ETV Bharat / politics

'ବିଜେଡି ସରକାର ଭୋଟ ପାଇଁ ଲାଞ୍ଚ ଦିଏ, ସମୟ ଆସିଛି ଏହାକୁ ବାଏ ବାଏ କର' - BJP Chief Meeting

author img

By ETV Bharat Odisha Team

Published : May 16, 2024, 12:16 PM IST

ବିଜେପି ମହିଳା କର୍ମକର୍ତ୍ତା ସମ୍ମିଳନୀ ବିଜେଡି ସରକାର ଉପରେ ବର୍ଷିଲେ ଜେପି ନଡ୍ଡା । କହିଲେ, ୫୪ ପଇସାରେ ୫ ବର୍ଷର ଅଧିକାର ଛଡେଇ ନେବା ପାଇଁ ଚାହୁଁଛି ବିଜେଡ଼ି । ଏହି ସରକାର ଭୋଟ ପାଇଁ ଲାଞ୍ଚ ଦିଏ, ସମୟ ଆସିଛି ଏହାକୁ ବାଏ ବାଏ କର । ଅଧିକ ପଢନ୍ତୁ

'ବିଜେଡି ସରକାର ଭୋଟ ପାଇଁ ଲାଞ୍ଚ ଦିଏ, ସମୟ ଆସିଛି ଏହାକୁ ବାଏ ବାଏ କର'
'ବିଜେଡି ସରକାର ଭୋଟ ପାଇଁ ଲାଞ୍ଚ ଦିଏ, ସମୟ ଆସିଛି ଏହାକୁ ବାଏ ବାଏ କର' (ETV Bharat Odisha)

ଭୁବନେଶ୍ବର: ବିଜେପି ମହିଳା କର୍ମକର୍ତ୍ତା ସମ୍ମିଳନୀକୁ ସମ୍ବୋଧିତ କରି ବିଜେଡି ସରକାରକୁ କଡ଼ା ସମାଲୋଚନା କଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ''ବିଜେଡ଼ି ସରକାର ଭୋଟ ପାଇଁ ଲାଞ୍ଚ ଦିଏ । ଆଉ ମହିଳାଙ୍କୁ ନିର୍ବାଚନୀ ଟଙ୍କା ବଣ୍ଟରେ ଲଗାଏ । ସେମାନଙ୍କୁ ସଶକ୍ତ କରିବା ନାରାରେ ଦିନକୁ ୫୪ ପଇସାରେ ୫ ବର୍ଷର ଅଧିକାର ଛଡେଇ ନେବା ପାଇଁ ଚାହୁଁଛି ବିଜେଡ଼ି । ହେଲେ ମୋଦି ସରକାର ସୁଭଦ୍ରା ଯୋଜନାରେ ମହିଳାଙ୍କୁ ୫୦ ହାଜର ଟଙ୍କାର କ୍ୟାସ ଭାଉଚର ଦେବେ । ଏହି ଯୋଜନାରେ ବିଜେପି ୨ ବର୍ଷ ପର୍ଯ୍ୟନ୍ତ ମହିଳାଙ୍କୁ ୫୦ ହଜାର ଟଙ୍କା ଦେବାର ସଂକଳ୍ପ ନେଇଛି '' ବୋଲି କହିଛନ୍ତି ବିଜେପି ମୁଖ୍ୟ ।

ନଡ୍ଡା ବିଜେଡି ସରକାରକୁ ସିଧା ଟାର୍ଗେଟ କରି କହିଛନ୍ତି ଯେ, ଓଡ଼ିଶାରେ ଅଧିକାରୀ ଏବଂ ଅଫିସରମାନଙ୍କ ସରକାର ଚାଲିଛି । ସମୟ ଆସିଛି ଏହାକୁ ଟାଟା ବାଏ ବାଏ କର । ବର୍ତ୍ତମାନ ଓଡ଼ିଶାରେ ଜନତାଙ୍କ ସରକାର ଦରକାର । କେବଳ ବିଜେପି ଜନତାଙ୍କ ସରକାର ଦେଇପାରିବ । ମହିଳା ସଶକ୍ତିକରଣକୁ ନେଇ ସେ କହିଛନ୍ତି, ମୋଦି ସରକାରରେ ମହିଳାଙ୍କୁ ଅଧିକ ଗୁରୁତ୍ଵ ଦିଆଯାଉଛି ଏବଂ ସବୁଠୁ ବେଶୀ ମହିଳା ସଶକ୍ତ ହୋଇଛନ୍ତି । ଯଦି ଜଣେ ବ୍ୟକ୍ତି ସଶକ୍ତ ହେଉଛି କେବଳ ଜଣେ ସଶକ୍ତ ହେବ । ଯଦି ଜଣେ ନାରୀ ସଶକ୍ତ ହେବ ତେବେ ପୁରା ପରିବାର ସଶକ୍ତ ହେବ । ଆଗରୁ ନାରୀ ସଶକ୍ତ ହେବ କୁହାଯାଇଥିବା ବେଳେ ଏବେ ମୋଦି ସରକାର କହୁଛନ୍ତି ନାରୀ ନେତୃତ୍ୱରେ ସଶକ୍ତ ହେବ ।

