ETV Bharat / sports

World Cup 2023: ଆଜି ଭାରତ ବନାମ ନେଦରଲାଣ୍ଡସ ଫାଇଟ, ସେମି ପୂର୍ବରୁ ରୋହିତ ସେନାର ଶକ୍ତି ପରୀକ୍ଷା

author img

By ETV Bharat Odisha Team

Published : Nov 12, 2023, 10:26 AM IST

ICC ବିଶ୍ବକପ 2023ର ଆଜି ଶେଷ ଲିଗ ମ୍ୟାଚ୍‌ ଖେଳାଯିବ । ଏଥିରେ ଟପ୍ ଟିମ ଭାରତ ଓ ନେଦରଲାଣ୍ଡସ ପରସ୍ପରକୁ ଭେଟିବେ । ଏହି ମ୍ୟାଚ ଜିତି ଲିଗ୍ ପର୍ଯ୍ୟାୟରେ ଅପରାଜେୟ ରହିବାକୁ ଲକ୍ଷ୍ୟ ରଖିଛି ରୋହିତ ସେନା । ଅଧିକ ପଢନ୍ତୁ

ଭାରତ ବନାମ ନେଦରଲାଣ୍ଡସ ଫାଇଟ
Cricket World Cup 2023

ବେଙ୍ଗାଲୁରୁ: କ୍ରିକେଟ ମହାକୁମ୍ଭ ବିଶ୍ବକପ 2023 । ଅକ୍ଟୋବର 5ରୁ ଆରମ୍ଭ ହୋଇଥିବା ଏହି ମେଗା ଟୁର୍ଣ୍ଣାମେଣ୍ଟର ଆଜି ଶେଷ ଲିଗ୍ ମ୍ୟାଚ ଖେଳାଯିବ । 39 ଦିନ ପରେ ଆଜି ଶେଷ ଲିଗ୍ ମ୍ୟାଚରେ ଭାରତ ଓ ନେଦରଲାଣ୍ଡସ ପରସ୍ପରକୁ ଭେଟିବ । ପ୍ରଥମ ଦଳ ଭାବେ ସେମି ଫାଇନାଲରେ ପ୍ରବେଶ କରି ସାରିଛି ଟିମ୍ ଇଣ୍ଡିଆ । ଆସନ୍ତା 15 ତାରିଖରେ ନ୍ୟୁଜିଲାଣ୍ଡକୁ ଭେଟିବ ଦଳ । ସେମିଫାଇନାଲ ପୂର୍ବରୁ ଭାରତର ଏହା ପ୍ରାକ ପ୍ରସ୍ତୁତି ହେବ । ଏହା ସହିତ ସେମି ପୂର୍ବରୁ ଶକ୍ତି ପରୀକ୍ଷା ଦେଇ ଲିଗ୍ ପର୍ଯ୍ୟାୟରେ ଅପରାଜେୟ ଲକ୍ଷ୍ୟରେ ରହିଛି ରୋହିତ ସେନା । ସେହିପରି ନେଦରଲାଣ୍ଡସ ଏହି ମ୍ୟାଚ ଜିତି ଆଗାମୀ ଆଇସିସି ଚମ୍ପିଆନ୍ସ ଟ୍ରଫି ଖେଳିବାକୁ ଯୋଗ୍ୟତା ଅର୍ଜନ ନେଇ ପ୍ରୟାସ କରିବ । 9/9ରେ କ୍ଲିନ ସୁଇପ କରି ଚିନ୍ନାସ୍ବାମୀ ଷ୍ଟାଡିୟମରେ ଭାରତୀୟ ଦଳ ଚମକିବ ବୋଲି ଆଶା ରଖିଛନ୍ତି ଫ୍ୟାନ୍ସ ।

