ETV Bharat / sports

Cricket World Cup 2023: ଲଢ଼େଇ କରି ୨୫୦ରେ ଅଟକିଲା ନେଦରଲ୍ୟାଣ୍ଡ, ଲିଗ୍‌ ପର୍ଯ୍ୟାୟରେ ଭାରତ ଅପରାଜେୟ

author img

By ETV Bharat Odisha Team

Published : Nov 12, 2023, 9:42 PM IST

Updated : Nov 12, 2023, 9:57 PM IST

ବିଶ୍ବକପ୍‌ ୨୦୨୩ ଶେଷ ଲିଗ୍‌ ମ୍ୟାଚ୍‌ରେ ନେଦରଲ୍ୟାଣ୍ଡକୁ ୧୬୦ ରନ୍‌ରେ ହରାଇଛି ଭାରତ । ପ୍ରଥମେ ବ୍ୟାଟିଂ କରି ଟପ୍‌ ଅର୍ଡରର ଧୂଆଁଧାର ବ୍ୟାଟିଂ ବଳରେ ୪୧୦ ରନ ସ୍କୋର କରିଥିଲା ଟିମ୍‌ ଇଣ୍ଡିଆ । ଜବାବରେ ନେଦରଲ୍ୟାଣ୍ଡ ୨୫୦ ରନ୍‌ରେ ସମସ୍ତ ୱିକେଟ୍‌ ହରାଇଛି । ଅଧିକ ପଢ଼ନ୍ତୁ

ଲିଗ୍‌ ପର୍ଯ୍ୟାୟରେ ଭାରତ ଅପରାଜେୟ
India remains unbeaten in League Stage

ବେଙ୍ଗାଲୁରୁ: ବିଶ୍ବକପ୍‌ ୨୦୨୩ ଲିଗ୍‌ ପର୍ଯ୍ୟାୟରେ ଭାରତ ଅପରାଜେୟ ରହିଛି । ଶେଷ ଲିଗ୍‌ ମ୍ୟାଚ୍‌ରେ ନେଦରଲ୍ୟାଣ୍ଡକୁ ୧୬୦ ରନ୍‌ରେ ହରାଇଛି ରୋହିତ ବାହିନୀ । ସେମି ପୂର୍ବରୁ ବିପକ୍ଷ ଦଳକୁ ବଡ଼ ଚେତାବନୀ ଦେଇଛି ଟିମ୍‌ ଇଣ୍ଡିଆ । ନେଦରଲ୍ୟାଣ୍ଡ ବିପକ୍ଷ ମ୍ୟାଚ୍‌ରେ ଭାରତର ଶୀର୍ଷକ୍ରମ ବ୍ୟାଟର ଶ୍ରେଷ୍ଠ ପ୍ରଦର୍ଶନ ଦେଇଥିଲେ । ବେଙ୍ଗାଲୁରୁର ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଭାରତ ପ୍ରଥମେ ବ୍ୟାଟିଂ କରିଥିବାବେଳେ ରୋହିତ, ଗିଲ୍‌ ଓ କୋହଲିଙ୍କ ଅର୍ଦ୍ଧଶତକୀୟ ପାଳି ପରେ ବିସ୍ଫୋରକ ଶତକ ହାସଲ କରିଥିଲେ ଶ୍ରେୟସ ଆୟର ଓ କେଏଲ୍‌ ରାହୁଲ । ନିର୍ଦ୍ଧାରିତ ୫୦ ଓଭରରେ ୪ ୱିକେଟ୍‌ ହରାଇ ୪୧୦ ରନ୍‌ ସ୍କୋର କରିଥିଲା ଟିମ୍‌ ଇଣ୍ଡିଆ । ଜବାବରେ ଲଢ଼େଇ କରି ୨୫୦ ରନ୍‌ରେ ସମସ୍ତ ୱିକେଟ୍‌ ହରାଇଛି ଡଚ୍‌ ଦଳ ।

