ETV Bharat / international

Nepal Presidential Election: ଆଜି ନେପାଳରେ ରାଷ୍ଟ୍ରପତି ନିର୍ବାଚନ, ସନ୍ଧ୍ୟା ସୁଦ୍ଧା ଆସିବ ଫଳାଫଳ

author img

By

Published : Mar 9, 2023, 9:30 AM IST

Nepal Presidential Election
Nepal Presidential Election

ଆଜି ନେପାଳରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ । ସକାଳ ୧୦ରୁ ମତଦାନ ଆରମ୍ଭ ହୋଇ ୭ଟାରେ ଫଳାଫଳ ପ୍ରକାଶ ପାଇବ । ଅଧିକ ପଢନ୍ତୁ

କାଠମାଣ୍ଡୁ: ଆଜି ନେପାଳରେ ରାଷ୍ଟ୍ରପତି ନିର୍ବାଚନ । ଦେଶକୁ ମିଳିବ ନୂଆ ରାଷ୍ଟ୍ରପତି । ରାଷ୍ଟ୍ରପତି ପଦ ପାଇଁ ନେପାଳରେ ଆଜି ସକାଳ ୧୦ଟାରୁ ମତଦାନ ଆରମ୍ଭ ହେବ । ଅପରାହ୍ନରେ ଭୋଟ ଗଣନା ହୋଇ ସନ୍ଧ୍ୟା ୭ଟା ସମୟରେ ଫଳାଫଳ ପ୍ରକାଶ ପାଇବ । ନେପାଳ କଂଗ୍ରେସର ବରିଷ୍ଠ ନେତା ରାମଚନ୍ଦ୍ର ପଉଡେଲ ଓ ସିପିଏନ-ୟୁଏମଏଲ ନେତା ସୁବାଷ ଚନ୍ଦ୍ର ନେମବାଙ୍ଗ ରାଷ୍ଟ୍ରପତି ପଦ ପାଇଁ ପ୍ରତିଦ୍ବନ୍ଦିତା କରୁଛନ୍ତି । ତେବେ ୮ଟି ଦଳର ସମର୍ଥନ ଥିବାରୁ ପୌଡେଲ ରାଷ୍ଟ୍ରପତି ନିର୍ବାଚିତ ହେବା ଏକ ପ୍ରକାର ନିଶ୍ଚିତ ବୋଲି କୁହାଯାଉଛି ।

ଏହାମଧ୍ୟ ପଢନ୍ତୁ: ବିମାନର ଶୌଚାଳୟରେ ଧୂମପାନ କରି ମହିଳା ଯାତ୍ରୀ ଅଟକ

ନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ନେପାଳ ନିର୍ବାଚନ କମିଶନ କହିଛନ୍ତି । ରାଷ୍ଟ୍ରପତି ନିର୍ବାଚନରେ ହାଉସ ଅଫ୍ ରିପ୍ରେଜେନଟେଟିଭ ଦୁଇ ପୂର୍ବତନ ବାଚସ୍ପତିଙ୍କ ମଧ୍ୟରେ ମୁକାବିଲା ହେଉଛି । ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ପ୍ରଚଣ୍ଡଙ୍କ ନେତୃତ୍ବାଧୀନ ମେଣ୍ଟ ସରକାର ୭୮ ବର୍ଷୀୟ ପୌଡେଲଙ୍କୁ ସମର୍ଥନ କରୁଥିବାବେଳେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ କେପି ଶର୍ମାଙ୍କ ସିପିଏନ-ୟୁଏମଏଲ ପାର୍ଟି ୬୯ ବର୍ଷୀୟ ନେମବାଙ୍ଗଙ୍କୁ ପ୍ରାର୍ଥୀ କରିଛି । ଗତ ମାସରେ ଉଭୟ ନିଜର ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ରାଷ୍ଟ୍ରପତି ନିର୍ବାଚନ ପାଇଁ ଆଜି ଦିନ ୧୦ଟାରୁ ମତଦାନ ଆରମ୍ଭ ହୋଇ ଅପରାହ୍ନ ୩ଟା ଯାଏଁ ଚାଲିବ । ଅପରାହ୍ନ ୪ଟାରୁ ମତଗଣନା ଆରମ୍ଭ ହେବ । ଏହାପରେ ସନ୍ଧ୍ୟା ୭ଟାରେ କିଏ ନିର୍ବାଚନ ଜିତିଲା ତାହାର ଘୋଷଣା କରାଯିବ ।

ଏହାମଧ୍ୟ ପଢନ୍ତୁ: ନେପାଳ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଗଣହତ୍ୟା ମାମଲା, 9ରେ ଶୁଣାଣି

ପାର୍ଲାମେଣ୍ଟ ଗୃହରେ ଭୋଟିଂ ପାଇଁ ସବୁ ପ୍ରକାର ବନ୍ଦୋବସ୍ତ ସରିଛି । ମତଦାନ ଲାଗି ଦୁଇଟି ପୋଲିଂ ଷ୍ଟେସନ କରାଯାଇଛି । ମୋଟ ୮୮୪ ଜଣ ସଦସ୍ୟ ରାଷ୍ଟ୍ରପତି ନିର୍ବାଚନ ପାଇଁ ନିଜର ମତସାବ୍ୟସ୍ତ କରିବେ । ତେବେ ୮ଟି ଦଳର ସମର୍ଥନ ଥିବା ରାମଚନ୍ଦ୍ର ପୌଡେଲ ବିଜୟୀ ହୋଇପାରନ୍ତି ବୋଲି ଅନୁମାନ କରାଯାଉଛି । ଆସନ୍ତା ୧୨ ତାରିଖରେ ବର୍ତ୍ତମାନ ରାଷ୍ଟ୍ରପତି ଥିବା ବିଦ୍ୟା ଦେବୀ ଭଣ୍ଡାରୀଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି । ତେଣୁ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ପାଇଁ ଆଜି ନିର୍ବାଚନ ଅନୁଷ୍ଠିତ ହେଉଛି । ବିଦ୍ୟା ଦେବୀ ନେପାଳ କମ୍ୟୁନିଷ୍ଟ ପାର୍ଟିର ନେତା ଅଟନ୍ତି ।

ଏହାମଧ୍ୟ ପଢନ୍ତୁ: ରଙ୍ଗ ଲଗାଇବାରୁ ସାଙ୍ଗକୁ ପେଟ୍ରୋଲ ଢାଳି ଜାଳିଦେଲା ଆଉ ଜଣେ ସାଙ୍ଗ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.