ETV Bharat / international

ପାକିସ୍ତାନର ପାଲଟା ଜବାବ, ଇରାନର ଆତଙ୍କୀ ଠିକଣା ଉପରେ ଏୟାର ଷ୍ଟ୍ରାଇକରେ 9 ମୃତ

author img

By ETV Bharat Odisha Team

Published : Jan 18, 2024, 8:59 AM IST

Updated : Jan 19, 2024, 6:52 AM IST

Pakistan-Iran Conflict: ଇରାନ ଆକ୍ରମଣର ଜବାବ ଦେଲା ପାକିସ୍ତାନ । ଇରାନରେ ଏୟାର ଷ୍ଟ୍ରାଇକ କଲା ପାକିସ୍ତାନ । ଅଧିକ ପଢନ୍ତୁ

ଇରାନରେ ପାକିସ୍ତାନର ଏୟାର ଷ୍ଟ୍ରାଇକ
Pakistan hits targets in Iran

ତେହରାନ: ବାଲୁଚିସ୍ତାନରେ ଇରାନ ମିସାଇଲ ମାଡ଼ କରିବା ପରେ ଏବେ ପ୍ରତିଆକ୍ରମଣ କରିଛି ପାକିସ୍ତାନ । ଇରାନରେ ଥିବା ଆତଙ୍କବାଦୀ ଠିକଣା ଉପରେ ପାକିସ୍ତାନ ଏୟାର ଷ୍ଟ୍ରାଇକ କରିଛି । ଏନେଇ ଏକାଧିକ ଗଣମାଧ୍ୟମରେ ଖବର ପ୍ରସାରିତ ହେଉଛି । ପାକ୍‌ର ବାଲୁଚିସ୍ତାନରେ ସୁନ୍ନି ଆତଙ୍କୀ ଗୋଷ୍ଠୀକୁ ଟାର୍ଗେଟ କରି ଇରାନ କରିଥିବା ଆକ୍ରମଣର ଗୋଟିଏ ଦିନ ପରେ ଏପରି ଘଟଣା ସାମ୍ନାକୁ ଆସିଛି । ଇରାନର ଆକ୍ରମଣକୁ ବେଆଇନ କହି ଏହାର ଜବାବ ଦିଆଯାଇଛି ବୋଲି ପାକିସ୍ତାନ ଦାବି କରିଛି । ଏହି ଆକ୍ରମଣରେ 4 ଶିଶୁ ଓ 3ମହିଳାଙ୍କ ସମେତ 9 ଜଣଙ୍କର ମୃତ୍ୟୁ ହୋଇଛି ବୋଲି କୁହାଯାଉଛି । ଆତଙ୍କବାଦୀ ନିପାତ ହୋଇଥିବା ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ ଦାବି କରିଛି ।

ଏହା ମଧ୍ୟ ପଢନ୍ତୁ-ପାକିସ୍ତାନରେ ମିସାଇଲ ମାଡ଼ କଲା ଇରାନ, ୨ ମୃତ

ଗତ ମଙ୍ଗଳବାର ରାତିରେ ପାକିସ୍ତାନର ବାଲୁଚିସ୍ତାନରେ ସ୍ଥିତ ଆତଙ୍କବାଦୀ ସଂଗଠନ ଜୈସ୍-ଅଲ-ଆଦଲ କ୍ୟାମ୍ପରେ ଇରାନ ଏୟାର ଷ୍ଟ୍ରାଇକ କରିଥିଲା । ଇରାନର କ୍ଷେପଣାସ୍ତ୍ର ଓ ଡ୍ରୋନ୍ ଆକ୍ରମଣରେ 2 ଶିଶୁଙ୍କ ମୃତ୍ୟୁ ହୋଇଥିବା ବେଳେ 3 ଜଣ ଆହତ ହୋଇଥିଲେ । ଏହି ଆକ୍ରମଣ ପରେ ପାକିସ୍ତାନ ଓ ଇରାନ ମଧ୍ୟରେ ତିକ୍ତତା ବଢିଛି । ଏଥିପାଇଁ ଇରାନକୁ ସାଙ୍ଘାତିକ ପରିଣାମର ସମ୍ମୁଖୀନ ହେବାକୁ ପଡିବ ବୋଲି ପାକ୍ ଚେତାବନୀ ଦେଇଥିବା ବେଳେ ଆକ୍ରମଣର ଗୋଟିଏ ଦିନ ପରେ ଇରାନରେ ଏୟାର ଷ୍ଟ୍ରାଇକ କରିଛି ।

