ETV Bharat / international

Odisha Train disaster: ଶୋକ ବ୍ୟକ୍ତ କଲେ ଜାତିସଂଘ ମୁଖ୍ୟ ଆଣ୍ଟୋନିଓ

author img

By

Published : Jun 4, 2023, 8:56 PM IST

UN chief Antonio Guterres
UN chief Antonio Guterres

ବାଲେଶ୍ବର ବାହନଗା ଟ୍ରେନ ଦୁର୍ଘଟଣାରେ ଶୋକ ବ୍ୟକ୍ତ କଲା ଜାତିସଂଘ । ଅଧିକ ପଢନ୍ତୁ

ନ୍ୟୁୟର୍କ: ବାଲେଶ୍ବର ବାହାନଗା ଟ୍ରେନ ଦୁର୍ଘଟଣା ଦେଶ ସମେତ ବିଶ୍ବବାସୀଙ୍କୁ ବ୍ୟଥିତ କରିଛି । ଆଖି ପିଛୁଳାକେ ଏହି ଦୁଃଖଦ ଖବର ସାରା ବିଶ୍ବରେ ବ୍ୟାପିଯାଇଥିବା ବେଳେ ଏନେଇ ଅନେକ ରାଷ୍ଟ୍ର ମୁଖ୍ୟ ସମବେଦନା ଜଣାଇବା ସହ ଶୋକ ବ୍ୟକ୍ତ କରିଛନ୍ତି । ତେବେ ରବିବାର ଜାତିସଂଘ ପକ୍ଷରୁ ମଧ୍ୟ ଶୋକ ବ୍ୟକ୍ତ କରାଯାଇଛି । ଦୁର୍ଘଟଣାରେ ଯେଉଁମାନେ ମୃତ୍ୟୁବରଣ କରିଛନ୍ତି ସେମାନଙ୍କୁ ସମବେଦନା ଜଣାଇଛନ୍ତି ଜାତିସଂଘ ମୁଖ୍ୟ ଆଣ୍ଟୋନିଓ ଗୁଟେରସ ।

  • We are deeply saddened by news of the tragic accident in Balasore, Odisha.

    Our heartfelt condolences from the @UNinIndia family to those who lost loved ones. We wish those injured a speedy recovery. Our thoughts and prayers are with all affected. pic.twitter.com/h1tIT7CeXR

    — United Nations in India (@UNinIndia) June 3, 2023 " class="align-text-top noRightClick twitterSection" data=" ">

ଟ୍ରେନ ଦୁର୍ଘଟଣାକୁ ନେଇ ଜାତିସଂଘ ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇଛି । ଦୁର୍ଘଟଣାରେ ଆହତ ଯାତ୍ରୀ ଓ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ଆଣ୍ଟୋନିଓ । ଏହାସହିତ ଆହତ ଯାତ୍ରୀଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଏନେଇ ଜାତିସଂଘ ପକ୍ଷରୁ ଟ୍ବିଟରେ କୁହାଯାଇଛି, "ଓଡ଼ିଶା ବାଲେଶ୍ବରରେ ଘଟିଥିବା ଟ୍ରେନ ଦୁର୍ଘଟଣା ନେଇ ଆମେ ଦୁଃଖିତ । ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ପରିବାରକୁ ଭାରତୀୟ ଜାତିସଂଘ ପରିବାର ପକ୍ଷରୁ ସମବେଦନା ଜଣାଯାଉଛି । ଆହତମାନେ କିପରି ଶୀଘ୍ର ସୁସ୍ଥ ହେବେ ସେ ନେଇ ଆମେ କାମନା କରୁଛୁ । ପୀଡ଼ିତଙ୍କ ସହିତ ଆମ ସମବେଦନା ରହିଛି ।"

ଏହା ବି ପଢନ୍ତୁ- Balasore train tragedy: ଭାଟିକାନ ସିଟିରୁ ଶୋକ, ସମବେଦନା ଜଣାଇଲେ ପୋପ ଫ୍ରାନ୍ସିସ୍‌

