ETV Bharat / state

Odisha Train Tragedy: ରେଳ ଦୁର୍ଘଟଣାର ହେବ CBI ତଦନ୍ତ

author img

By

Published : Jun 4, 2023, 6:53 PM IST

Updated : Jun 4, 2023, 7:55 PM IST

ରେଳ ଦୁର୍ଘଟଣାର CBI ତଦନ୍ତ ହେବ
ରେଳ ଦୁର୍ଘଟଣାର CBI ତଦନ୍ତ ହେବ

ରେଳ ଦୁର୍ଘଟଣାର CBI ତଦନ୍ତ ହେବ । ଏନେଇ ରେଳ ବୋର୍ଡ ପକ୍ଷରୁ ସିବିଆଇ ତଦନ୍ତ ପାଇଁ ସୁପାରିଶ କରାଯାଇଛି । କେଉଁ ପରିସ୍ଥିତିରେ ଏହି ଦୁର୍ଘଟଣା ଘଟିଛି ଏବଂ ବର୍ତ୍ତମାନର ସ୍ଥିତିକୁ ଦେଖି ଆଗକୁ ତଦନ୍ତ ଜାରି ରହିବ ବୋଲି ଭୁବନେଶ୍ବରରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଅଧିକ ପଢ଼ନ୍ତୁ

ରେଳ ଦୁର୍ଘଟଣାର CBI ତଦନ୍ତ ହେବ

ଭୁବନେଶ୍ବର: ବାଲେଶ୍ବର ବାହାନଗା ଠାରେ ଘଟିଥିବା ରେଳ ଦୁର୍ଘଟଣାର ହେବ ସିବିଆଇ ତଦନ୍ତ । ଏହି ହୃଦୟ ବିଦାରକ ଦୁର୍ଘଟଣାର ତଦନ୍ତ କରିବ ଦେଶର ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥା ସିବିଆଇ । ଘଟଣାର ସିବିଆଇ ତଦନ୍ତ ପାଇଁ ସୁପାରିଶ କରିଛି ରେଳ ବୋର୍ଡ । କେଉଁ ପରିସ୍ଥିତିରେ ଏହି ଦୁର୍ଘଟଣା ଘଟିଛି ଏବଂ ବର୍ତ୍ତମାନର ସ୍ଥିତିକୁ ଦେଖି ଆଗକୁ ତଦନ୍ତ ଜାରି ରହିବ ବୋଲି ଭୁବନେଶ୍ବରରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ।

ରେଳମନ୍ତ୍ରୀ କହିଛନ୍ତି, "ବାଲେଶ୍ବରରେ ଘଟିଥିବା ଦୁର୍ଘଟଣା ଅତ୍ୟନ୍ତ ଦୁଃଖ ଦାୟକ । ସମସ୍ତେ ମିଶି ଉଦ୍ଧାର କାର୍ଯ୍ୟ, ଆହତଙ୍କୁ ହସ୍ପିଟାଲ ପହଞ୍ଚାଇବା ଓ ଚିକିତ୍ସା କରିଛନ୍ତି । ରେଳବାଇ, ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ଏସବୁ କାର୍ଯ୍ୟ ହୋଇଛି । ଉଦ୍ଧାର ପରେ ପୁନଃ ନିର୍ମାଣ କାର୍ଯ୍ୟ ତ୍ବରାନ୍ୱିତ ହୋଇଛି । ତ୍ବରିତ କାର୍ଯ୍ୟ ଚାଲିଛି । ଦୁଇଟି ମୁଖ୍ୟ ଲାଇନ (ଟ୍ରାକ) କାମ ଚାଲିଛି । ପଟ୍ରି କାମ ଶେଷ ହୋଇଛି । ବିଦ୍ୟୁତ ସଂଯୋଗ କାର୍ଯ୍ୟ ଓ ଅନ୍ୟାନ୍ୟ କାର୍ଯ୍ୟ ଚାଲିଛି । କଟକ, ଭୁବନେଶ୍ବର, ବାଲେଶ୍ବର, ସୋର ଓ ଅନ୍ୟାନ୍ୟ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଆହତଙ୍କ ଚିକିତ୍ସାର ତଦାରଖ କରାଯାଉଛି । ମୃତାହତ ଯାତ୍ରୀଙ୍କ ପରିଚୟ ଖୋଜା ଯାଉଛି । ରାଜ୍ୟ ସରକାରଙ୍କ ସହିତ ମିଳିତ ଭାବେ ଏହି ଉଦ୍ୟମ ହେଉଛି । କେଉଁ ପରିସ୍ଥିତିରେ ଏହି ଦୁର୍ଘଟଣା ଘଟିଛି ଏବଂ ବର୍ତ୍ତମାନର ସ୍ଥିତିକୁ ଦେଖି ଆଗକୁ ତଦନ୍ତ ଜାରି ରହିବ । ଏହି ଦୁର୍ଘଟଣା ମାମଲାର ତଦନ୍ତ ଭାର ସିବିଆଇକୁ ପ୍ରଦାନ କରାଯାଇଛି ।"

