ଓଡିଶା ନିର୍ବାଚନ 2024: ତୃତୀୟ ପର୍ଯ୍ୟାୟରେ କେତେ କୋଟିପତି ପ୍ରାର୍ଥୀ ? ସ୍କୁଲ ହତା ମାଡ଼ି ନାହାନ୍ତି 2 ପ୍ରାର୍ଥୀ - ADR Report
Odisha Assembly Elections 2024 Phase 3 ADR Report: ଏଡିଆର ରିପୋର୍ଟ ଅନୁସାରେ, ରାଜ୍ୟର ତୃତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ମୈଦାନକୁ ଓହ୍ଲାଇଥିବା ପ୍ରାର୍ଥୀଙ୍କ 33 ପ୍ରତିଶତ ଅର୍ଥାତ୍ 126 ଜଣ କୋଟିପତି । 100 ଜଣ ଅର୍ଥାତ୍ 26 ପ୍ରତିଶତ ପ୍ରାର୍ଥୀଙ୍କ ନାମରେ ରହିଛି ଅପରାଧିକ ମାମଲା । ଅଧିକ ପଢ଼ନ୍ତୁ

Published : May 18, 2024 at 5:53 PM IST
|Updated : May 18, 2024 at 10:42 PM IST
ଭୁବନେଶ୍ବର: ରାଜ୍ୟରେ 25 ତାରିଖରେ ହେବ ତୃତୀୟ ପର୍ଯ୍ୟାୟ ମତଦାନ । 6 ଲୋକସଭା ଆସନ ଏବଂ ଏହା ଅନ୍ତର୍ଗତ 42ଟି ବିଧାନସଭା ଆସନରେ ହେବ ନିର୍ବାଚନ । ତୃତୀୟ ପର୍ଯ୍ୟାୟ ମତଦାନ ପାଇଁ ଦଳୀୟ ପ୍ରାର୍ଥୀମାନେ ପ୍ରଚାରକୁ ଜୋରଦାର କରିଛନ୍ତି । ତୃତୀୟ ପର୍ଯ୍ୟାୟରେ ବହୁ ହେବିୱେଟଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଜନତା । ସମସ୍ତଙ୍କ ନଜର ଆସନ୍ତା 25 ତାରିଖରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଭୋଟିଂ ଉପରେ । ତେବେ ଏହା ପୂର୍ବରୁ ଏଡିଆର (Association for Democratic Reforms (ADR) ରିପୋର୍ଟରେ ବଡ ଖୁଲାସା ହୋଇଛି ।
ଓଡ଼ିଶାରେ ତୃତୀୟ ପର୍ଯ୍ୟାୟରେ 42ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ 383 ଜଣ ବିଧାୟକ ପ୍ରାର୍ଥୀ ଅଛନ୍ତି । ସେମାନଙ୍କ ମଧ୍ୟରୁ 381 ଜଣ ବିଧାୟକ ପ୍ରାର୍ଥୀଙ୍କ ସତ୍ୟପାଠ ବିଶ୍ଳେଷଣ କରିଛି ADR ଓ ଓଡ଼ିଶା ଇଲେକ୍ସନ ୱାଚ । 381 ପ୍ରାର୍ଥୀଙ୍କ ମଧ୍ୟରୁ 33 ପ୍ରତିଶତ ଅର୍ଥାତ୍ 126 ଜଣ କୋଟିପତି । ଏହି ପର୍ଯ୍ୟାୟରେ ମୈଦାନକୁ ଓହ୍ଲାଇଥିବା କୋଟିପତି ପ୍ରାର୍ଥୀଙ୍କ ହାରାହାରି ସମ୍ପତ୍ତି ପରିମାଣ 3.47 କୋଟି । ତେବେ ବିଜେଡିର ଚମ୍ପୁଆ ନିର୍ବାଚନ ମଣ୍ଡଳୀ ଯୋଦ୍ଧା ସନାତନ ମହାକୁଡ କୋଟିପତି ପ୍ରାର୍ଥୀଙ୍କ ତାଲିକାରେ ପ୍ରଥମ ସ୍ଥାନରେ ରହିଛନ୍ତି । ତାଙ୍କର ସମୁଦାୟ ସମ୍ପତ୍ତିର ମୂଲ୍ୟ ରହିଛି 227 କୋଟି । ତାଙ୍କ ପଛକୁ ରହିଛନ୍ତି ଘଷିପୁରା ନିର୍ବାଚନୀ ମଣ୍ଡଳୀ ସ୍ବାଧୀନ ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକ । ତାଙ୍କର ସମୁଦାୟ ସମ୍ପତ୍ତିର ମୂଲ୍ୟ ରହିଛି 122 କୋଟି । ଏହା ପଛକୁ ତୃତୀୟ ସ୍ଥାନରେ ଅଛନ୍ତି ନୟାଗଡ଼ ନିର୍ବାଚନ ମଣ୍ଡଳୀ ବିଜେପି ବିଧାୟିକା ପ୍ରାର୍ଥିନୀ ପ୍ରତ୍ୟୁଷା ରାଜେଶ୍ବରୀ ସିଂ । ପ୍ରତ୍ୟୁଷାଙ୍କ ମୋଟ ସମ୍ପତ୍ତି 120 କୋଟି ।
ବିଭିନ୍ନ ଦଳର କୋଟିପତି ପ୍ରାର୍ଥୀ:-
ବିଜେଡି: 36 ଜଣ ଅର୍ଥାତ 86 ପ୍ରତିଶତ
କଂଗ୍ରେସ: 29 ଜଣ ଅର୍ଥାତ 69 ପ୍ରତିଶତ
ବିଜେପି: 28 ଜଣ ଅର୍ଥାତ 67 ପ୍ରତିଶତ
ଆପ: 4 ଜଣ ଅର୍ଥାତ 33 ପ୍ରତିଶତ (12 ଜଣ ପ୍ରାର୍ଥୀଙ୍କ ମଧ୍ୟରୁ )
ତୃତୀୟ ପର୍ଯ୍ୟାୟର 10 ଧନୀ ପ୍ରାର୍ଥୀ:-
ସନାତନ ମହାକୁଡ (ବିଜେଡି)- 227 କୋଟିରୁ ଅଧିକ
ସୌମ୍ୟରଞ୍ଜନ ପଟ୍ଟନାୟକ (ସ୍ବାଧୀନ)- 122କୋଟିରୁ ଅଧିକ
ପ୍ରତ୍ୟୁଷା ରାଜେଶ୍ବରୀ ସିଂ (ବିଜେପି)- 120 କୋଟିରୁ ଅଧିକ
ପୂର୍ଣ୍ଣଚନ୍ଦ୍ର ମହାପାତ୍ର (ବିଜେପି)- 39 କୋଟିରୁ ଅଧିକ
ରାମ ପ୍ରସାଦ ହେମ୍ବ୍ରମ (ବିଏସପି)-35 କୋଟିରୁ ଅଧିକ
ଅନୁଭବ ପଟ୍ଟନାୟକ (ସ୍ବାଧୀନ)- 33 କୋଟିରୁ ଅଧିକ
ସୁଧିର କୁମାର ସାମଲ (ବିଜେଡି)-31 କୋଟିରୁ ଅଧିକ
ରଘୁନାଥ ସାହୁ (ବିଜେଡି)- 27 କୋଟିରୁ ଅଧିକ
ସନ୍ତୋଷ କୁମାର ଜେନା (କଂଗ୍ରେସ)- 26 କୋଟିରୁ ଅଧିକ
ପୃଥ୍ବୀବଲ୍ଲଭ ପଟ୍ଟନାୟକ (କଂଗ୍ରେସ)- 24 କୋଟିରୁ ଅଧିକ

ତୃତୀୟ ପର୍ଯ୍ୟାୟର କିଛି ଗରିବ ପ୍ରାର୍ଥୀ:-
କୈଳାଶ ଚନ୍ଦ୍ର ନାୟକ (ସମୃଦ୍ଧ ଓଡ଼ିଶା)- 1 ହଜାର
ସୁକାନ୍ତ ଘଡାଇ ( ସ୍ବାଧୀନ) - 2 ହଜାର
ଗୋପିନାଥ ନାୟକ (ସିପିଆଇ)- 2 ହଜାର
କୈଳାଶ ଚନ୍ଦ୍ର ପ୍ରଧାନ (ସ୍ବାଧୀନ)-3ହଜାର
ଧନେଶ୍ବର ମୁଣ୍ଡାରୀ (ମାନସ ଲୋକଶକ୍ତି ଦଳ)- 4 ହଜାର
ପ୍ରସାଦ କୁମାର ନାୟକ(ଜନତା ଦରବାର ପାର୍ଟି)- 5ହଜାର
ଦେବକୀ ନନ୍ଦନ ଦାସ (ସ୍ବାଧୀନ)- 7 ହଜାର

ନଜର ପକାନ୍ତୁ ପ୍ରାର୍ଥୀଙ୍କ ଅପରାଧିକ ପୃଷ୍ଠଭୂମି ଉପରେ:-