ଅନ୍ୟପଟେ ଆଜି ଖ୍ରୀଷ୍ଟ ଧର୍ମର ସର୍ବୋଚ୍ଚ ଧର୍ମଗୁରୁ ପୋପ ଫ୍ରାନ୍ସିସ ମଧ୍ୟ ଦୁର୍ଘଟଣା ନେଇ ଶୋକବ୍ୟକ୍ତ କରିଛନ୍ତି । ଏନେଇ ସେ କହିଛନ୍ତି, " ମୃତକଙ୍କ ଆତ୍ମାକୁ ଈଶ୍ବର ଗ୍ରହଣ କରନ୍ତୁ ଓ ତାଙ୍କ ସାମ୍ରାଜ୍ୟରେ ସ୍ଥାନ ଦିଅନ୍ତୁ । ମୁଁ ଏହି ଘଟଣାରେ ପ୍ରଭାବିତ ପରିବାରଙ୍କୁ ସମବେଦନା ଜଣାଉଛି । "ସେହିପରି ହ୍ବାଇଟ ହାଉସ ପକ୍ଷରୁ ମଧ୍ୟ ଦୁର୍ଘଟଣା ନେଇ ଶୋକବ୍ୟକ୍ତ କରାଯାଇଛି । ଏପରିକି ପଡୋଶୀ ତଥା ଶତ୍ରୁ ରାଷ୍ଟ୍ର ପାକିସ୍ତାନ ମଧ୍ୟ ଶୋକ ବ୍ୟକ୍ତ କରିଛି । ଅନ୍ୟମାନଙ୍କ ମଧ୍ୟରେ ଋଷ, ୟୁକ୍ରେନ, ନେପାଳ, ଆମେରିକା, କାନାଡା, ଜାପାନ ଓ ଇଟାଲୀର ରାଷ୍ଟ୍ର ମୁଖ୍ୟ ଘଟଣା ନେଇ ଭାରତବାସୀ ଓ ପ୍ରଧାନମନ୍ତ୍ରୀଙ୍କୁ ସମବେଦନା ଜଣାଇଛନ୍ତି ।

ଏହା ବି ପଢନ୍ତୁ- Odisha Train Tragedy: ରେଳ ଦୁର୍ଘଟଣାର ହେବ CBI ତଦନ୍ତ

ସୂଚନା ଥାଉ କି ଏହି ଦୁର୍ଘଟଣାରେ ବର୍ତ୍ତମାନ ପର୍ଯ୍ୟନ୍ତ ମୃତ୍ୟୁ ସଂଖ୍ୟା 275 ରହିଛି । ଦୁର୍ଘଟଣାରେ 1000ରୁ ଅଧିକ ଆହତ ହୋଇଥିଲେ। ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଥିବା ବେଳେ ଦିଲ୍ଲୀରୁ ମଧ୍ୟ ଏକ ଡାକ୍ତରୀ ଟିମ ଆସି ଭୁବନେଶ୍ବରରେ ପହଞ୍ଚିଛନ୍ତି । ତେବେ ଦୁର୍ଘଟଣା ପରେ ଏବେ ମୃତଦେହ ଚିହ୍ନଟ ପ୍ରକ୍ରିୟା ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ହୋଇଛି । ଏନେଇ ଓଡ଼ିଶା ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ଦୁର୍ଘଟଣାଗ୍ରସ୍ତ ହୋଇଥିବା ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀଙ୍କ ସମ୍ପର୍କୀୟ କିପରି ଭୁବନେଶ୍ବରରେ ପହଞ୍ଚି ନିଜ ପରିଚିତଙ୍କୁ ଖୋଜିବେ ସେ ନେଇ ସ୍ବତନ୍ତ୍ର ଟ୍ରେନର ବ୍ୟବସ୍ଥା କରାଯାଇଛି । ଅନ୍ୟପଟେ ସିଗ୍ନାଲ ଫେଲ ଯୋଗୁଁ ଏତେ ବଡ଼ ଦୁର୍ଘଟଣା ଘଟିଥିବା ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି । ଏନେଇ ରେଳ ବୋର୍ଡ ପକ୍ଷରୁ ସିବିଆଇ ତଦନ୍ତ ସୁପାରିଶ ହୋଇଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.