ETV Bharat / sports

Cricket World Cup 2023: ଛକା ମାରିବାରେ ରୋହିତ୍‌ No.1, ଭାଙ୍ଗିଲେ ଡିଭିଲିୟର୍ସଙ୍କ ରେକର୍ଡ

author img

By ETV Bharat Odisha Team

Published : Nov 12, 2023, 4:15 PM IST

ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ଛକା ମାରିବାରେ ଦକ୍ଷିଣ ଆଫ୍ରିକୀୟ ମହାନ କ୍ରିକେଟର ଏବି ଡିଭିଲିୟର୍ସଙ୍କ ରେକର୍ଡ ଭାଙ୍ଗିଲେ ଭାରତୀୟ ଅଧିନାୟକ ରୋହିତ ଶର୍ମା । ବାଙ୍ଗାଲୋରରେ ନେଦରଲ୍ୟାଣ୍ଡ ବିପକ୍ଷ ମ୍ୟାଚ୍‌ରେ ଡିଭିଲିୟର୍ସଙ୍କ ରେକର୍ଡକୁ ଅତିକ୍ରମ କରିଛନ୍ତି ରୋହିତ । ଅଧିକ ପଢ଼ନ୍ତୁ

Rohit Sharma breaks AB De Villiers Record
ଛକା ମାରିବାରେ ରୋହିତ୍‌ No.1

ବେଙ୍ଗାଲୁରୁ: ବିଶ୍ବକପ୍‌ ୨୦୨୩ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଆଜି (ରବିବାର) ଟୁର୍ଣ୍ଣାମେଣ୍ଟର ଶେଷ ଲିଗ୍‌ ମ୍ୟାଚ୍‌ରେ ନେଦରଲ୍ୟାଣ୍ଡ ସହ ଖେଳୁଛି ଆୟୋଜକ ଭାରତ । ଭାରତରେ ଆୟୋଜିତ ଏହି ହାଇପ୍ରୋଫାଇଲ ଟୁର୍ଣ୍ଣାମେଣ୍ଟରେ ସେମିଫାଇନାଲ୍‌ ପୂର୍ବରୁ ଅନେକ ଐତିହାସିକ ରେକର୍ଡ ଦେଖିବାକୁ ମିଳିଛି । ଦମଦାର ଫର୍ମରେ ରହି ପଏଣ୍ଟ୍ସ ଟେବୁଲ ଶୀର୍ଷରେ ରହି ଲିଗ୍‌ ପର୍ଯ୍ୟାୟ ଶେଷ କରିବାକୁ ଯାଉଛି ଟିମ୍‌ ଇଣ୍ଡିଆ । ତେବେ ଦଳର ଅଧିନାୟକ ରୋହିତ ଶର୍ମା ସବୁଦିନ ଭଳି ଆଜି ମ୍ୟାଚ୍‌ରେ ମଧ୍ୟ ଦଳକୁ ଧୂଆଁଧାର ଆରମ୍ଭ ଦେଇଥିଲେ । ଏହା ସହିତ ଗୋଟିଏ ବର୍ଷରେ ସର୍ବାଧିକ ଛକା ମାରିବାର ରେକର୍ଡ କରିବା ସହ ସେ ଦକ୍ଷିଣ ଆଫ୍ରିକାର ମହାନ କ୍ରିକେଟର ଏବି ଡିଭିଲିୟର୍ସଙ୍କୁ ପଛରେ ପକାଇଛନ୍ତି ।

