ETV Bharat / bharat

Balasore train tragedy: ଭାଟିକାନ ସିଟିରୁ ଶୋକ, ସମବେଦନା ଜଣାଇଲେ ପୋପ ଫ୍ରାନ୍ସିସ୍‌

author img

By

Published : Jun 4, 2023, 7:32 PM IST

ବାଲେଶ୍ବର ଟ୍ରେନ ଦୁର୍ଘଟଣା ନେଇ ଭାଟିକାନ ସିଟିରୁ ଆସିଲା ସମବେଦନା । ଶୋକ ପ୍ରକାଶ କରିବା ସହ ରବିବାର ପ୍ରାର୍ଥନାରେ ମୃତକଙ୍କ ଆତ୍ମାର ସଦଗତି କାମନା କଲେ ପୋପ ଫ୍ରାନ୍ସିସ । ଅଧିକ ପଢନ୍ତୁ

Balasore train tragedy: ଭାଟିକାନ ସିଟିରୁ ଶୋକ, ସମବେଦନା ଜଣାଇଲେ ପୋପ ଫ୍ରାନ୍ସିସ୍‌
Balasore train tragedy: ଭାଟିକାନ ସିଟିରୁ ଶୋକ, ସମବେଦନା ଜଣାଇଲେ ପୋପ ଫ୍ରାନ୍ସିସ୍‌

ହାଇଦ୍ରାବାଦ: ବାଲେଶ୍ବର ବାହାନଗା ଟ୍ରେନ ଦୁର୍ଘଟଣାରେ ଦେଶ ସ୍ତବ୍ଦ ହୋଇଯାଇଥିବା ବେଳେ ବିଶ୍ବବ୍ୟାପୀ ଶୋକ ପ୍ରକାଶ ପାଇଛି । ଘଟଣା ପର ଠାରୁ କ୍ରମାଗତ ବିଭିନ୍ନ ରାଷ୍ଟ୍ରମୁଖ୍ୟଙ୍କ ପକ୍ଷରୁ ଶୋକ ପ୍ରକାଶ ପାଇବା ସହ ସମବେଦନା ଜଣାଯାଉଛି । ଆଜି (ରବିବାର) ଖ୍ରୀଷ୍ଟ ଧର୍ମର ସର୍ବୋଚ୍ଚ ଧର୍ମଗୁରୁ ପୋପ ଫ୍ରାନ୍ସିସ ମଧ୍ୟ ଏହି ଘଟଣାରେ ଶୋକବ୍ୟକ୍ତ କରିବା ସହ ମୃତାହତଙ୍କ ପାଇଁ ସମବେଦନା ଜଣାଇଛନ୍ତି । ଆଜି ସଂଧ୍ୟା ପ୍ରାର୍ଥନାରେ ପୋପ ଆହତଙ୍କ ପାଇଁ ପ୍ରାର୍ଥନା କରିଥିଲେ । ଭାଟିକାନ ଗଣମାଧ୍ୟମରେ ପ୍ରସାରିତ ତଥ୍ୟ ଅନୁସାରେ, ପୋପ ତାଙ୍କ ପ୍ରାର୍ଥନାରେ କହିଛନ୍ତି, ‘‘ମୃତକଙ୍କ ଆତ୍ମାଙ୍କୁ ଇଶ୍ବର ଗ୍ରହଣ କରନ୍ତୁ ଓ ତାଙ୍କ ସାମ୍ରାଜ୍ୟରେ ସ୍ଥାନ ଦିଅନ୍ତୁ । ମୁଁ ଏହି ଘଟଣାରେ ପ୍ରଭାବିତଙ୍କ ପରିବାରକୁ ସମବେଦନା ଜଣାଉଛି । ’’

  • Pope Francis condoles the loss of life in the #BalasoreTrainAccident

    "My prayer go to the many victims of the train accident that occurred two days ago (June 2) in India. I express my closeness to the injured and their families. May the Heavenly Father welcome the souls of the… pic.twitter.com/DASj1HAlsv

    — ANI (@ANI) June 4, 2023 " class="align-text-top noRightClick twitterSection" data=" ">

ଏହା ପୂର୍ବରୁ ଗତକାଲି ମଧ୍ୟ ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟମାନେ ଘଟଣାରେ ଶୋକ ବ୍ୟକ୍ତ କରିବା ସହ ଭାରତକୁ ସମବେଦନା ଜଣାଇଥିଲେ । ପଡୋଶୀ ଶତ୍ରୁ ପାକିସ୍ତାନ ମଧ୍ୟ ଏପରି ସମୟରେ ନିଜ ନୈତିକତାର ପରିଚୟ ଦେଇଥିଲା । ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହେଓ୍ବାଜ ସରିଫ ଓ ବିଦେଶ ମନ୍ତ୍ରୀ ବିଲାଓ୍ବାଲ ଭୁଟ୍ଟୋ ଜର୍ଦ୍ଦାରୀ ମଧ୍ୟ ଘଟଣାରେ ଶୋକ ପ୍ରକାଶ କରିଥିଲେ । ଋଷ, ୟୁକ୍ରେନ, ନେପାଳ, ଆମେରିକା, କାନାଡା, ଇଟାଲୀ ଓ ଜାପାନ ପ୍ରମୁଖ ଦେଶର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀମାନେ ଭାରତକୁ ଏପରି ସମୟରେ ସମବେଦନା ଜଣାଇ ନୈତିକ ସାହସ ଦେଇଛନ୍ତି । ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଳ ଦହଲ, ଋଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ, ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିସିଦା, ୟୁକ୍ରେନ ରାଷ୍ଟ୍ରପତି ଭୋଲଡମିର ଜେଲେନସ୍କି ଓ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ ମୃତାହତ ଯାତ୍ରୀଙ୍କ ପରିବାରକୁ ସମବେଦନା ଜଣାଇବା ସହ ଆହତ ଯାତ୍ରୀଙ୍କ ଆଶୁଆରୋଗ୍ୟ କାମନା କରିଛନ୍ତି ।

ଶୁକ୍ରବାର ସଂଧ୍ୟାରେ ଦୁର୍ଘଟଣା ଘଟିଥିବା ଖବର ମିଳିବା ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକବ୍ୟକ୍ତ କରିଥିଲେ । ଗତକାଲି ପୂର୍ବାହ୍ନରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିବା ପରେ ପ୍ରଧାନମନ୍ତ୍ରୀ ମୋଦି ସିଧା ବାଲେଶ୍ବରର ଦୁର୍ଘଟଣାସ୍ଥଳ ପରିଦର୍ଶନ ମଧ୍ୟ କରିଥିଲେ । ସେଠାରେ ତାଙ୍କ ସହ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ଥିଲେ । ଚୂଡାନ୍ତ ରିପୋର୍ଟ ଅନୁସାରେ ମୋଟ 275 ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ 9 ଶହ ଆହତ ହୋଇଥିଲେ । ରେଳବାଇର ବିଭାଗୀୟ ତଦନ୍ତରେ ସିଗନାଲ ସମସ୍ୟାରୁ ଦୁର୍ଘଟଣା ଘଟିଥିବା ଜଣାପଡିଛି । ଆଜି କେନ୍ଦ୍ର ସରକାର ଘଟଣାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ବିରୋଧୀ କିନ୍ତୁ କ୍ରମାଗତ ରେଳମନ୍ତ୍ରୀଙ୍କ ଇସ୍ତଫା ଦାବି କରୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.