ETV Bharat / sports

IPL 2023: ସୁପର ସନଣ୍ଡେରେ ସୁପର ଫାଇଟ, ରାଜସ୍ଥାନ-ହାଇଦ୍ରାବାଦ ଓ ମୁମ୍ବାଇ-ବାଙ୍ଗାଲୋର ମୁକାବିଲା

author img

By

Published : Apr 2, 2023, 10:16 AM IST

ଆଇପିଏଲ 16ତମ ସଂସ୍କରଣରେ ଆଜି (ରବିବାର) ଡବଲ ହେଡର ମ୍ୟାଚ ରହିଛି । ରାଜସ୍ଥାନ ବନାମ ହାଇଦ୍ରାବାଦ ଓ ମୁମ୍ବାଇ ବନାମ ବାଙ୍ଗାଲୋର ମଧ୍ୟରେ ମୁକାବିଲା ଅନୁଷ୍ଠିତ ହେବ । ଅଧିକ ପଢନ୍ତୁ

IPL 2023
ରାଜସ୍ଥାନ ବନାମ ହାଇଦ୍ରାବାଦ ଓ ମୁମ୍ବାଇ ବନାମ ବାଙ୍ଗାଲୋର ମୁକାବିଲା

ନୂଆଦିଲ୍ଲୀ: ଫଟାଫଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଇଣ୍ଡିଆନ ପ୍ରିମିୟର ଲିଗର 16ତମ ସଂସ୍କରଣ ଆରମ୍ଭ ହୋଇସାରିଛି । ଆଇପିଏଲ ମୋହରେ ପଡି ସାରିଛନ୍ତି କ୍ରିକେଟ ପ୍ରେମୀ । ସୁପର ସନଣ୍ଡେରେ ଆଜି ଡବଲ ହେଡର ମୁକାବିଲା ରହିଛି । ରାଜସ୍ଥାନ ରୟାଲ୍ସ ବନାମ ସନରାଇଜର୍ସ ହାଇଦ୍ରାବାଦ ଓ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ବନାମ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଲଢେଇ ହେବ । ଅପରାହ୍ନ 3ଟା 30ରେ ରାଜସ୍ଥାନ ଓ ହାଇଦ୍ରାବାଦ ମଧ୍ୟରେ ମ୍ୟାଚ ହେବାକୁ ଥିବାବେଳେ ରାତି 7ଟା 30ରେ ବାଙ୍ଗାଲୋର ଓ ମୁମ୍ବାଇ ପରସ୍ପରକୁ ଭେଟିବେ ।

RR VS SHR: ଗତ ବର୍ଷର ରନର୍ସଅପ ରାଜସ୍ଥାନକୁ ଭେଟିବ ସନରାଇଜର୍ସ ହାଇଦ୍ରାବାଦ । ବିଜୟରୁ ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟରେ ରହିଛନ୍ତି ଦୁଇ ଦଳ । ହାଇଦ୍ରାବାଦର ଅଧିନାୟକ ଆଡେନ ମାରକ୍ରମ ଏପର୍ଯ୍ୟନ୍ତ ଦଳରେ ଯୋଗ ଦେଇନାହାନ୍ତି ତେଣୁ ତାଙ୍କ ସ୍ଥାନରେ ଦଳର ନେତୃତ୍ବ ନେବେ ଭୁବନେଶ୍ବର କୁମାର । ଭୁବନେଶ୍ବରଙ୍କ ନେତୃତ୍ବରେ ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇବ ସନରାଇଜର୍ସ ହାଇଦ୍ରାବାଦ । ଦୁଇ ଦଳର ପ୍ରଦର୍ଶନକୁ ଦେଖିଲେ ରାଜସ୍ଥାନ ଶକ୍ତିଶାଳୀ ମନେ ହେଉଛି । ବିଶେଷ କରି ରାଜସ୍ଥାନର ଜୋ ରୁଟଙ୍କ ଉପସ୍ଥିତି ଦଳ ପାଇଁ ବଳ ବଢାଇବ । ହାଇଦ୍ରାବାଦ ଦୁଇଥର ଆଇପିଏଲ ଚମ୍ପିଆନ ହୋଇଥିବା ବେଳେ ରାଜସ୍ଥାନ ଥରେ ବିଜେତା ହୋଇଛି ।

ହେଡଟୁହେଡ: ରାଜସ୍ଥାନ ଓ ହାଇଦ୍ରାବାଦ ମଧ୍ୟରେ ଖେଳାଯାଇଥିବା ପୂର୍ବ 5 ମ୍ୟାଚରୁ ରାଜସ୍ଥାନର ଦବଦବା ରହିଛି । ରାଜସ୍ଥାନ 3ଟି ମ୍ୟାଚରେ ବିଜୟୀ ହୋଇଥିବା ବେଳେ ହାଇଦ୍ରାବାଦ 2ଟି ମ୍ୟାଚରେ ଜିତିଛି । 2009 ଓ 2016ରେ ଆଇପିଏଲ ଚମ୍ପିଆନ ହୋଇଥିଲା । ଆଜିର ମୁକାବିଲାରେ ରାଜସ୍ଥାନ ରୟାଲ୍ସର ବ୍ୟାଟିଂ ବିଭାଗ ଓ ସନରାଇଜର୍ସ ହାଇଦ୍ରାବାଦରେ ବୋଲିଂ ବିଭାଗ ମଧ୍ୟରେ ଅସଲ ଲଢେଇ ହେବ ।

