ETV Bharat / international

ପୁଟିନଙ୍କୁ ହତ୍ୟା ଉଦ୍ୟମ ! ରାଷ୍ଟ୍ରପତି ଭବନ ଉପରେ ୟୁକ୍ରେନର ଦୁଇଟି ଡ୍ରୋନକୁ ଖସାଇଲା ମସ୍କୋ

author img

By

Published : May 3, 2023, 8:37 PM IST

ପୁଟିନଙ୍କୁ ହତ୍ୟା ଉଦ୍ୟମ
ପୁଟିନଙ୍କୁ ହତ୍ୟା ଉଦ୍ୟମ

ଋଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନଙ୍କୁ ୟୁକ୍ରେନର ହତ୍ୟା ଉଦ୍ୟମ । ରାଷ୍ଟ୍ରପତି ଭବନ ଉପରୁ ଦୁଇଟି ଡ୍ରୋନକୁ ଗୁଳି କରି ନଷ୍ଟ କରିଥିବା ମସ୍କୋର ଅଭି ଯୋଗ । ଅଧିକ ପଢନ୍ତୁ

ପୁଟିନଙ୍କୁ ହତ୍ୟା ଉଦ୍ୟମ

ହାଇଦ୍ରାବାଦ: ଋଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନଙ୍କୁ ୟୁକ୍ରେନର ହତ୍ୟା ଉଦ୍ୟମ । ଆଜି ପୁଟିନଙ୍କ ବାସଭବନ (କ୍ରେମଲିନ ବିଲ୍ଡିଂ) ଉପରେ ଦୁଇଟି ଡ୍ରୋନକୁ ଗୁଳି କରି ଉଡାଇ ଦିଆଯାଇଥିବା ମସ୍କୋ ପକ୍ଷରୁ ଏପରି ଅଭିଯୋଗ କରାଯାଇଛି । ୟୁକ୍ରେନ ଦ୍ବାରା ଏହି ଦୁଇଟି ଡ୍ରୋନ ସାହାଯ୍ୟରେ ରାଷ୍ଟ୍ରପତି ପୁଟିନଙ୍କୁ ହତ୍ୟା କରାଯିବା ପାଇଁ ଯୋଜନା ଥିବା ବେଳେ ଏହାକୁ ଋଷ ସେନା ବିଫଳ କରିଦେଇଥିବା ଋଷ ପକ୍ଷରୁ ସଙ୍ଗୀନ ଅଭିଯୋଗ କରାଯାଇଛି । ପୁଟିନଙ୍କ ବାସଭବନ ଉପରେ ଖିବ ନିକଟରେ ଦୁଇଟି ଡ୍ରୋନକୁ ଗୁଳିରେ ଉଡାଇ ଦିଆଯିବାର ଭିଡିଓ ମଧ୍ୟ ମସ୍କୋ ପକ୍ଷରୁ ଜାରି କରାଯାଇଛି ।

ଜାରି ଭିଡିଓ ଅନୁସାରେ, କ୍ରେମଲିନ ବିଲ୍ଡିଂରେ ଥିବା ରାଷ୍ଟ୍ରପତି ପୁଟିନଙ୍କ ବାସଭବନ ଉପରେ ଦୁଇଟି ଡ୍ରୋନକୁ ଗୁଳି କରି ଉଡାଇ ଦିଆଯାଉଥିବାର ଦେଖିବାକୁ ମିଳିଛି । ଏଥିରେ କେହି ବ୍ୟକ୍ତିବିଶେଷ କିମ୍ବା କ୍ରେମଲିନ ବିଲ୍ଡିଂ ମଧ୍ୟ କ୍ଷତିଗ୍ରସ୍ତ ହୋଇନାହିଁ । ଡ୍ରୋନ ଯୋଗେ ବିସ୍ଫୋରଣ କରି ଋଷ ରାଷ୍ଟ୍ରପତି ପୁଟିନଙ୍କୁ ହତ୍ୟା କରିବା ଷଡଯନ୍ତ୍ର ୟୁକ୍ରେନ କରିଥିବା ମସ୍କୋ ଏକ ବିବୃତ୍ତିରେ କହିଛି । ହେଲେ ଏ ଅଭିଯୋଗକୁ ୟୁକ୍ରେନ ଖଣ୍ଡନ କରିଛି ।

ଆକ୍ରମଣ ନେଇ ମସ୍କୋ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି, ଏହି ଆକ୍ରମଣ ସମୟରେ ରାଷ୍ଟ୍ରପତି ପୁଟିନ ଉକ୍ତ ବିଲ୍ଡିଂରେ ନଥିଲେ । କିଛି ସମୟ ବ୍ୟବଧାନରେ ଦୁଇଟି ଡ୍ରୋନ ଦ୍ବାରା ବିସ୍ଫୋରଣ କରାଯିବା ନେଇ ଉଦ୍ୟମ କରାଯାଇଥିଲା । ସେନା ଦୁଇଟି ଡ୍ରୋନକୁ ନଷ୍ଟ କରାଯାଇଛି । ଏହି ଅଭିଯୋଗକୁ ୟୁକ୍ରେନ ପକ୍ଷରୁ ଖଣ୍ଡନ କରାଯାଇଛି । ୟୁକ୍ରେନ ପକ୍ଷରୁ ସେ ପ୍ରକାର କୌଣସି ଆକ୍ରମଣ କରାଯାଇନଥିବା ରାଷ୍ଟ୍ରପତି ଭୋଲଡମିର ଜେଲେନସ୍କିଙ୍କ ପ୍ରବକ୍ତାଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଏପରି ଆକ୍ରମଣ ଦ୍ବାରା କୌଣସି ସାମରିକ ସଂଘର୍ଷର ସମାଧାନ ହୁଏ ନାହିଁ । ୟୁକ୍ରେନ ପକ୍ଷରୁ ସେପରି କୌଣସି ଆକ୍ରମଣ କରାଯାଇନାହିଁ ।

ଗତବର୍ଷ ଫେବୃଆରୀରୁ ଆରମ୍ଭ ହୋଇଥିବା ଯୁଦ୍ଧ ଦୀର୍ଘ 14 ମାସରୁ ଅଧିକ ହେଲାଣି ଜାରି ରହିଛି । ଋଷ ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଥିବା ବେଳେ ୟୁକ୍ରେନ ମଧ୍ୟ ପଶ୍ଚିମ ଦେଶଙ୍କ ସହାୟତାରେ ଏହାର ଜବାବ ଦେବା ଜାରି ରଖିଛି । ଉଭୟ ପକ୍ଷ ମଧ୍ୟରେ ଏକାଧିକ ପର୍ଯ୍ୟାୟ ପ୍ରତିନିଧିସ୍ତରୀୟ ଆଲୋଚନା ମଧ୍ୟ ହୋଇସାରିଛି । ତଥାପି ଋଷର ପ୍ରଚଣ୍ଡ ଆକ୍ରମଣରେ କୌଣସି ରୋକ ନଲାଗିବା କାରଣରୁ ୟୁକ୍ରେନ ଜାତିସଂଘ ସମେତ ଅନ୍ତର୍ଜାତୀୟ ନ୍ୟାୟ ଅଦାଲତରେ ମଧ୍ୟ ଋଷ ବିରୋଧରେ ଦ୍ବାରସ୍ଥ ହୋଇଛି । ହେଲେ ତମାମ ଅନ୍ତର୍ଜାତୀୟ ଚାପ ଓ କଟକଣାକୁ ଋଷ କିନ୍ତୁ ଭ୍ରକ୍ଷେପ ନକରି ସାମରିକ ଅଭିଯାନ ଜାରି ରଖିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.