ETV Bharat / sports

Spain Masters 2023: ଫାଇନାଲରେ ପିଭି ସିନ୍ଧୁ

author img

By

Published : Apr 2, 2023, 9:13 AM IST

ସ୍ପେନ ମାଷ୍ଟର୍ସରେ ଭାରତୀୟ ସଟଲର ପିଭି ସିନ୍ଧୁଙ୍କ ଦମଦାର ପ୍ରଦର୍ଶନ । ସେମିଫାଇନାଲରେ ସିଙ୍ଗାପୁରର ଜିଆ ମିନଙ୍କୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛନ୍ତି । ଅଧିକ ପଢନ୍ତୁ

ଫାଇନାଲରେ ପିଭି ସିନ୍ଧୁ
Spain Masters 2023

ନୂଆଦିଲ୍ଲୀ: ଦୁଇଥର ଅଲମ୍ପିକ୍ସ ପଦକ ବିଜୟିନୀ ପିଭି ସିନ୍ଧୁ ସ୍ପେନ ମାଷ୍ଟର୍ସ ବ୍ୟାଟମିଣ୍ଟନରେ ଦମଦାର ପ୍ରଦର୍ଶନ କରିଛନ୍ତି । ବିଜୟ ଧାରା ଜାରି ରଖି ଫାଇନାଲରେ ପ୍ରବେଶ କରିଛନ୍ତି ପିଭି ସିନ୍ଧୁ । ସେମି ଫାଇନାଲରେ ସିଙ୍ଗାପୁରର ଜିଆ ମିନଙ୍କୁ 24-22, 22-20 ସେଟରେ ପରାସ୍ତ କରି ଫାଇନାଲରେ ସ୍ଥାନ ପକ୍କା କରିଛନ୍ତି ସିନ୍ଧୁ । ଏହା ଚଳିତ ବର୍ଷର ତାଙ୍କ ପ୍ରଥମ ସଫଳତା ।

48 ମିନିଟର ଏହି ଗେମ ସଂଘର୍ଷପୂର୍ଣ୍ଣ ରହିଥିଲା । ମହିଳା ଏକକ ସେମିଫାଇନାଲ କଡା ମୁକାବିଲାରେ ସିଙ୍ଗାପୁରର ଜିଆ ମିନଙ୍କୁ ଭେଟିଥିଲେ ସିନ୍ଧୁ । 24-22, 22-20 ସେଟରେ ଜିଆ ମିନଙ୍କୁ ହରାଇଥିଲେ ସିନ୍ଧୁ । ପ୍ରଥମ ଓ ଦ୍ବିତୀୟ ଗେମରେ ସିନ୍ଧୁଙ୍କୁ ଜିଆ ମିନ କଡା ଟକ୍କର ଦେଇଥିଲେ । ପ୍ରଥମ ଗେମରେ ସିନ୍ଧୁ 15-20ରେ ପଛୁଆ ଥିଲେ । ଏହାପରେ ଜବରଦସ୍ତ କମବ୍ୟାକ କରି ଗେମରେ 24-22ରେ ଜିତିଥିଲେ । ଦ୍ବିତୀୟ ଗେମରେ ମଧ୍ୟ ସମାନ ପରିସ୍ଥିତି ରହିଥିଲା । ମାତ୍ର ଚତୁରତାର ସହ ସିନ୍ଧୁ ଗେମ ପ୍ରଦର୍ଶନ କରି ଫାଇନାଲରେ ସ୍ଥାନ ପକ୍କା କରିଛନ୍ତି । ପୂର୍ବରୁ ସେ କ୍ବାର୍ଟର ଫାଇନାଲରେ 21-14, 21-17 ସିଧାସଳଖ ଗେମରେ ଡେନମାର୍କର ମିଆ ବ୍ଲିଚଫେଲଡରଙ୍କୁ ପରାସ୍ତ କରିଥିଲେ ।

  • History repeats itself! 🏸🇮🇳@Pvsindhu1 has secured a spot in the finals of the #SpainMasters2023 defeating Yeo Jia Min by 24-22, 22-20 in a nail-biting match!

    Sending best wishes to our ace badminton champ for the finals. Bring the trophy home, Sindhu! pic.twitter.com/fCVMRPlM4U

    — Anurag Thakur (@ianuragthakur) April 1, 2023 " class="align-text-top noRightClick twitterSection" data=" ">

ଏହା ବି ପଢନ୍ତୁ...IPL 2023 : ମାର୍କ ଉଡଙ୍କ ଆକ୍ରାମକ ବୋଲିଂ, 50 ରନରେ ହାରିଲା ଦିଲ୍ଲୀ
ଏହା ବି ପଢନ୍ତୁ...IPL 2023 PBKS vs KKR: ବର୍ଷା ସାଜିଲା ବାଧକ, DLS ନିୟମରେ ଜିତିଲା ପଞ୍ଜାବ

27 ବର୍ଷୀୟ ସିନ୍ଧୁ ଏଥିସହ ଚଳିତ ବର୍ଷର ପ୍ରଥମ ଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି । ସ୍ପେନ ମାଷ୍ଟର୍ସ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଫାଇନାଲରେ ଭାରତୀୟ ଷ୍ଟାର ସଟଲର ପିଭି ସିନ୍ଧୁ ସ୍ପେନର କାରେଲିନ ମାରିନ ଓ ଇଣ୍ଡୋନେସିଆର ଗ୍ରୋଗୋରିଆ ତୁନଜୁଙ୍ଗଙ୍କୁ ଭେଟିବେ । ସ୍ପେନ ମାଷ୍ଟର୍ସ ଫାଇନାଲରେ ପିଭି ସିନ୍ଧୁ ପ୍ରବେଶ କରିବା ପରେ କେନ୍ଦ୍ର କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଟ୍ବିଟ କରି କେନ୍ଦ୍ର କ୍ରୀଡା ମନ୍ତ୍ରୀ ଲେଖିଛନ୍ତି, ''ଇତିହାସର ପୁନର୍ବାବୃତ୍ତି ହେବ । ସ୍ପେନ ମାଷ୍ଟର୍ସ ଫାଇନାଲରେ ପ୍ରବେଶ କରି ଥିବାରୁ ପିଭି ସିନ୍ଧୁଙ୍କୁ ଅଭିନନ୍ଦନ । ଫାଇନାଲ ଟକ୍କର ପାଇଁ ତାଙ୍କୁ ଶୁଭେଚ୍ଛା ।''

ପ୍ରକାଶଥାଉ କି, ପୁରୁଷ ଏକକରେ ଭାରତୀୟ ସଟଲର କିଦାମ୍ବ ଶ୍ରୀକାନ୍ତ କ୍ବାର୍ଟରରୁ ହାରି ବିଦାୟ ନେଇଛନ୍ତି । ଜାପାନର କେଣ୍ଟା ନିସିମୋତାଙ୍କ ନିକଟରୁ 18-21, 15-21 ସେଟରେ ପରାସ୍ତ ହୋଇ ଅଭିଯାନ ଶେଷ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.