ନେଦରଲ୍ୟାଣ୍ଡ ବିପକ୍ଷରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ ଭାରତୀୟ ଅଧିନାୟକ ରୋହିତ ଶର୍ମା । ପ୍ରଥମରୁ ଗିଲ୍‌ଙ୍କ ସହ ମିଶି ଦଳକୁ ବିସ୍ଫୋରକ ଆରମ୍ଭ ମଧ୍ୟ ଦେଇଥିଲେ । ଗିଲ୍‌ ପ୍ରଥମେ ୩୨ ବଲରୁ ୫୧ ରନର ଦୃତ ଅର୍ଦ୍ଧଶତକୀୟ ପାଳି ଖେଳି ଆଉଟ୍‌ ହୋଇଥିଲେ । ସେପଟେ ରୋହିତ ଶର୍ମା ୫୪ ବଲରୁ ୬୧ ରନର ପାଳି ଖେଳିଥିଲେ । ରୋହିତଙ୍କ ପାଳିରେ ୮ ଚୌକା ଓ ୨ ଛକା ସାମିଲ ଥିଲା । ତେବେ ପ୍ରଥମ ଛକା ମାରିବା ମାତ୍ରେ ହିଁ Mr. 360ଙ୍କ ରେକର୍ଡ ଭାଙ୍ଗିଥିଲେ ରୋ-ହିଟ୍‌ ଶର୍ମା । ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସବୁଠାରୁ ଅଧିକ ଛକା ମାରିବାର ରେକର୍ଡ ଏବେ ରୋହିତ ନିଜ ନାଁରେ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...World Cup 2023: ଆଜି ଭାରତ ବନାମ ନେଦରଲାଣ୍ଡସ ଫାଇଟ, ସେମି ପୂର୍ବରୁ ରୋହିତ ସେନାର ଶକ୍ତି ପରୀକ୍ଷା

ଏହା ମଧ୍ୟ ପଢ଼ନ୍ତୁ...ଭାରତୀୟ ବ୍ୟାଟରଙ୍କୁ ଡରିଲେ ନେଦରଲ୍ୟାଣ୍ଡ ଓପନର ! କହିଲେ ବୋଲର ହୋଇନଥିବାରୁ ଖୁସି

ପୂର୍ବରୁ ଗୋଟିଏ ବର୍ଷରେ ସବୁଠୁ ଅଧିକ ଛକା ମାରିବାରେ ରେକର୍ଡ ଦକ୍ଷିଣ ଆଫ୍ରିକୀୟ ମହାନ ବ୍ୟାଟର ଏବି ଡିଭିଲିୟର୍ସଙ୍କ ନାମରେ ରହିଥିଲା । ସେ ଗୋଟିଏ ବର୍ଷରେ ୫୮ଟି ଛକା ମାରିଥିଲେ । ତାଙ୍କ ପଛକୁ ୱେଷ୍ଟଇଣ୍ଡିଜର ପୂର୍ବତନ ଧୂଆଁଧାର ବ୍ୟାଟର କ୍ରିସ୍‌ ଗେଲ୍‌ ରହିଥିଲେ । ୫୬ଟି ଛକା ମାରି ୨ୟ ସ୍ଥାନରେ ରହିଥିଲେ ଗେଲ୍‌ । କିନ୍ତୁ ରୋହିତ ଚଳିତ ବିଶ୍ବକପ୍‌ରେ ସମସ୍ତଙ୍କ ରେକର୍ଡ କାଟିଛନ୍ତି । ପୂର୍ବ ମ୍ୟାଚ୍‌ରେ ଗେଲ୍‌ଙ୍କ ରେକର୍ଡକୁ ଅତିକ୍ରମ କରିଥିଲେ ଡିଭିଲିୟର୍ସଙ୍କ ରେକର୍ଡର ସହ ସମକକ୍ଷ ହୋଇଥିଲେ ଭାରତୀୟ ଅଧିନାୟକ । ଆଉ ଆଜି ବାଙ୍ଗାଲୋରରେ ନେଦରଲ୍ୟାଣ୍ଡ ବିପକ୍ଷ ମ୍ୟାଚ୍‌ରେ ଡିଭିଲିୟର୍ସଙ୍କ ରେକର୍ଡକୁ ଅତିକ୍ରମ କରିଛନ୍ତି ରୋହିତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.