ଚଳିତ ବିଶ୍ବକପରେ ଭାରତୀୟ ଦଳ ଦଳ ଦମଦାର ପ୍ରଦର୍ଶନ କରିଛି । ଅଷ୍ଟ୍ରେଲିଆ, ପାକିସ୍ତାନ, ଇଂଲଣ୍ଡ, ବାଂଲାଦେଶ, ଶ୍ରୀଲଙ୍କା, ଦକ୍ଷିଣ ଆଫ୍ରିକା ଓ ଆଫଗାନିସ୍ତାନ କେହି ବି ଭାରତ ବିଜୟଧାରାରେ ବ୍ରେକ୍‌ ଲଗାଇ ପାରିନାହାନ୍ତି । 8ଟି ଲିଗ୍‌ ମ୍ୟାଚ୍‌ ଖେଳି ବିଜୟଧାରା ଜାରି ରଖିଛି ଭାରତ । ସେହିପରି ଆଜି 9ମ ଲିଗ୍‌ ମ୍ୟାଚରେ ନେଦରଲାଣ୍ଡସକୁ ହରାଇ 9/9ରେ କ୍ଲିନ୍‌ ସୁଇପ୍‌ ଲକ୍ଷ୍ୟରେ ରହିଛି ରୋହିତ ସେନା । ଦଳର ଏକାଦଶରେ କୌଣସି ପରିବର୍ତ୍ତନ ହେବ ନାହିଁ । ଦିନିକିଆ କ୍ରିକେଟ୍‌ ଇତିହାସରେ ଭାରତ ଓ ନେଦରଲାଣ୍ଡସ ଦ୍ବିପାକ୍ଷିକ ଶୃଙ୍ଖଳା ଖେଳିନାହାନ୍ତି । ବିଶ୍ବକପ୍‌ ମୈଦାନରେ ଭାରତ 2-0ରେ ଆଗୁଆ ରହିଛି । 2003 ଓ 2011ରେ ଦୁଇ ଦଳ ପରସ୍ପରକୁ ଭେଟିଥିଲେ । ଉଭୟ ମ୍ୟାଚ୍‌ ଭାରତ ଜିତିଥିଲା ।

ଘରୋଇ ଗ୍ରାଉଣ୍ଡରେ ଭାରତକୁ ହରାଇବା ଅସମ୍ଭବ ବୋଲି କହିଲେ କମ ହେବ ନାହିଁ । ତେଣୁ ନେଦରଲାଣ୍ଡସ ପାଇଁ ଆଜି ଏକ ଚ୍ୟାଲେଞ୍ଜ ହେବ । ନେଦରଲାଣ୍ଡସ ପାଇଁ ଆଗାମୀ ଆଇସିସି ଚମ୍ପିଆନ୍ସ ଟ୍ରଫିକୁ ଯୋଗ୍ୟତା ଅର୍ଜନ କରିବାର ସୁଯୋଗ ରହିଛି । ଆଜି ଭାରତକୁ ହରାଇଲେ ପଏଣ୍ଟ ତାଲିକାରେ ଅଷ୍ଟମ ସ୍ଥାନକୁ ଉନ୍ନୀତ ହେବ । ସ୍କଟ୍‌ ଏଡୱାର୍ଡ୍ସ ବାହିନୀ ପାଇଁ ଆଜିର ମ୍ୟାଚ୍‌ ବହୁତ ଗୁରୁତ୍ବ ବହନ କରୁଛି ।

କୋହଲିଙ୍କଠୁ 50ତମ ଶତକ ଆଶା: ବିଶ୍ବକପ 2023ରେ ଭାରତୀୟ ଦଳର ଜୟଯାତ୍ରାରେ ଏକ ଅସ୍ତ୍ର ହୋଇଥିବା ବିରାଟ କୋହଲି ଦିନିକିଆରେ 49ତମ ଶତକ ହାସଲ କରିସାରିଛନ୍ତି । ଜନ୍ମଦିନରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ 49ତମ ଶତକ କରି କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ସମକକ୍ଷ ହୋଇଥିଲେ । 2011 ବିଶ୍ବକପରେ ସଚିନକୁ କାନ୍ଧରେ ବସାଇଥିବା କୋହଲି ଆଜି ନେଦରଲାଣ୍ଡସ ବିପକ୍ଷରେ 50ତମ ଶତକ ହାସଲ କରି ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିବେ ବୋଲି ଆଶା ରଖିଛନ୍ତି ଫ୍ୟାନ୍ସ ।