381 ପ୍ରାର୍ଥୀଙ୍କ ମଧ୍ୟରୁ 100 ଜଣ ଅର୍ଥାତ୍ 26 ପ୍ରତିଶତ ପ୍ରାର୍ଥୀଙ୍କ ନାମରେ ରହିଛି ଅପରାଧିକ ମାମଲା
86 ଜଣ ଅର୍ଥାତ୍ 23 ପ୍ରତିଶତ ପ୍ରାର୍ଥୀଙ୍କ ନାମରେ ରହିଛି ସଙ୍ଗୀନ ଅପରାଧିକ ମାମଲା
4 ପ୍ରାର୍ଥୀଙ୍କ ନାମରେ ହତ୍ୟା ମାମଲା (IPC Section -302)
26 ପ୍ରାର୍ଥୀଙ୍କ ନାମରେ ହତ୍ୟା ଉଦ୍ୟମ ମାମଲା (IPC Section 307) )
28 ପ୍ରାର୍ଥୀଙ୍କ ନାମରେ ମହିଳା ବିରୋଧୀ ଅପରାଧ (28 ପ୍ରାର୍ଥୀଙ୍କ ମଧ୍ୟରୁ IPC Section376 ଧାରାରେ 2ଜଣଙ୍କନ ବିରୋଧରେ ଦୁଷ୍କର୍ମ ମାମଲା ରହିଛି )

- ସବୁଠାରୁ ଅଧିକ ମାମଲା ବେଜିପି ପ୍ରାର୍ଥୀଙ୍କ ନାମରେ ରହିଛି ଅର୍ଥାତ ୪୨ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୨୬ ଜଣଙ୍କ ନାଁରେ ଅପରାଧିକ ମାମଲା ରହିଛି । ସେହିପରି କଂଗ୍ରେସର ୧୫ ଜଣ ବିଜେଡିର ୧୫ ଜଣ ଓ ସିପିଆଇଏମର ୨ ଜଣକ ନାଁରେ ଅପରାଧିକ ମାମଲା ରହିଛି । ଚଳିତ ନିର୍ବାଚନରେ ଅପରାଧିକ ପୃଷ୍ଠଭୂମି ଥିବା ଲୋକଙ୍କୁ ସବୁଠୁ ଅଧିକା ପ୍ରାଥୀତ୍ୱ ମିଳିଛି ବୋଲି ଦର୍ଶାଉଛି ଏଡିଆର ରିପୋର୍ଟ ।ତୃତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ((ADR) ETV Bharat Odisha)
ଶିକ୍ଷାଗତ ଯୋଗ୍ୟତା:
155 ଜଣ ଅର୍ଥାତ 41 ପ୍ରତିଶତ ପ୍ରାର୍ଥୀ 5ରୁ ଦ୍ବାଦଶ ପାସ୍
210 ଜଣ ଅର୍ଥାତ୍ 55 ପ୍ରତିଶତ ପ୍ରାର୍ଥୀ ଗ୍ରାଜୁଏଟ୍
12 ପ୍ରାର୍ଥୀ ଡିପ୍ଲୋମା ପାସ୍
୨ ଜଣ ପ୍ରାର୍ଥୀ ପଞ୍ଚମ ବି ପାସ କରି ନାହାନ୍ତି ।
୨ ଜଣ ପ୍ରାର୍ଥୀ ଅଶିକ୍ଷିତ
ପ୍ରାର୍ଥୀଙ୍କ ବୟସ:
94 ଜଣ ଅର୍ଥାତ୍ 25 ପ୍ରତିଶତ ପ୍ରାର୍ଥୀଙ୍କ ବୟସ ରହିଛି 25ରୁ 40
226 ଜଣ ଅର୍ଥାତ୍ 55 ପ୍ରତିଶତ ପ୍ରାର୍ଥୀଙ୍କ ବୟସ ରହିଛି 41ରୁ 60
60 ଜଣ ଅର୍ଥାତ୍ 16 ପ୍ରତିଶତ ପ୍ରାର୍ଥୀଙ୍କ ବୟସ ରହିଛି 61ରୁ 80
ଜଣେ ପ୍ରାର୍ଥୀଙ୍କ ବୟସ 83 ବର୍ଷ ରହିଛି
ତେବେ ତୃତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନରେ 44 ଜଣ ଅର୍ଥାତ୍ 12 ପ୍ରତିଶତ ମହିଳା ମୈଦାନରେ ଭାଗ୍ୟ ପରୀକ୍ଷା କରୁଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର

