ETV Bharat / bharat

ପାକିସ୍ତାନରେ ଏୟାର ଷ୍ଟ୍ରାଇକ: ଆତ୍ମରକ୍ଷା ଦୃଷ୍ଟିରୁ ଇରାନ ଆକ୍ରମଣ କରିଛି କହିଲା ଭାରତ

author img

By ETV Bharat Odisha Team

Published : Jan 18, 2024, 6:52 AM IST

Updated : Jan 18, 2024, 8:50 AM IST

India On Iran Strikes In Pak: ଆକ୍ରମଣକୁ ଇରାନର ଆତ୍ମରକ୍ଷା ଦୃଷ୍ଟିରୁ ବିଚାର କରୁଛି ଭାରତ । ବିଦେଶ ମନ୍ତ୍ରଣାଳୟ ପ୍ରେସରିଲିଜ ଜାରି କଲା ସ୍ପଷ୍ଟ କଲା ଆଭିମୁଖ୍ୟ । ଅଧିକ ପଢନ୍ତୁ

ପାକିସ୍ତାନ ଉପରେ ଇରାନର ଏୟାର ଷ୍ଟ୍ରାଇକ: ଆକ୍ରମଣକୁ ଇରାନର ଆତ୍ମରକ୍ଷା ଦୃଷ୍ଟିରୁ ବିଚାର କରୁଛି ଭାରତ
ପାକିସ୍ତାନ ଉପରେ ଇରାନର ଏୟାର ଷ୍ଟ୍ରାଇକ: ଆକ୍ରମଣକୁ ଇରାନର ଆତ୍ମରକ୍ଷା ଦୃଷ୍ଟିରୁ ବିଚାର କରୁଛି ଭାରତ

ନୂଆଦିଲ୍ଲୀ: ମଙ୍ଗଳବାର ରାତିରେ ପାକିସ୍ତାନର ବାଲୁଚିସ୍ତାନରେ ଆତଙ୍କବାଦୀ ସଂଗଠନ ଜୈସ୍-ଅଲ-ଆଦଲ କ୍ୟାମ୍ପରେ ଇରାନ ଏୟାର ଷ୍ଟ୍ରାଇକ କରିଛି । ଏହାପରେ ପାକିସ୍ତାନ ଏବଂ ଇରାନ ମଧ୍ୟରେ ଉତ୍ତେଜନା ଦେଖାଦେଇଛି । ଇରାନର କ୍ଷେପଣାସ୍ତ୍ର ଓ ଡ୍ରୋନ୍ ଆକ୍ରମଣରେ 2 ଶିଶୁଙ୍କ ମୃତ୍ୟୁ ହୋଇଥିବା ପାକିସ୍ତାନ ନିଶ୍ଚିତ କରିଛି । ଏଥିସହ 3 ଜଣ ଆହତ ହୋଇଥିବା କୁହାଯାଉଛି । ଏହି ଆକ୍ରମଣ ପରେ ପାକିସ୍ତାନ କହିଛି ଯେ ଏଥିପାଇଁ ଇରାନକୁ ସାଙ୍ଘାତିକ ପରିଣାମର ସମ୍ମୁଖୀନ ହେବାକୁ ପଡିବ ।

