ETV Bharat / sports

ଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜ, ଦ୍ବିତୀୟ ଟେଷ୍ଟରେ ଭାରତର ଦମଦାର ବିଜୟ

author img

By ETV Bharat Odisha Team

Published : Jan 4, 2024, 5:43 PM IST

Updated : Jan 4, 2024, 6:07 PM IST

India vs South Africa test Series
India vs South Africa test Series

India vs South Africa test Series: କେପଟାଉନରେ ଭାରତ-ଦକ୍ଷିଣଆଫ୍ରିକା ଟେଷ୍ଟ ସିରିଜ । ଦ୍ବିତୀୟ ଟେଷ୍ଟ ମ୍ୟାଚ ଜିତି ସିରିଜ ବରାବର କଲା ଟିମ ଇଣ୍ଡିଆ । ଅଧିକ ପଢନ୍ତୁ

କେପଟାଉନ: ଦେଢ ଦିନରେ ସରିଲା ଭାରତ ଓ ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜ । ଆଜି ଦ୍ବିତୀୟ ଟେଷ୍ଟ ମ୍ୟାଚ ଖେଳାଯାଉଥିବା ବେଳେ ଭାରତ ଦମଦାର ବିଜୟ ହାସଲ କରିଛି । ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତ ପରାଜୟ ବରଣ କରିଥିଲା ସତ, ହେଲେ ଦ୍ବିତୀୟ ଟେଷ୍ଟରେ ଟିମ ଇଣ୍ଡିଆ କମବ୍ୟାକ୍‌ କରି ଦମଦାର ବିଜୟ ହାସଲ କରିଛି । ଭାରତୀୟ ଷ୍ଟାର ବୋଲର ଜଶପ୍ରୀତ ବୁମରାହ ଆଜି ୬ଟି ୱିକେଟ ନେଇଥିବା ବେଳେ ଭାରତ ୭ ୱିକେଟ ମ୍ୟାଚ ଜିତି ନେଇଥିବା ବେଳେ ୭୯ ରନ୍‌ ଟାର୍ଗେଟକୁ ୩ ୱିକେଟରେ ହାସଲ କରିଛି ।

ଏହା ବି ପଢନ୍ତୁ- 2ୟ ଟେଷ୍ଟ: କେପ୍‌ଟାଉନ୍‌ରେ ବୋଲରଙ୍କ କମାଲ; ପ୍ରଥମ ଦିନରେ ଗଲା 23 ୱିକେଟ୍‌

ଭାରତ ବିପକ୍ଷରେ ଦକ୍ଷିଣ ଆଫ୍ରିକା ଘରୋଇ ମାଟିରେ ଏହି ଟେଷ୍ଟ ସିରିଜ ଖେଳୁଥିଲା । ପ୍ରଥମ ଟେଷ୍ଟରେ ଭାରତ ପରାଜିତ ହେବା ପରେ ଗତକାଲିଠୁ ଉଭୟ ଟିମ ମଧ୍ୟରେ ଦ୍ବିତୀୟ ଟେଷ୍ଟ ମ୍ୟାଚ୍‌ ଆରମ୍ଭ ହୋଇଥିଲା । ପ୍ରଥମ ଦିନରୁ ଦକ୍ଷିଣ ଆଫ୍ରିକୀୟ କ୍ରିକେଟରଙ୍କ ଉପରେ ଭାରି ପଡ଼ିଥିଲା ଟିମ ଇଣ୍ଡିଆ । ଭାରତୀୟ ବୋଲର ମହମ୍ମଦ ସିରାଜଙ୍କ ଆକ୍ରମଣାତ୍ମକ ବୋଲିଂରେ ଦ୍ବିତୀୟ ଟେଷ୍ଟ ମ୍ୟାଚର ପ୍ରଥମ ଇନିଂସରେ ୫୫ ରନ୍‌ରେ ଅଲଆଉଟ୍‌ ହୋଇଥିଲା ଦକ୍ଷିଣ ଆଫ୍ରିକା । ଏହାପରେ ଭାରତୀୟ ଟିମ ମୈଦାନକୁ ଓହ୍ଲାଇଥିବା ବେଳେ ୨ କିମ୍ବଦନ୍ତୀ ପ୍ଲେୟାର ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଦମଦାର ଅର୍ଦ୍ଧଶତକ ଦେଖିବାକୁ ମିଳିଥିଲା । ଏହାସହିତ ଟିମ ଇଣ୍ଡିଆ ୧୭୬ ରନ୍‌ରେ ଅଲଆଉଟ୍‌ ହୋଇ ୧୨୧ ରନ୍‌ରେ ବିପକ୍ଷ ଦଳଠାରୁ ଆଗରେ ରହିଥିଲା ।

ଏହା ବି ପଢନ୍ତୁ- ଖାତା ଖୋଲିପାରିଲେନି ଭାରତର 7 ବ୍ୟାଟର, 11 ବଲରେ ଗଲା 6 ୱିକେଟ୍‌

ଦ୍ବିତୀୟ ଟେଷ୍ଟ ମ୍ୟାଚ୍‌ର ଆଜି ଦ୍ବିତୀୟ ଦିନରେ ୬୨ ରନ୍‌ ୩ ୱିକେଟରୁ ଖେଳ ଆରମ୍ଭ ହୋଇଥିଲା । ହେଲେ ଜଶପ୍ରୀତ ବୁମରାହଙ୍କ ଆକ୍ରମଣାତ୍ମକ ବୋଲିଂ କରି ୬ଟି ୱିକେଟ ନେବା ପରେ ୧୭୬ ରନ୍‌ରେ ଅଟକିଥିଲା ଦକ୍ଷିଣ ଆଫ୍ରିକା । ଏହାରି ସହିତ ଟିମ ଇଣ୍ଡିଆକୁ ଘରୋଇ ଦକ୍ଷିଣ ଆଫ୍ରିକା ୭୯ ରନ୍‌ର ଟାର୍ଗେଟ ଦେଇଥିଲା । ଫଳରେ ଟିମ ଇଣ୍ଡିଆ ୭୯ ରନ୍‌ ଟାର୍ଗେଟ କରି ମୈଦାନକୁ ଓହ୍ଲାଇଥିଲା । ଏହାପରେ ଟିମ ଇଣ୍ଡିଆ ମାତ୍ର ୩ ୱିକେଟ ହରାଇ ଟାର୍ଗେଟ ପୂରଣ କରିବା ସହ ୮୦ ରନ୍‌ କରିଥିଲା । ଏହାରି ସହିତ ଭାରତ ୧-୧ରେ ସିରିଜ ବରାବର କରିବା ସହ ଐତିହାସିକ ବିଜୟ ହାସଲ କରିଛି । ଦ୍ବିତୀୟ ଟେଷ୍ଟର ଦ୍ବିତୀୟ ଦିନର ଦ୍ବିତୀୟ ଇନିଂସରେ ଓପନର ଯଶସ୍ବୀ ଜୈଶୱାଲ, ଶୁବମନ ଗିଲ୍‌ ଓ ବିରାଟ କୋହଲି ଯଥାକ୍ରମେ ୨୮, ୧୧,୧୧ ରନ୍‌ କରିଥିବା ବେଳେ ଅନ୍ୟତମ ଓପନର ରୋହିତ ଶର୍ମା ୧୭ ରନ୍‌ କରିବା ସହ ଅପରାଜେୟ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Jan 4, 2024, 6:07 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.