ETV Bharat / sports

Cricket World Cup 2023: ସେମି ପୂର୍ବରୁ ଚମକିଲା ଟିମ୍‌ ଇଣ୍ଡିଆର ଟପ୍‌ ଅର୍ଡର, ଡଚ୍‌ ଦଳ ଆଗରେ ବିଶାଳ ୪୧୧ ରନ ଲକ୍ଷ୍ୟ

author img

By ETV Bharat Odisha Team

Published : Nov 12, 2023, 5:59 PM IST

Updated : Nov 12, 2023, 6:10 PM IST

ଡଚ୍‌ ଦଳ ଆଗରେ ବିଶାଳ ୪୧୧ ରନ ଲକ୍ଷ୍ୟ
ସେମି ପୂର୍ବରୁ ଚମକିଲା ଟିମ୍‌ ଇଣ୍ଡିଆର ଟପ୍‌ ଅର୍ଡର

ସେମି ପୂର୍ବରୁ ଭାରତୀୟ ବ୍ୟାଟରଙ୍କ ବିସ୍ଫୋରଣ । ଶୀର୍ଷକ୍ରମ ବ୍ୟାଟରଙ୍କ ଶ୍ରେଷ୍ଠ ପ୍ରଦର୍ଶନ ବଳରେ ନେଦରଲ୍ୟାଣ୍ଡ ଆଗରେ ବଡ଼ ଟାର୍ଗେଟ୍‌ ରଖିଲା ଭାରତ । ରୋହିତ, ଗିଲ୍‌ ଓ କୋହଲିଙ୍କ ଅର୍ଦ୍ଧଶତକୀୟ ପାଳି ପରେ ବିସ୍ଫୋରକ ଶତକ ହାସଲ କଲେ ଶ୍ରେୟସ ଆୟର ଓ କେଏଲ୍‌ ରାହୁଲ । ବିଜୟ ପାଇଁ ଡଚ୍‌ ଦଳ ଆଗରେ ୪୧୧ ରନର ବଡ଼ ଟାର୍ଗେଟ । ଅଧିକ ପଢ଼ନ୍ତୁ

ବେଙ୍ଗାଲୁରୁ: ବିଶ୍ବକପ୍‌ ୨୦୨୩ ଶେଷ ଲିଗ୍‌ ମ୍ୟାଚ୍‌ରେ ଭାରତୀୟ ବ୍ୟାଟରଙ୍କ ବିସ୍ଫୋରଣ । ସେମି ପୂର୍ବରୁ ବିପକ୍ଷ ଦଳକୁ ଦେଲେ ବଡ଼ ଚେତାବନୀ । ନେଦରଲ୍ୟାଣ୍ଡ ବିପକ୍ଷ ମ୍ୟାଚ୍‌ରେ ଭାରତର ଶୀର୍ଷକ୍ରମ ବ୍ୟାଟରଙ୍କ ଶ୍ରେଷ୍ଠ ପ୍ରଦର୍ଶନ । ରୋହିତ, ଗିଲ୍‌ ଓ କୋହଲିଙ୍କ ଅର୍ଦ୍ଧଶତକୀୟ ପାଳି ପରେ ବିସ୍ଫୋରକ ଶତକ ହାସଲ କଲେ ଶ୍ରେୟସ ଆୟର ଓ କେଏଲ୍‌ ରାହୁଲ । ନିର୍ଦ୍ଧାରିତ ୫୦ ଓଭରରେ ୪ ୱିକେଟ୍‌ ହରାଇ ୪୧୦ ରନ୍‌ ସ୍କୋର କରିଛି ଟିମ୍‌ ଇଣ୍ଡିଆ । ଡଚ୍‌ ଦଳ ଆଗରେ ୪୧୧ ରନର ବିଶାଳ ଲକ୍ଷ୍ୟ ରହିଛି ।

