ETV Bharat / international

Russia-Ukraine war: ୟୁକ୍ରେନ ଉପରେ ଋଷର ମିସାଇଲ ମାଡ, 7 ମୃତ 90 ଆହତ

author img

By

Published : Aug 20, 2023, 7:29 AM IST

ୟୁକ୍ରେନ ସହର ଚେର୍ନିହିବରେ ଋଷର ମିସାଇଲ ମାଡ । 7 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 90ରୁ ଊର୍ଦ୍ଧ୍ବ ଲୋକ ଆହତ । ଅଧିକ ପଢନ୍ତୁ

missile attack on Chernihiv
missile attack on Chernihiv

କିଭ: ଋଷ ଓ ୟୁକ୍ରେନ ଯୁଦ୍ଧକୁ ବର୍ଷେରୁ ଊର୍ଦ୍ଧ୍ବ ସମୟ ବିତିଛି । ଏବେବି ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଛି ଋଷ । କିଛିଦିନର ବ୍ୟବଧାନ ପରେ ପୁଣି ୟୁକ୍ରେନ ଉପରେ ଆକ୍ରମଣକୁ ଜୋରଦାର କରିଛି ଋଷ । ଶନିବାର ଦିନ ୟୁକ୍ରେନ ସହର ଚେର୍ନିହିବରେ ମିସାଇଲ ମାଡ କରିଛି ଋଷ । ଫଳରେ 7 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 90ରୁ ଊର୍ଦ୍ଧ୍ବ ଲୋକ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଜଣେ 6 ବର୍ଷର ଶିଶୁ ରହିଛି । ସେହିପରି ଆହତଙ୍କ ମଧ୍ୟରେ 10 ଜଣ ପୋଲିସ କର୍ମଚାରୀ ଏବଂ 12 ଜଣ ଶିଶୁ ଅଛନ୍ତି ବୋଲି ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ଅଧିକ ପଢନ୍ତୁ-ଋଷିଆ ଉପରେ ୟୁକ୍ରେନର ଡ୍ରୋନ ଆଟାକ୍: ବନ୍ଦ ହେଲା ମସ୍କୋ ଏୟାରପୋର୍ଟ

ମନ୍ତ୍ରଣାଳୟର ୱେବସାଇଟରେ ପ୍ରକାଶିତ ବିବୃତ୍ତି ଅନୁଯାୟୀ, ଏକ ଥିଏଟର ଛାତ ଉପରେ ମିସାଇଲ ମାଡ କରିଥିଲା ଋଷ । ଏଠାରେ ଏକ ପ୍ରୋଗ୍ରାମର ଆୟୋଜନ ହେବାକୁ ଥିବା ବେଳେ ଅନେକ ଲୋକ ସାମିଲ ହୋଇଥିଲେ । ଏହି ସମୟରେ ଋଷ ମିସାଇଲ ମାଡ କରିବାରୁ 7 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 90ରୁ ଊର୍ଦ୍ଧ୍ବ ଲୋକ ଆହତ ହୋଇଛନ୍ତି । ମିସାଇଲ ମାଡ ପରେ ଥିଏଟର ଛାତ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି ।

ଏହା ପୂର୍ବରୁ ଗତ ଜାନୁଆରି ମାସ 15 ତାରିଖରେ ଋଷ ସେନା ପକ୍ଷରୁ ୟୁକ୍ରେନର ବିଭିନ୍ନ ସ୍ଥାନରେ ମିଶାଇଲ ମାଡ କରାଯାଇଥିଲା । ଫଳରେ ୧୨ଜଣ ଲୋକ ପ୍ରାଣ ହରାଇଥିବା ବେଳେ ଅନେକ ଲୋକ ଆହତ ହୋଇଥିଲେ । ନିପ୍ରୋ ସହରର ଏକ ୯ ମହଲା କୋଠା ଉପରେ ମିସାଇଲ ମାଡ କରିଥିଲେ । ୟୁକ୍ରେନର ଅଧିକ ସ୍ଥାନରେ ମିସାଇଲ ମାଡ ହୋଇଥିବା ବେଳେ ନିପ୍ରୋ ସହର ଅଧିକ ମାତ୍ରାରେ କ୍ଷୟକ୍ଷତି ହୋଇଥିଲା । ମିସାଇଲ ମାଡ ଯୋଗୁଁ ବିଲଡିଂରେ ନିଆଁ ଲାଗିଯାଇଥିଲା । ଫଳରେ ଲୋକମାନଙ୍କୁ ଉଦ୍ଧାର କରିବା ଏକ ଚାଲେଞ୍ଜ ସୃଷ୍ଟି ହୋଇଥିଲା । ଆକ୍ରମଣ ପରେ ରେସ୍କ୍ୟୁ ଟିମ ଶୌଚାଳୟରୁ ଲୋକମାନଙ୍କୁ ଉଦ୍ଧାର କରିଥିଲା ।

ଗତ 30 ତାରିଖରେ ଋଷିଆର ରାଜଧାନୀ ମସ୍କୋରେ ବଡ ଡ୍ରୋନ ଆଟାକ ହୋଇଥିବା ଖବର ସାମ୍ନାକୁ ଆସିଥିଲା । ୟୁକ୍ରେନ ଋଷ ଉପରେ ଡ୍ରୋନ ଆକ୍ରମଣ କରିଥିଲା । ଏହି ଆକ୍ରମଣରେ ଦୁଇଟି କୋଠା ନଷ୍ଟ ହୋଇଯାଇଥିଲା । ଏଥିରେ କାହାର ମୃତ୍ୟୁ ଘଟିନଥିବା ବେଳେ ଜଣେ ଆହତ ହୋଇଥିଲେ । ଆକ୍ରମଣ ପରେ ରାଜଧାନୀରେ ଥିବା ନୁକୋଭୋ ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ବନ୍ଦ ରଖାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.