ଶୁକ୍ରବାର ବିଳମ୍ବିତ ସନ୍ଧ୍ୟାରେ ବାଲେଶ୍ବର ଜିଲ୍ଲା ବାହାନଗା ନିକଟରେ ଘଟିଥିବା ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣାର ଉଦ୍ଧାର କାର୍ଯ୍ୟ ଗତକାଲି ରାତିରେ ଶେଷ ହୋଇଛି । ଏବେ ଭିତ୍ତିଭୂମି ପୁନରୁଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି । ଦୁର୍ଘଟଣାସ୍ଥଳରେ ପ୍ରାୟ ୧ କିମି ପର୍ଯ୍ୟନ୍ତ ରେଳ ଧାରଣା ଗଭୀର ଭାବେ ପ୍ରଭାବିତ ହୋଇଛି । ଏହି କାରଣରୁ ରେଳ ସେବା ଗତ ପ୍ରାୟ ୭୨ ଘଣ୍ଟା ଧରି ପ୍ରଭାବିତ ହୋଇଛି । ଅନେକ ଟ୍ରେନକୁ ବାତିଲ କରାଯାଇଥବା ବେଳେ ଓ ଅନେକ ଟ୍ରେନର ଗତିପଥରେ ପରିବର୍ତ୍ତନ କରାଯାଇଛି । ଘଟଣାର ତଦନ୍ତ ରେଳବାଇ ଜାରି ରଖିଥିବା ବେଳେ ସିଗ୍‌ନାଲ ସମସ୍ୟା କାରଣରୁ ଏହି ଦୁର୍ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ହୋଇଛି ।

ତେବେ ଏହି ଭୟଙ୍କର ଦୁର୍ଘଟଣାରେ ୨୭୫ ଜଣଙ୍କର ମୃତ୍ୟୁ ଘଟିଥିବା ସ୍ପଷ୍ଟ କରିଛି ସ୍ବାସ୍ଥ୍ୟ ବିଭାଗ । ପ୍ରାୟ ୯୦୦ରୁ ଅଧିକ ଯାତ୍ରୀ ଏବେ ମଧ୍ୟ ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘଟଣାସ୍ଥଳରେ ସ୍ଥିତି ସମୀକ୍ଷା କରିଥିଲେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ । କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଦିନ ତମାମ ସେଠାରେ ଉପସ୍ଥିତ ରହିଥିଲେ । ଆଜି ଉଭୟ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟା କଟକ ଏସ୍‌ସିବିରେ ପହଞ୍ଚି ଆହତ ମାନଙ୍କୁ ଭେଟିଥିଲେ । ଏହାପରେ ଘଟଣାର ସିବିଆଇ ତଦନ୍ତ ନେଇ କେନ୍ଦ୍ର ରେଳ ବୋର୍ଡ ପକ୍ଷରୁ ସୁପାରିଶ କରାଯାଇଥିବା ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Jun 4, 2023, 7:55 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.