ଏହା ବି ପଢନ୍ତୁ...IPL 2023 : ମାର୍କ ଉଡଙ୍କ ଆକ୍ରାମକ ବୋଲିଂ, 50 ରନରେ ହାରିଲା ଦିଲ୍ଲୀ

ଏହା ବି ପଢନ୍ତୁ...IPL 2023 PBKS vs KKR: ବର୍ଷା ସାଜିଲା ବାଧକ, DLS ନିୟମରେ ଜିତିଲା ପଞ୍ଜାବ

MI VS RCB: ଆଇପିଏଲର ସଫଳ ଦଳ ତଥା 5 ଥର ଚମ୍ପିଆନ ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚାଲେଞ୍ଜର୍ସ ବାଙ୍ଗାରୋଲ ଚଳିତ ସିଜନରେ ଆଜି ସେମାନଙ୍କ ପ୍ରଥମ ମୁକାବିଲା ଖେଳିବେ । ଏହି ମୁକାବିଲା ରୋମାଞ୍ଚକର ହେବ । ଷ୍ଟାର ଭାରତୀୟ ଖେଳାଳି ବିଟାଟ କୋହଲି ଓ ରୋହିତ ଶର୍ମା ଦୁଇ ଦଳରେ ରହିଛନ୍ତି । ପୂର୍ବ ସଂସ୍କରଣରେ ମୁମ୍ବାଇର ପ୍ରଦର୍ଶନ ଭଲ ନଥିଲା । ପଏଣ୍ଟ ଟେବୁଲ ଶେଷରେ ରହି ଅଭିଯାନ ଶେଷ କରିଥିଲା । ଚଳିତ ସିଜନରେ ଦଳ କମବ୍ୟାକ ଲକ୍ଷ୍ୟ ରଖିଛି । ଗତ ସିଜନ ଅପେକ୍ଷା ଏଥର ଦଳ ସନ୍ତୁଳିତ ଅଛି । ଅନ୍ୟପଟେ ବାଙ୍ଗାଲୋର ଏଥର ବାଜି ମାରିବା ଆଶା ନେଇ ବିଜୟରୁ ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟ ନେଇ ଗ୍ରାଉଣ୍ଡକୁ ଓହ୍ଲାଇବ । ଗତ 3ଟି ସିଜନରେ ଦଳ ପ୍ଲେ ଅଫ ଖେଳିଛି । ଏଥର ଉପରକୁ ଫାଇନାଲ ଖେଳିବାକୁ ଦଳ ଆଶା ବାନ୍ଧିଛି ।

ହେଡଟୁହେଡ: ଦୁଇ ଦଳ ମଧ୍ୟରେ ହୋଇଥିବା ଶେଷ 5 ମୁକାବିଲାରେ ଆରସିବି ପଲ୍ଲା ଭାରି ରହିଛି । 5ଟି ମ୍ୟାଚରୁ ଆରିସିବି 4ଟି ମ୍ୟାଚ ଜିତିଛି । ମୁମ୍ବାଇ କେବଳ ଗୋଟିଏ ମ୍ୟାଚ ଜିତିବାରେ ସଫଳ ହୋଇଛି । ପୂର୍ବ ସଂସ୍କରଣରେ ଏପ୍ରିଲ 9 ତାରିଖରେ ଦୁଇ ଦଳ ମଧ୍ୟରେ ଶେଷ ମ୍ୟାଚ ଖେଳାଯାଇଥିଲା । ସେଥିରେ ଆରସିବି 7 ୱିକେଟରେ ବିଜୟ ହାସଲ କରିଥିଲା ।

ପ୍ରକାଶଥାଉ କି, ଆଇପିଏଲର ଚଳିତ ସଂସ୍କରଣରେ ଏଯାବତ 3ଟି ମ୍ୟାଚ ଖେଳା ସରିଛି । ଉଦଘାଟନୀ ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗସକୁ ପରାସ୍ତ କରି ଡିଫେଣ୍ଡି ଚାମ୍ପିଅନ ଗୁଜୁରାଟ ଟାଇଟନ ବିଜୟରୁ ଅଭିଯାନ ଆରମ୍ଭ କରିଛି । ସେହିପରି ଦ୍ବିତୀୟ ମୁକାବିଲାରେ କୋଲକାତା ନାଇଟ ଟାଇଡର୍ସକୁ ହରାଇ ବାଜି ମାରି ନେଇଛି ପଞ୍ଜାବ । ତୃତୀୟ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇ ଲକ୍ଷ୍ନୌ ସୁପରଜାଏଣ୍ଟ୍ସରୁ ବିଜୟରୁ ଖାତା ଖୋଲିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.