ETV Bharat / bharat

ବିମାନର ଶୌଚାଳୟରେ ଧୂମପାନ କରି ମହିଳା ଯାତ୍ରୀ ଅଟକ

author img

By

Published : Mar 9, 2023, 6:40 AM IST

ଏକ ବିମାନ ବାଙ୍ଗାଲୋରର କେମ୍ପେଗୋଡା ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିବାର 30 ମିନିଟ ପୂର୍ବରୁ ଶୌଚାଳୟରେ ଧୂମପାନ କଲେ ମହିଳା । କୋଲକାତାରୁ ବେଙ୍ଗାଲୁରୁ ଆସୁଥିଲା ବିମାନ । ଅଧିକ ପଢନ୍ତୁ

ବିମାନର ଶୌଚାଳୟରେ ଧୁମପାନ କରି ମହିଳା ଯାତ୍ରୀ ଅଟକ
ବିମାନର ଶୌଚାଳୟରେ ଧୁମପାନ କରି ମହିଳା ଯାତ୍ରୀ ଅଟକ

ବେଙ୍ଗାଲୁରୁ: ଇଣ୍ଡିଗୋ ବିମାନର ଶୌଚାଳୟରେ ସିଗାରେଟ ପାନ କରି ମହିଳା ଯାତ୍ରୀଙ୍କୁ ଅଟକ ରଖାଯାଇଛି । ବେଙ୍ଗାଲୁର କେମ୍ପେଗୌଡା ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଇଣ୍ଡିଗୋ ବିମାନରେ ଏପରି କରିଥିବା ସମ୍ପୃକ୍ତ ମହିଳା ଯାତ୍ରୀଙ୍କି ଅଟକ ରଖି ଜେରା କରାଯାଉଛି । ମହିଳା ଯାତ୍ରୀ 24 ବର୍ଷୀୟା ମହିଳାଙ୍କୁ ଗିରଫ କରାଯାଇଥିଲା । କୋଲକାତା-ବାଙ୍ଗାଲୋର ଆସିଥିବା ଇଣ୍ଡିଗୋ ବିମାନର ୱାଶରୁମରେ ମହିଳାଜଣଙ୍କ ଧୂମପାନ କରିଥିବା ଜଣାପଡିଛି । ବିମାନ କର୍ମଚାରୀମାନେ ଏହା ଜାଣିବା ପରେ ସମ୍ପୃକ୍ତ ମହିଳା ଯାତ୍ରୀଙ୍କୁ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରିଥିଲେ ।

ମିଳିଥିବା ସୂଚନା ଅନୁସାରେ କୋଲକାତାରୁ ବେଙ୍ଗାଲୁରୁ ଆସିଥିବା ଇଣ୍ଡିଗୋ ଫ୍ଲାଇଟ୍ 6E-716 ରେ ଏହି ଘଟଣା ଘଟିଛି । ବିମାନଟି ବାଙ୍ଗାଲୋରର କେମ୍ପେଗୋଡା ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିବାର 30 ମିନିଟ ପୂର୍ବରୁ ଘଟିଥିଲା। କୌଣସି ସୂତ୍ରରୁ ସୂଚନା ମିଳିବା ପରେ ତୁରନ୍ତ ଶୌଚାଳୟ ଯାଞ୍ଚ କରିଥିଲେ ବିମାନ କର୍ମଚାରୀ । ତେବେ ଏଥିରେ ମହିଳାଜଣଙ୍କ ଧୂପପାନ କରିଥିବା ଜଣାପଡିଥିଲା । ବିମାନଟି ଅବତରଣ କରିବାର ପ୍ରାୟ 30 ମିନିଟ ପୂର୍ବରୁ ମଝି ଆକାଶରେ ଏହି ଘଟଣା ଘଟିଥିଲା ।

ବିମାନ ଅବତରଣ କରିବା ମାତ୍ରେ କର୍ମଚାରୀମାନେ ବିମାନ ବନ୍ଦରର ସୁରକ୍ଷା ପାଇଁ ଚକ୍ରବର୍ତ୍ତୀଙ୍କୁ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରିଥିଲେ । ଅନ୍ୟମାନଙ୍କ ଜୀବନ ତଥା ବ୍ୟକ୍ତିଗତ ସୁରକ୍ଷା ପ୍ରତି ବିପଦ ଥିବା ଅଭିଯୋଗରେ ଅଭିଯୁକ୍ତଙ୍କ ବିରୋଧରେ ମାମଲା ଦାୟର କରାଯାଇଛି । କେମ୍ପେଗୌଡା ଅନ୍ତର୍ଜାତୀୟ ବିମାନବନ୍ଦର ପୋଲିସ ଅଭିଯୁକ୍ତକୁ ଗିରଫ କରି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ଆରମ୍ଭ କରିଛି ।

ବିମାନରେ ଧୂପପାନ କରିବା ନେଇ ସମ୍ପୂର୍ଣ୍ଣ ନିଷେଧାଦେଶ ରହିଛି । ଏପରି କରୁଥିବା ଯାତ୍ରୀଙ୍କ ପ୍ରତି ଦଣ୍ଡବିଧାନର ବ୍ୟବସ୍ଥା ମଧ୍ୟ ରହିଛି । ଅନ୍ୟପଟେ ନିକଟରେ ଏକାଧିକ ବିମାନରେ ଯାତ୍ରୀଙ୍କ ପରିସ୍ରା କରିବା ପରି ଘଟଣା ସାମ୍ନାକୁ ଆସିବା ପରେ କୌଣସି ଯାତ୍ରୀଙ୍କର ଏପରି ଅସ୍ବାଭାବିକ ବ୍ୟବହାରକୁ ବରଦାସ୍ତ ନକରିବା ସହ ତୁରନ୍ତ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କୁ ଜଣାଇବା ପାଇଁ ଉଡାଣ ନିର୍ଦ୍ଦେଶାଳୟ ସମସ୍ତ ଏୟାରଲାଇନ୍ସକୁ ନିର୍ଦ୍ଦେଶ ଦେଇଥିଲା । ଆଜି ମହିଳା ଯାତ୍ରୀଙ୍କୁ ଧୂପପାନ କରିବା ଜଣାପଡିବା ପରେ ତାଙ୍କୁ ତୁରନ୍ତ ବିମାନ ବନ୍ଦର ପ୍ରଧିକାରଣକୁ ହସ୍ତାନ୍ତର କରାଯାଇଥିଲା । ତଦନ୍ତ ଆଧାରରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ବିମାନ ବନ୍ଦର ପୋଲିସ ସୂଚନା ଦେଇଛି । ନିକଟରେ ଆମେରିକାରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆ ବିମାନରେ ଜଣେ ପୁରୁଷ ଯାତ୍ରୀ ମହିଳା ଯାତ୍ରୀଙ୍କ ଉପରେ ପରିସ୍ରା କରିବା ଘଟଣା ସାରା ଦେଶରେ ଚର୍ଚ୍ଚା ସୃଷ୍ଟି କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.