ETV Bharat / international

ଋଷିଆ ଉପରେ ୟୁକ୍ରେନର ଡ୍ରୋନ ଆଟାକ୍: ବନ୍ଦ ହେଲା ମସ୍କୋ ଏୟାରପୋର୍ଟ

author img

By

Published : Jul 30, 2023, 11:22 AM IST

ଋଷିଆ ଉପରେ ଡ୍ରୋନ ଆଟାକ୍ କଲା ୟୁକ୍ରେନ । ଏହାକୁ ଆତଙ୍କୀ ଆକ୍ରମଣ ଉଦ୍ୟମ କହିଲା ଋଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟ । ଅଧିକ ପଢନ୍ତୁ

ଋଷିଆ ଉପରେ ୟୁକ୍ରେନର ଡ୍ରୋନ ଆଟାକ୍
ଋଷିଆ ଉପରେ ୟୁକ୍ରେନର ଡ୍ରୋନ ଆଟାକ୍

ମସ୍କୋ: ବର୍ଷେରୁ ଅଧିକ ସମୟ ହେଲାଣି ଋଷିଆ ଓ ୟୁକ୍ରେନ ସଂଘର୍ଷ ଜାରି ରହିଛି । ଋଷିଆ ଆକ୍ରମଣରେ ଛାରଖାର୍ ହୋଇଯାଇଥିବା ୟୁକ୍ରେନ ରବିବାର ସକାଳେ ଶତ୍ରୁ ଦେଶ ଉପରେ ଡ୍ରୋନ ଆକ୍ରମଣ କରିଛି । ଋଷିଆର ରାଜଧାନୀ ମସ୍କୋରେ ବଡ ଡ୍ରୋନ ଆଟାକ କରିଥିବାର ଅଭିଯୋଗ ହୋଇଛି । ଏହି ଆକ୍ରମଣରେ ଦୁଇଟି କୋଠା ନଷ୍ଟ ହୋଇଯାଇଛି । ଏଥିରେ କାହାର ମୃତ୍ୟୁ ଘଟିନଥିବା ବେଳେ ଜଣେ ଆହତ ହୋଇଛନ୍ତି । ଆକ୍ରମଣ ପରେ ରାଜଧାନୀରେ ଥିବା ନୁକୋଭୋ ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ବନ୍ଦ ରଖାଯାଇଛି । ଏନେଇ ସ୍ଥାନୀୟ ମେୟରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

ଡ୍ରୋନ ଆକ୍ରମଣ ପରେ ବିମାନ ବନ୍ଦରକୁ କିଛି ସମୟ ବନ୍ଦ ରଖାଯାଇଥିଲା । ସବୁ ବିମାନର ଉଡାଣ ଓ ଅବତରଣକୁ ବନ୍ଦ କରାଯାଇଥିଲା । ଏଠାରେ ଅବତରଣ ପାଇଁ ଆସୁଥିବା ବିମାନଗୁଡିକ ଅନ୍ୟ ଏୟାରପୋର୍ଟରେ ଅବତରଣ କରିଥିଲେ । ଆଜି(ରବିବାର) ଭୋର୍ ସମୟରେ ୟୁକ୍ରେନ ରାଜଧାନୀ ମସ୍କୋରେ ଏହି ଡ୍ରୋନ ଆକ୍ରମଣ କରିଥିଲା । ଏହାଦ୍ବାରା ଦୁଇଟି ଅଫିସ ବ୍ଲକ କ୍ଷତିଗ୍ରସ୍ତ ହୋଇଛି । ଦୁଇ ଅଫିସ ଟାୱାର ନଷ୍ଟ ହୋଇଯାଇଛି । ତେବେ ଏଥିରେ କାହାର ମୃତ୍ୟୁ ହୋଇନାହିଁ ବୋଲି ମସ୍କୋ ମେୟର ସର୍ଗେଇ ସୋବୟାନିନ ଜଣାଇଛନ୍ତି ।

ଏହାମଧ୍ୟ ପଢନ୍ତୁ: ପୁଟିନଙ୍କୁ ହତ୍ୟା ଉଦ୍ୟମ ! ରାଷ୍ଟ୍ରପତି ଭବନ ଉପରେ ୟୁକ୍ରେନର ଦୁଇଟି ଡ୍ରୋନକୁ ଖସାଇଲା ମସ୍କୋ

ଏହାମଧ୍ୟ ପଢନ୍ତୁ: Man Became Dog: ଲକ୍ଷ ଲକ୍ଷ ଖର୍ଚ୍ଚ କରି କୁକୁର ପାଲଟିଲେ ଜାପାନୀ ଯୁବକ

ଏହାକୁ ଆତଙ୍କୀବାଦୀ ଆକ୍ରମଣ ଉଦ୍ୟମ ବୋଲି ଆଖ୍ୟା ଦେଇ ଋଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ସହର ଉପକଣ୍ଠରେ ଗୋଟିଏ ଡ୍ରୋନକୁ ଗୁଳି କରି ଖସାଇ ଦିଆଯାଇଥିଲା ଓ ଆଉ ଦୁଇଟି ଡ୍ରୋନ ବୈଦ୍ୟୁତିକ ୱାରଫେୟାର ଦ୍ବାରା ବାଧାପ୍ରାପ୍ତ ହୋଇ ଗୋଟିଏ ବିଲ୍ଡିଂ କମ୍ପ୍ଲେକ୍ସ ସହ ଧକ୍କା ହୋଇଥିଲା । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ମସ୍କୋ ଋଷିଆର ରାଜଧାନୀ ସହ ବାଣିଜ୍ୟକ ସହର ଅଟେ । ଏହା ୟୁକ୍ରେନ ସୀମା ଠାରୁ ପ୍ରାୟ ୫୦୦ କିଲୋମିଟର ଦୂରରେ ଅବସ୍ଥିତ । ୟୁକ୍ରେନ ସହ ସଂଘର୍ଷ ଭିତରେ ଚଳିତ ବର୍ଷ ମସ୍କୋକୁ ଖୁବ୍ କ୍ବଚିତ୍ ଟାର୍ଗେଟ କରାଯାଇଛି ।

ଦୁଇ ମାସ ତଳେ ଋଷିଆ ରାଷ୍ଟ୍ରପତି ପୁଟିନଙ୍କ ବାସଭବନ(କ୍ରେମଲିନ ବିଲ୍ଡିଂ) ଉପରେ ଦୁଇଟି ଡ୍ରୋନ ଖସାଯାଇଥିଲା । ଏହି ଡ୍ରୋନ ସାହାଯ୍ୟରେ ୟୁକ୍ରେନ ପୁଟିନଙ୍କୁ ହତ୍ୟା କରିବାକୁ ଉଦ୍ୟମ କରିଥିବା ଋଷିଆ ଅଭିଯୋଗ କରିଥିଲା । ଡ୍ରୋନ ଗୁଡିକ ପୁଟିନଙ୍କ ବାସଭବନ ଉପରେ ଖୁବ ନିକଟରେ ଉଡୁଥିବା ବେଳେ ଏହାକୁ ଗୁଳିରେ ଉଡାଇ ଦିଆଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.