ଭାରତ ବ୍ୟାଟିଂ: ଆଜି ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ଭାରତୀୟ ଅଧିନାୟକ ରୋହିତ ଶର୍ମା । ପ୍ରଥମେ ବ୍ୟାଟିଂ କରି କେବଳ ୩୨ ବଲରୁ ୩ ଚୌକା ଓ ୪ ଛକା ବଳରେ ୫୧ ରନର ବିସ୍ଫୋରକ ପାଳି ଖେଳି ଆଉଟ୍‌ ହୋଇଥିଲେ ଗିଲ୍‌ । ରୋହିତ ୮ ଚୌକା ଓ ୨ ଛକା ସହିତ ୬୧ ରନର ପାଳି ଖେଳିଥିଲେ । ବିରାଟ କୋହଲି ୫୧ ରନର ଦମଦାର ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ । ଏହାପରେ ଶ୍ରେୟସ ଆୟର ଓ କେଏଲ୍‌ ରାହୁଲ ଶେଷ ପର୍ଯ୍ୟନ୍ତ ବିସ୍ଫୋରକ ବ୍ୟାଟିଂ କରିଥିଲେ । ଆୟର ୯୪ ବଲରୁ ୧୦ ଚୌକା ଓ ୫ ଛକା ସହାୟତାରେ ୧୨୮ ରନର ବିସ୍ଫୋରକ ପାଳି ଖେଳିଥିବାବେଳେ କେଏଲ୍‌ ରାହୁଲ ୬୪ ବଲରୁ ୧୧ ଚୌକା ଓ ୪ ଛକା ବଳରେ ୧୦୨ ରନର ଧୂଆଁଧାର ପାଳି ଖେଳିଥିଲେ । ଶେଷକୁ ସୂର୍ଯ୍ୟକୁମାର ଯାଦବ ଆସି ୨ ରନ୍‌ ସ୍କୋର କରିଥିଲେ । ନିର୍ଦ୍ଧାରିତ ୫୦ ଓଭରରେ ୪ ୱିକେଟ୍‌ ହରାଇ ୪୧୦ ରନ୍‌ର ବିଶାଳ ସ୍କୋର କରିଥିଲା ଭାରତ ।

ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: ସର୍ବାଧିକ ରନ୍‌ ସଂଗ୍ରହକାରୀ ବ୍ୟାଟର କୋହଲି, ସଚିନଙ୍କ ଆଉ ଏକ ରେକର୍ଡର ହେଲେ ସମକକ୍ଷ

ନେଦରଲ୍ୟାଣ୍ଡ ବ୍ୟାଟିଂ: ଶେଷ ଲିଗ୍‌ ମ୍ୟାଚ୍‌ରେ ଡଚ୍‌ ଦଳ ପାଇଁ ଆଜି ପ୍ରାୟ ସମସ୍ତ ବୋଲର ମହଙ୍ଗା ସାବ୍ୟସ୍ତ ହୋଇଥିଲେ । ତେବେ ବସ୍‌ ଡିଲେଡ୍‌ ଦଳ ପାଇଁ ସର୍ବାଧିକ ୨ଟି ୱିକେଟ୍‌ ଅକ୍ତିଆର କରିଥିବାବେଳେ ୧୦ ଓଭରରେ ୮୨ ରନ ଖର୍ଚ୍ଚ କରିଥିଲେ । ପଲ୍‌ ଭାନ୍‌ ମୀକେରେନ ୧୦ ଓଭରରୁ ୯୦ ରନ ବ୍ୟୟ କରି ଗୋଟିଏ ସଫଳତା ପାଇଥିବାବେଳେ ଭାନ୍‌ଡେର୍‌ ମେରୱେଙ୍କୁ ଗୋଟିଏ ୱିକେଟ୍‌ ମିଳିଥିଲା । ଲୋଗାନ ଭାନ୍‌ ବିକ୍‌ ୧୦ ଓଭରରୁ ସର୍ବାଧିକ ୧୦୭ ରନ ବ୍ୟୟ କରିଥିଲେ ମଧ୍ୟ କୌଣସି ସଫଳତା ପାଇନଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: ଛକା ମାରିବାରେ ରୋହିତ୍‌ No.1, ଭାଙ୍ଗିଲେ ଡିଭିଲିୟର୍ସଙ୍କ ରେକର୍ଡ

ନେଦରଲ୍ୟାଣ୍ଡ ବ୍ୟାଟିଂ: ୪୧୧ ବିଜୟଲକ୍ଷ୍ୟ ନେଇ ଓହ୍ଲାଇଥିବା ନେଦରଲ୍ୟାଣ୍ଡ କେବଳ ୫ ରନରେ ପ୍ରଥମ ୱିକେଟ୍‌ ଭାବେ ୱେସ୍‌ଲି ବରେସିଙ୍କୁ ହରାଇଥିଲା । ଏହାପରେ ଅନ୍ୟମତ ଓପନର ମ୍ୟାକ୍ସ ଓଡୱଡ୍‌ ଓ କଲିନ ଅକରମ୍ୟାନ୍‌ ଦଳକୁ ଏକ ଭଲ ଭାଗିଦାରୀ ଦେଇଥିଲେ । ମ୍ୟାକ୍ସ ୩୦ ଓ ଅକରମ୍ୟାନ୍‌ ୩୫ ରନ୍‌ କରି ଆଉଟ୍‌ ହୋଇଥିଲେ । ସାଇବ୍ରାଣ୍ଡ ଏଙ୍ଗଲବ୍ରେଚ୍‌ ୪୫ ରନର ଧୈର୍ଯ୍ୟପୂର୍ଣ୍ଣ ପାଳି ଖେଳିଥିବାବେଳେ ସିରାଜଙ୍କ ବଲ୍‌ରେ କ୍ଲିନ୍‌ ବୋଲ୍ଡ ହୋଇ ପାଭିଲିୟନ ଫେରିଥିଲେ । ଅଧିନାୟକ ସ୍କଟ୍‌ ଏଡୱାର୍ଡ୍ସ(୧୭)ଙ୍କୁ ବିରାଟ କୋହଲି ଆଉଟ୍‌ କରିଥିଲେ । ଦଳ ପକ୍ଷରୁ ସର୍ବାଧିକ ରନ୍‌ କରିଥିବା ତେଜା ନିଦାମାନୁରୁ (୫୪)ଙ୍କୁ ଆଉଟ୍‌ କରି ରୋହିତ ଶର୍ମା ଦଳକୁ ବିଜୟୀ କରାଇଥିଲେ । ଅନ୍ୟ କୌଣସି ବ୍ୟାଟର ୨୦ ରନ ମଧ୍ୟ କରିବାରେ ସକ୍ଷମ ହୋଇନଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: ସେମି ପୂର୍ବରୁ ଚମକିଲା ଟିମ୍‌ ଇଣ୍ଡିଆର ଟପ୍‌ ଅର୍ଡର, ଡଚ୍‌ ଦଳ ଆଗରେ ବିଶାଳ ୪୧୧ ରନ ଲକ୍ଷ୍ୟ

ଭାରତ ବୋଲିଂ: ଭାରତ ପକ୍ଷରୁ ବେଶ ଶୃଙ୍ଖଳିତ ବୋଲିଂ ଆଟାକ୍‌ ଦେଖିବାକୁ ମିଳିଥିଲା । ଭଲ ସ୍ଥିତିରେ ଥିବାରୁ କୋହଲି, ରୋହିତ, ସୂର୍ଯ୍ୟକୁମାର ଓ ଗିଲ୍‌ଙ୍କୁ ମଧ୍ୟ ବୋଲିଂ କରୁଥିବାର ଦେଖିବାକୁ ମିଳିଥିଲା । ଯଶପ୍ରିତ ବୁମ୍‌ରା, ମହମ୍ମଦ ସିରାଜ, କୁଲଦୀପ ଯାଦବ ଓ ରବୀନ୍ଦ୍ର ଜାଡେଜାଙ୍କୁ ୨ଟି ଲେଖାଏଁ ୱିକେଟ୍‌ ମିଳିଥିଲା । ଅଧିନାୟକ ରୋହିତ ଶର୍ମା ଓ ବିରାଟ କୋହଲି ବୋଲିଂ କରି ଗୋଟିଏ ଲେଖାଏଁ ୱିକେଟ୍‌ ଅକ୍ତିଆର କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Nov 12, 2023, 9:57 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.