ETV Bharat / international

ୟୁକ୍ରେନ ଉପରେ ମିସାଇଲ ମାଡ କଲା ଋଷ, 17 ମୃତ 32 ଆହତ

author img

By ETV Bharat Odisha Team

Published : Sep 7, 2023, 8:48 AM IST

ୟୁକ୍ରେନ ଉପରେ ପୁଣି ମିସାଇଲ ମାଡ କଲା ଋଷ ସେନା । 17 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 32ରୁ ଊର୍ଦ୍ଧ୍ବ ଲୋକ ଆହତ । ଅଧିକ ପଢନ୍ତୁ

Russian missile attack in Donetsk
Russian missile attack in Donetsk

କିଭ: ଋଷ ଓ ୟୁକ୍ରେନ ଯୁଦ୍ଧକୁ ବର୍ଷେରୁ ଊର୍ଦ୍ଧ୍ବ ସମୟ ବିତି ଯାଇଥିଲେ ସୁଦ୍ଧା ଆକ୍ରମଣ ଜାରି ରଖିଛି ଋଷ । ୟୁକ୍ରେନ ଉପରେ ପୁଣି ଆକ୍ରମଣକୁ ଜୋରଦାର କରିଛି ଋଷ । ବୁଧବାର ୟୁକ୍ରେନର କୋଷ୍ଟିଆଣ୍ଟିନିଭାକାର ଡୋନେଟସ୍କ ଅଞ୍ଚଳର ଏକ ବଜାରରେ ମିସାଇଲ ମାଡ କରିଛି ଋଷ । ଫଳରେ 17 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 32ରୁ ଊର୍ଦ୍ଧ୍ବ ଲୋକ ଆହତ ହୋଇଛନ୍ତି । ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ମୃତକଙ୍କ ମଧ୍ୟରେ ଶିଶୁ ମଧ୍ୟ ରହିଛନ୍ତି।

ଏହା ମଧ୍ୟ ପଢନ୍ତୁ-ଋଷିଆ ଉପରେ ୟୁକ୍ରେନର ଡ୍ରୋନ ଆଟାକ୍: ବନ୍ଦ ହେଲା ମସ୍କୋ ଏୟାରପୋର୍ଟ

ଆଭ୍ୟନ୍ତରୀଣ ବ୍ୟାପାର ମନ୍ତ୍ରୀ ଇହୋର କ୍ଲିମେଙ୍କୋ ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ, ୟୁକ୍ରେନ ଉପରେ ଋଷ ପୁଣି ଥରେ ମିସାଇଲ ମାଡ କରିଛି । ଯାହା ଫଳରେ 17 ଜଣଙ୍କର ମୃତ୍ୟୁ ହୋଇଛି । ଋଷ ସେନା ଆତଙ୍କବାଦୀ ଅଟନ୍ତି, ସେମାନଙ୍କୁ ଏଥି ପାଇଁ କେବେ ବି କ୍ଷମା କରାଯିବ ନାହିଁ । ମିସାଇଲ ଆକ୍ରମଣ ଯୋଗୁଁ ଋଷକୁ ଦଣ୍ଡ ଭୋଗିବାକୁ ପଡିବ । ଆମେ ଏହାର ଜବାବ ଦେବୁ । ୟୁକ୍ରେନ ରାଷ୍ଟ୍ରପତି ଭୋଲଡମିର ଜେଲେନସ୍କି ଋଷ ସେନାର ଆକ୍ରମଣକୁ ନିନ୍ଦା କରିଛନ୍ତି । ମିସାଇଲ ମାଡରେ ମୃତ୍ୟୁ ସଂଖ୍ୟା ବଢିବା ପାରେ ବୋଲି କହିଛନ୍ତି ରାଷ୍ଟ୍ରପତି ।

ଏହା ମଧ୍ୟ ପଢନ୍ତୁ-Russia-Ukraine war: ୟୁକ୍ରେନ ଉପରେ ଋଷର ମିସାଇଲ ମାଡ, 7 ମୃତ 90 ଆହତ

ଏହା ପୂର୍ବରୁ ଅଗଷ୍ଟ 20 ତାରିଖରେ ୟୁକ୍ରେନ ସହର ଚେର୍ନିହିବରେ ମିସାଇଲ ମାଡ କରିଥିଲା ଋଷ । ଏଥିରେ 7 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 90ରୁ ଊର୍ଦ୍ଧ୍ବ ଲୋକ ଆହତ ହୋଇଥିଲେ । ମୃତକଙ୍କ ମଧ୍ୟରେ ଜଣେ 6 ବର୍ଷର ଶିଶୁ ରହିଥିଲା । ସେହିପରି 10 ଜଣ ପୋଲିସ କର୍ମଚାରୀ ଏବଂ 12 ଜଣ ଶିଶୁ ମଧ୍ୟ ଆହତ ହୋଇଥିଲା । ସେହିପରି ଜାନୁଆରୀ 15 ତାରିଖରେ ଋଷ ସେନା ପକ୍ଷରୁ ୟୁକ୍ରେନର ବିଭିନ୍ନ ସ୍ଥାନରେ ମିଶାଇଲ ମାଡ କରାଯାଇଥିଲା । ଏଥିରେ ୧୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଥିଲେ । ନିପ୍ରୋ ସହରର ଏକ 9 ମହଲା କୋଠା ଉପରେ ମିସାଇଲ ମାଡ କରିଥିଲା ଋଷ । ୟୁକ୍ରେନର ଅଧିକ ସ୍ଥାନରେ ମିସାଇଲ ମାଡ ହୋଇଥିବା ବେଳେ ନିପ୍ରୋ ସହର ଅଧିକ ମାତ୍ରାରେ କ୍ଷୟକ୍ଷତି ହୋଇଥିଲା । ମିସାଇଲ ମାଡ ଯୋଗୁଁ ବିଲଡିଂରେ ନିଆଁ ଲାଗିଯାଇଥିଲା । ଫଳରେ ଲୋକମାନଙ୍କୁ ଉଦ୍ଧାର କରିବା ଏକ ଚାଲେଞ୍ଜ ସୃଷ୍ଟି ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.