ଏହା ମଧ୍ୟ ପଢନ୍ତୁ-ପାକିସ୍ତାନରେ ଏୟାର ଷ୍ଟ୍ରାଇକ: ଆତ୍ମରକ୍ଷା ଦୃଷ୍ଟିରୁ ଇରାନ ଆକ୍ରମଣ କରିଛି କହିଲା ଭାରତ

ପାକିସ୍ତାନ ସରକାର ଏହି ଆକ୍ରମଣକୁ ଦେଶର ସାର୍ବଭୌମତ୍ୱ ଓ ଆକାଶ ମାର୍ଗର ଉଲ୍ଲଂଘନ ବୋଲି କହିଛି । ଏହା ଅନ୍ତର୍ଜାତୀୟ ଆଇନ ଏବଂ ମିଳିତ ଜାତିସଂଘ ଚାର୍ଟରର ନୀତିର ଉଲ୍ଲଂଘନ ଅଟେ । ବାଲୁଚିସ୍ତାନରେ ଏୟାର ଷ୍ଟ୍ରାଇକ ପରେ ଇରାନରେ ଥିବା ନିଜ ରାଷ୍ଟ୍ରଦୂତକୁ ଫେରାଇ ଆଣିଛି ପାକିସ୍ତାନ । ସେହିପରି ପାକିସ୍ତାନ ମଧ୍ୟ ଇରାନ ରାଷ୍ଟ୍ରଦୂତଙ୍କୁ ବହିଷ୍କାର କରିଛି । ଅନ୍ୟପଟେ ବାଲୁଚିସ୍ତାନରେ ଇରାନର ଆକ୍ରମଣକୁ ତେହରାନରେ ଥିବା ବୈଦେଶିକ ମନ୍ତ୍ରଣାଳୟ ସ୍ବୀକାର କରିଛି । ଏହି ଆକ୍ରମଣ ଜୈସ୍-ଅଲ-ଆଦଲ ଉଦ୍ଦେଶ୍ୟରେ ହୋଇଛି ବୋଲି ଇରାନ କହିଛି । ଜୈସ୍-ଅଲ-ଆଦଲ “ଆର୍ମି ଅଫ୍ ଜଷ୍ଟିସ୍” ହେଉଛି ଏକ ସୁନ୍ନି ଆତଙ୍କବାଦୀ ଗୋଷ୍ଠୀ । 2012ରେ ଇରାନ ଏହାକୁ ଆତଙ୍କୀ ସଂଗଠନ ଭାବେ ଘୋଷଣା କରିଥିଲା । ଏହି ଆତଙ୍କୀ ଗୋଷ୍ଠୀ ଇରାନର ଦକ୍ଷିଣ-ପୂର୍ବ ସିସ୍ତାନ-ବାଲୁଚିସ୍ତାନ ପ୍ରଦେଶରେ ସକ୍ରିୟ ରହିଛି ।

ଏହି ଘଟଣାରେ ବୁଧବାର ଭାରତ ମଧ୍ୟ ପ୍ରତିକ୍ରିୟା ରଖିଥିଲା । ବିଦେଶ ବ୍ୟାପାର ପ୍ରବକ୍ତା ରଣଧୀର ଜୈଶଓ୍ବାଲ ବୁଧବାର ଏକ ପ୍ରେସରିଲିଜ ଜାରି କରି ଏହି ମାମଲାରେ ଭାରତର ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ । ଇରାନର ଏହି ଆକ୍ରମଣ ଆତ୍ମରକ୍ଷା ଦୃଷ୍ଟିକୋଣରୁ ବିଚାର କରାଯାଉଥିବା ସ୍ପଷ୍ଟ କରିଥିଲା ବିଦେଶ ମନ୍ତ୍ରଣାଳୟ ।

Last Updated :Jan 19, 2024, 6:52 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.