ବର୍ତ୍ତମାନ ଭାରତ ମଧ୍ୟ ଏହି ଘଟଣାରେ ପ୍ରତିକ୍ରିୟା ରଖିଛି । ଏହି ଘଟଣା ଇରାନ ଓ ପାକିସ୍ତାନ ମଧ୍ୟରେ ମାମଲା । ଭାରତ ଏହା ଉପରେ ତୀକ୍ଷ୍ଣ ନଜର ରଖିଛି । ହେଲେ ଭାରତ ଆତଙ୍କବାଦ ପ୍ରତି ଶୂନ୍ୟ ସହନଶୀଳ ନୀତି ଗ୍ରହଣ କରିଆସିଛି । ତେଣୁ ଇରାନର ଏହି ଆକ୍ରମଣକୁ ଇରାନର ଆତ୍ମରକ୍ଷା ଦୃଷ୍ଟିକୋଣରୁ ବିଚାର କରାଯାଉଥିବା ସ୍ପଷ୍ଟ କରିଛି ବିଦେଶ ମନ୍ତ୍ରଣାଳୟ । ବିଦେଶ ବ୍ୟାପାର ପ୍ରବକ୍ତା ରଣଧୀର ଜୈଶଓ୍ବାଲ ବୁଧବାର ଏକ ପ୍ରେସରିଲିଜ ଜାରି କରି ଏହି ମାମଲାରେ ଭାରତର ଆଭିମୁଖ୍ୟ ସ୍ପଷ୍ଚ କରିଛନ୍ତି । ପ୍ରେସରିଲିଜକୁ ଜୈଶଓ୍ବାଲ ମଧ୍ୟ ନିଜ ଏକ୍ସ ହ୍ୟାଣ୍ଡେଲରେ ଟ୍ବିଟ୍ କରିଛନ୍ତି । ତେବେ ଏବେ ଭାରତ ଏହି ଘଟଣାରେ ଭାରସାମ୍ୟ ରକ୍ଷା କରି ଇରାନର ପକ୍ଷ ନେଇଛି ।

ଏହା ମଧ୍ୟ ପଢନ୍ତୁ:-ପାକିସ୍ତାନରେ ମିସାଇଲ ମାଡ଼ କଲା ଇରାନ, ୨ ମୃତ

ରିପୋର୍ଟ ଅନୁସାରେ, ମଙ୍ଗଳବାର ରାତିରେ ପାକିସ୍ତାନର ବାଲୁଚିସ୍ତାନ ଅଞ୍ଚଳରେ ଇରାନ ଡ୍ରୋନ ଓ ମିସାଇଲ ମାଡ଼ କରିଥିଲା । ବାଲୁଚିସ୍ତାନରେ ଜୈସ୍ ଅଲ-ଅଦଲର ଅନ୍ୟତମ ସର୍ବବୃହତ ମୁଖ୍ୟାଳୟ ରହିଛି । ୨୦୧୨ରେ ଇରାନ ଜୈସ୍ ଅଲ-ଅଦଲକୁ ଆତଙ୍କୀ ସଂଗଠନ ଭାବେ ନାମିତ କରିଥିଲା । ଯାହାକି ସୁନ୍ନି ଆତଙ୍କୀ ଗୋଷ୍ଠୀ ହୋଇଥିବା ବେଳେ ଇରାନର ଦକ୍ଷିଣ-ପୂର୍ବ ସିସ୍ତାନ ବାଲୁଚିସ୍ତାନ ପ୍ରଦେଶରେ ସକ୍ରିୟ ରହିଛି । ଅନେକ ବର୍ଷ ଧରି ଏହି ଆତଙ୍କୀ ଗୋଷ୍ଠୀ ଇରାନ ସୁରକ୍ଷା ବାହିନୀ ଉପରେ ଆକ୍ରମଣ କରିଆସୁଥିବାର ଅଭିଯୋଗ ରହିଛି ।

ଗତ ଡିସେମ୍ବରରେ ସିସ୍ତାନ-ବାଲୁଚିସ୍ତାନର ଏକ ପୋଲିସ ଷ୍ଟେସନ ଉପରେ ଭୟାନକ ଆକ୍ରମଣ ହୋଇଥିଲା । ଏଥିରେ ୧୧ ଜଣେ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଆକ୍ରମଣ ପାଇଁ ଜୈସ ଅଲ-ଅଦଲ ନିଜକୁ ଦାୟୀ କରିଥିଲା । ସିସ୍ତାନ-ବାରୁଚିସ୍ତାନ ଆଫଗାନିସ୍ତାନ ଓ ପାକିସ୍ତାନ ସୀମାକୁ ଲାଗି ରହିଛି । ଯେଉଁ କାରଣରୁ ଏଠାରେ ବାରମ୍ବାର ଇରାନ ସୁରକ୍ଷା ବାହିନୀ ଏବଂ ସୁନ୍ନି ଆତଙ୍କବାଦୀ ମଧ୍ୟରେ ପ୍ରାୟତଃ ସଂଘର୍ଷ ଦେଖିବାକୁ ମିଳେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 18, 2024, 8:50 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.