ଦିନିକିଆ ବିଶ୍ବକପରେ କୋହଲି 500 ରନ ଅତିକ୍ରମ କରିସାରିଛନ୍ତି । 8 ପାଳିରୁ ସେ 2ଟି ଶତକ ସହ 543ରନ କରିଛନ୍ତି । 2019ରେ ସେ 443 ରନ୍‌ କରିଥିଲେ । 2011 ବିଶ୍ବକପରେ 282 ରନ, 2015ରେ 305 ରନ୍‌ କରିଥିଲେ ।

ଏହା ବି ପଢନ୍ତୁ...Cricket World Cup 2023: ନେଦରଲ୍ୟାଣ୍ଡ ବିପକ୍ଷରେ ବଦଳିବନି ଚୂଡ଼ାନ୍ତ ଏକାଦଶ, ରୋହିତ-ଆୟରଙ୍କୁ କୋଚ୍‌ଙ୍କ ପ୍ରଶଂସା

ଏହା ବି ପଢନ୍ତୁ...Cricket World Cup 2023: ସେମିଫାଇନାଲ୍‌ ଲାଇନ୍‌-ଅପ୍‌ ସ୍ପଷ୍ଟ କଲା ଆଇସିସି, ୧୫ରେ ଭାରତ-ନ୍ୟୁଜିଲାଣ୍ଡ ମୁକାବିଲା

ପଚ୍ ରିପୋର୍ଟ: ବେଙ୍ଗାଲୁରୁ ପିଚ୍ ବ୍ୟାଟିଂ ପାଇଁ ଅନୁକୂଳ । ଏଠାରେ ବିଶାଳ ସ୍କୋର ସଂଗୃହିତ ହୋଇ ସାରିଛି । ପାକିସ୍ତାନ ବିପକ୍ଷରେ ଅଷ୍ଟ୍ରେଲିଆ 367ରନ କରିଥିଲା । ନ୍ୟୁଜିଲାଣ୍ଡ ମଧ୍ୟ 401ରନ ସଂଗ୍ରହ କରିଥିଲା । ଟସ୍ ବିଜୟୀ ଦଳ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେବା ଅନୁମାନ କରାଯାଉଛି ।

ଭାରତୀୟ ସମ୍ଭାବ୍ୟ ଦଳ: ରୋହିତ ଶର୍ମା (ଅଧିନାୟକ), ବିରୋଟ କୋହଲି, ଶୁଭମନ ଗିଲ, ଶ୍ରେୟାସ ଆୟର, ସୂର୍ଯ୍ୟକୁମାର ଯାଦବ, କେଏଲ ରାହୁଲ, ରବିନ୍ଦ୍ର ଜାଡେଜା, କୁଳଦୀବ ଯାଦବ, ଯଶପ୍ରୀତ ବୁମରା, ମହମ୍ମଦ ସାମି, ମହମ୍ମଦ ସିରାଜ ।

ନେଦରଲାଣ୍ଡସ ସମ୍ଭାବ୍ୟ ଦଳ: ମାକ୍ସ ଓ ଦାଉଦ, ୱେସଲି ବାରେସି, କଲିନ ଆକରମାନ, ସାଇବ୍ରାଣ୍ଡ ଏଙ୍ଗଲବ୍ରେଚ୍, ସ୍କଟ ଏଡୱାର୍ଡ୍ସ (ଅଧିନାୟକ), ବାସ ଡି ଲିଡ୍, ତେଜା ନିଦାମାନୁରୁ, ଲୋଗାନ ଭାନ ବିକ, ରିଓଲ୍ଫ ଭାନ ଡର ମର୍ୱି, ଆର୍ୟନ ଦତ୍ତ, ପଲ ଭାନ ମିକେରନ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.