ଏହା ମଧ୍ୟ ପଢନ୍ତୁ: ଆସୁଛନ୍ତି ଖଡ୍‌ଗେ: ଭୁବନେଶ୍ବରରେ ପ୍ରେସମିଟ୍‌, କନ୍ଧମାଳରେ କରିବେ ପ୍ରଚାର - Mallikarjun Kharge To Visit Odisha

୨୭ ବର୍ଷ ହେଲା ପଡ଼ି ରହିଥିବା ନାରୀଶକ୍ତି ବନ୍ଦନ ବିଧେୟକକୁ ୩ ଦିନରେ ପାରିତ କଲେ ମୋଦି । ଏହାସହ ବିଜେପି ସରକାରରେ ୨୦୨୯ ଲୋକସଭା ନିର୍ବାଚନ ଏବଂ ବିଧାନସଭା ନିର୍ବାଚନରେ ୩୩ ପ୍ରତିଶତ ମହିଳା ସାଂସଦ ଏବଂ ବିଧାୟକ ହେବେ । ମୋଦି ସରକାର ୧୨ କୋଟି ଶୌଚାଳୟ ତିଆରି କରି ୧୨ କୋଟି ମହିଳାଙ୍କୁ ଜୀବନ ସାରା ପାଇଁ ସମ୍ମାନ ଦେଲେ । ଆଗାମୀ ଦିନରେ ଗ୍ୟାସ ସିଲିଣ୍ଡର ନୁହେଁ, ଗ୍ୟାସ ପାଇପ ଯୋଗ ଘରେ ପହଞ୍ଚିବ । ଜଳ ଜୀବନ ମିଶନ ହର ଘର ନଲ ସେ ଜଳ ଯୋଜନା ମାଧ୍ୟମରେ ଦେଶରେ ୧୧ କୋଟି ଘର ଏବଂ ଓଡ଼ିଶାରେ ୬୬ ଲକ୍ଷ ଘରକୁ ପାଇପ ଯୋଗେ ପାଣି ପହଞ୍ଚାଇଛନ୍ତି ମୋଦି । ଦେଶକୁ ୪ କୋଟି ପକ୍କାଘର ଦେଇଛନ୍ତି । ଆଗାମୀ ୫ ବର୍ଷରେ ବିଜୁଳି ବିଲ ଶୂନ୍ୟ ହୋଇଯିବ। ପ୍ରତି ଘର ଉପରେ ସୌର ଘର ଯୋଜନାରେ ସୋଲାର ପ୍ୟାନେଲ ଲାଗିବ । ବଳକା ବିଜୁଳିକୁ ବିକ୍ରି କରି ରୋଜଗାର କରିପାରିବେ ଘରର ମହିଳା ।

ଶିକ୍ଷା କ୍ଷେତ୍ରରେ ୧୮ ପ୍ରତିଶତ ଝିଅଙ୍କ ଆଡ଼ମିଶନ ବଢିଛି । ଆଦିବାସୀ ସମାଜରେ ୩୦ ପ୍ରତିଶତ ଆଡ଼ମିଶନ ବଢିଛି । ମହିଳାମାନଙ୍କୁ ଗର୍ଭଧାରଣ ଠାରୁ ଆରମ୍ଭ କରି ପିଲା ଜନ୍ମ ହେବା ଯାଏଁ ସ୍ବାସ୍ଥ୍ୟ ସହାୟତା ଦେଉଛନ୍ତି ମୋଦି ସରକାର । ଦେଶରେ ମହିଳା ରାଷ୍ଟ୍ରପତି ହୋଇଛନ୍ତି । ସାମରିକ କ୍ଷେତ୍ରରେ ମଧ୍ୟ ମହିଳାମାନଙ୍କୁ ଅଗ୍ରାଧିକାର ଦିଆଯାଉଛି । କେବଳ ସାମରିକ ନୁହେଁ ବୈଦେଶିକ ବ୍ୟାପାର, ଅର୍ଥମନ୍ତ୍ରୀ ଭଳି ଅନେକ କ୍ଷେତ୍ରରେ ମହିଳା ଆଜି ଆଗରେ ଥିବା କହିଛନ୍ତି ନଡ୍ଡା ।

ଭୁବନେଶ୍ୱରର ଏକ ଘରୋଇ ହୋଟେଲରେ ବିଜେପି ମହିଳା କର୍ମକର୍ତ୍ତା ସମ୍ମିଳନୀ 'ସଶକ୍ତ ମହିଳା ସମୃଦ୍ଧ ଓଡି଼ଶା' ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ରାଜ୍ୟ ବିଜେପି ପକ୍ଷରୁ ନିର୍ବାଚନୀ ଇସ୍ତାହାରରେ ଘୋଷଣା ହୋଇଥିବା 'ସୁଭଦ୍ରା ଯୋଜନା' ଏବଂ 'ଲକ୍ଷପତି ଦିଦି'କୁ ନେଇ ଉପସ୍ଥିତ ମହିଳାମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ଜେପି ନଡ୍ଡା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.