ଭାରତ ବ୍ୟାଟିଂ: ବେଙ୍ଗାଲୁରୁର ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଉଛି ବିଶ୍ବକପ୍‌ ୨୦୨୩ର ଶେଷ ଲିଗ୍‌ ମ୍ୟାଚ୍‌ । ଏଥିରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ଭାରତୀୟ ଅଧିନାୟକ ରୋହିତ ଶର୍ମା । ଗିଲ୍‌ଙ୍କ ସହ ମିଶି ଦଳକୁ ଭଲ ଆରମ୍ଭ ମଧ୍ୟ ଦେଇଥିଲେ । କେବଳ ୩୨ ବଲରୁ ୩ ଚୌକା ଓ ୪ ଛକା ବଳରେ ୫୧ ରନର ବିସ୍ଫୋରକ ପାଳି ଖେଳି ଆଉଟ୍‌ ହୋଇଥିଲେ ଗିଲ୍‌ । ରୋହିତ ୮ ଚୌକା ଓ ୨ ଛକା ସହିତ ୬୧ ରନର ପାଳି ଖେଳିଥିଲେ । ବିରାଟ କୋହଲି ଚିରାଚରିତ ଢଙ୍ଗରେ ୫୧ ରନର ଦମଦାର ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ । ଏହାପରେ ଶ୍ରେୟସ ଆୟର ଓ କେଏଲ୍‌ ରାହୁଲ ଶେଷ ପର୍ଯ୍ୟନ୍ତ ବିସ୍ଫୋରକ ବ୍ୟାଟିଂ କରିଥିଲେ । ଆୟର ୯୪ ବଲରୁ ୧୦ ଚୌକା ଓ ୫ ଛକା ସହାୟତାରେ ୧୨୮ ରନର ବିସ୍ଫୋରକ ପାଳି ଖେଳିଥିବାବେଳେ କେଏଲ୍‌ ରାହୁଲ ୬୪ ବଲରୁ ୧୧ ଚୌକା ଓ ୪ ଛକା ବଳରେ ୧୦୨ ରନର ଧୂଆଁଧାର ପାଳି ଖେଳିଥିଲେ । ଶେଷକୁ ସୂର୍ଯ୍ୟକୁମାର ଯାଦବ ଆସି ୨ ରନ୍‌ ସ୍କୋର କରିଥିଲେ । ଫଳରେ ନିର୍ଦ୍ଧାରିତ ୫୦ ଓଭରରେ ୪ ୱିକେଟ୍‌ ହରାଇ ୪୧୦ ରନ୍‌ର ବିଶାଳ ସ୍କୋର କରିଛି ଭାରତ ।

ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: ଛକା ମାରିବାରେ ରୋହିତ୍‌ No.1, ଭାଙ୍ଗିଲେ ଡିଭିଲିୟର୍ସଙ୍କ ରେକର୍ଡ

ନେଦରଲ୍ୟାଣ୍ଡ ବ୍ୟାଟିଂ: ଡଚ୍‌ ଦଳ ପାଇଁ ଆଜି ପ୍ରାୟ ସମସ୍ତ ବୋଲର ମହଙ୍ଗା ସାବ୍ୟସ୍ତ ହୋଇଥିଲେ । ତେବେ ବସ୍‌ ଡିଲେଡ୍‌ ଦଳ ପାଇଁ ସର୍ବାଧିକ ୨ଟି ୱିକେଟ୍‌ ଅକ୍ତିଆର କରିଥିବାବେଳେ ୧୦ ଓଭରରେ ୮୨ ରନ ଖର୍ଚ୍ଚ କରିଥିଲେ । ପଲ୍‌ ଭାନ୍‌ ମୀକେରେନ ୧୦ ଓଭରରୁ ୯୦ ରନ ବ୍ୟୟ କରି ଗୋଟିଏ ସଫଳତା ପାଇଥିବାବେଳେ ଭାନ୍‌ଡେର୍‌ ମେରୱେଙ୍କୁ ଗୋଟିଏ ୱିକେଟ୍‌ ମିଳିଥିଲା । ଲୋଗାନ ଭାନ୍‌ ବିକ୍‌ ୧୦ ଓଭରରୁ ସର୍ବାଧିକ ୧୦୭ ରନ ବ୍ୟୟ କରିଥିଲେ ମଧ୍ୟ କୌଣସି ସଫଳତା ପାଇନଥିଲେ ।

  • " class="align-text-top noRightClick twitterSection" data="">

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Nov 12, 2023, 6:10 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.