ଚ୍ଚା ହେଉଛି । ସୋସିଆଲ ମିଡିଆରେ ବିରାଟ କୋହଲିଙ୍କ ମାଟ୍ରିକ ମାର୍କସିଟ ଭାଇରାଲ ହେଉଛି । ସୋସିଆଲ ମିଡିଆରେ ଦଶମ ଶ୍ରେଣୀ ମାର୍କସିଟ ସେୟାର କରିଛନ୍ତି ବିରାଟ କୋହଲି । ମାର୍କସିଟ ସହ ଲେଖାଥିବା କ୍ୟାପ୍ସନକୁ ନେଇ ଏବେ ଚର୍ଚ୍ଚା ହେଉଛି ।

ଇନଷ୍ଟାଗ୍ରାମ ହେଉ ଅବା ଅନ୍ୟ ସୋସିଆଲ ମିଡିଆ କିଙ୍ଗ କୋହଲି ସବୁଥିରେ ସକ୍ରିୟ ଥାନ୍ତି । ସେ ତାଙ୍କ ଇନଷ୍ଟାଗ୍ରାମରେ ମାଟ୍ରିକ ମାର୍କସିଟ ଫଟୋ ପୋଷ୍ଟ କରିଛନ୍ତି । କ୍ୟାପ୍ସନରେ ଲେଖିଛନ୍ତି, ''ମାର୍କସିଟରେ କମ ଦେଖା ଯାଉଥିବା ମାର୍କ କିନ୍ତୁ ନିଜ ଚରିତ୍ରରେ ସବୁଠାରୁ ଅଧିକ'' । 34 ବର୍ଷୀୟ ବିରାଟ କୋହଲି 2004ରେ ଦିଲ୍ଲୀର ପଶ୍ଚିମ ସେଭର କନଭେଣ୍ଟ ମାଧ୍ୟମିକ ବିଦ୍ୟାଳୟରୁ ଦଶମ ଶ୍ରେଣୀ ପାସ କରିଥିଲେ କୋହଲି ।

ମାର୍କସିଟ ଅନୁସାରେ ବିରାଟ ଗଣିତରେ 41 ପ୍ରତିଶତ ସହ ସି 2 ଗ୍ରେଡ ହାସଲ କରିଥିଲେ । ସେହିପରି ଇଂରାଜୀରେ 83 ମାର୍କ ସହ ଏ1 ଗ୍ରେଡ ପାଇଥିଲେ । ହିନ୍ଦୀରେ 75, ବିଜ୍ଞାନରେ 55, ସାମାଜିକରେ 81 ଓ ଇଣ୍ଟୋଡକ୍ଟରୀ ବିଜ୍ଞାନରେ 58 ମାର୍କ ରଖିଥିଲେ । କୋହଲିଙ୍କ ମାର୍କସିଟ ଭାଇରାଲ ପରେ ତାଙ୍କ ଫ୍ୟାନ୍ସମାନେ ବିଭିନ୍ନ କମେଣ୍ଟ କରିଛନ୍ତି । ଦଶମ ପରୀକ୍ଷାରେ କମ ମାର୍କ ରଖିଥିଲେ ସୁଦ୍ଧା କ୍ରିକେଟ ଜଗତରେ ଜଣେ ସଫଳ ଚେହେରା ହୋଇଛନ୍ତି ବିରାଟ ।

ଏହା ବି ପଢନ୍ତୁ...Spain Masters 2023: ଫାଇନାଲରେ ପିଭି ସିନ୍ଧୁ

ଏହା ବି ପଢନ୍ତୁ...IPL 2023: ସୁପର ସନଣ୍ଡେରେ ସୁପର ଫାଇଟ, ରାଜସ୍ଥାନ-ହାଇଦ୍ରାବାଦ ଓ ମୁମ୍ବାଇ-ବାଙ୍ଗାଲୋର ମୁକାବିଲା

ବିରାଟ କୋହଲି ଭାରତୀୟ କ୍ରିକେଟ ଦଳରେ ଜଣେ ସଫଳ ବ୍ୟାଟର । 2008ରେ ଭାରତୀୟ ପୁରୁଷ କ୍ରିକେଟ୍ ଟିମ୍ ପକ୍ଷରୁ ପ୍ରଥମେ ଶ୍ରୀଲଙ୍କା ବିପକ୍ଷରେ ଦିନିକିଆ ମ୍ୟାଚ୍ ଡେବ୍ୟୁ ଆରମ୍ଭ କରିଥିଲେ ବିରାଟ । ଟେଷ୍ଟ,ଦିନିକିଆ ଓ ଟି-ଟ୍ବେଣ୍ଟି ଫର୍ମାଟରେ ଦମଦାର ପ୍ରଦର୍ଶନ କରିଛନ୍ତି । ନିକଟରେ ବର୍ଡର ଗାଭାସ୍କର ଟେଷ୍ଟରେ ଶତକ ହାସଲ କରି କ୍ୟାରିଅରର 28ତମ ଟେଷ୍ଟ ଶତକ ହାସଲ କରିଥିଲେ । ବିରାଟ କୋହଲି T20 ବିଶ୍ବକପ ଇତିହାସରେ ସର୍ବାଧିକ ରନ୍ ସଂଗ୍ରହକାରୀ କ୍ରିକେଟର ହୋଇଛନ୍ତି । ଆଇପିଏଲରେ ସେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଦଳରେ ରହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.