ETV Bharat / bharat

ରଙ୍ଗ ଲଗାଇବାରୁ ସାଙ୍ଗକୁ ପେଟ୍ରୋଲ ଢାଳି ଜାଳିଦେଲା ଆଉ ଜଣେ ସାଙ୍ଗ

author img

By

Published : Mar 9, 2023, 8:41 AM IST

ହୋଲିରେ ସାଙ୍ଗକୁ ଜାଳିଦେଲା ଆଉ ଜଣେ ସାଙ୍ଗ
ହୋଲିରେ ସାଙ୍ଗକୁ ଜାଳିଦେଲା ଆଉ ଜଣେ ସାଙ୍ଗ

ଦେହରେ ରଙ୍ଗ ବୋଳିବାରୁ ସାଙ୍ଗକୁ ପେଟ୍ରୋଲ ପକାଇ ଜାଳିଦେଲା ଅନ୍ୟ ଜଣେ ସାଙ୍ଗ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ହୋଲିରେ ରଙ୍ଗଖେଳକୁ ନେଇ ଅମାନୁଷିକ କାଣ୍ଡ । ଦେହରେ ରଙ୍ଗ ବୋଳିବାରୁ ସାଙ୍ଗକୁ ପେଟ୍ରୋଲ ପକାଇ ଜାଳିଦେଲା ଅନ୍ୟ ଜଣେ ସାଙ୍ଗ । ହୋଲି ଉତ୍ସବ ପାଳନ ସମୟରେ ତେଲେଙ୍ଗାନାର ମେଡକ ଜିଲ୍ଲାରେ ରଙ୍ଗ ଲଗାଇବାକୁ କେନ୍ଦ୍ରକରି ଏଭଳି ବର୍ବର କାଣ୍ଡ ଘଟିଛି । ପୀଡିତଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କ ଶରୀରର ପ୍ରାୟ ୪୦ ଭାଗ ପୋଡିଯାଇଛି । ଏନେଇ ଅଭିଯୋଗ ପରେ ପୋଲିସ ଅଭିଯୁକ ସାଙ୍ଗକୁ ଗିରଫ କରିଛି ।

ସୂଚନା ମୁତାବକ, ମେଡକ ଜିଲ୍ଲାର ମାରପଲ୍ଲୀ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି । ପୀଡିତଙ୍କ ନାମ ଅମ୍ବାଦାସ ଓ ସେ ଜଣେ ଶ୍ରମିକ ଅଟନ୍ତି । ମଙ୍ଗଳବାର ଅମ୍ବାଦାସ ଓ ତାଙ୍କର ସାଙ୍ଗ ଶାବିର ହୋଲି ଖେଳୁଥିଲେ । ହେଲେ ଦେହରେ ରଙ୍ଗ ନ ବୋଳିବାକୁ ଶାବିର ସାଙ୍ଗକୁ କହିଥିଲେ । ଅମ୍ବାଦାସ ନମାନିବାରୁ ସେ ତାଙ୍କୁ ଚେତାବନୀ ମଧ୍ୟ ଦେଇଥିଲେ । ଏହାପରେ ବି ଅମ୍ବାଦାସ ଶାବିରଙ୍କ ଦେହରେ ରଙ୍ଗ ଲଗାଇ ଥିଲେ । ଏଥିରେ ରାଗି ଯାଇ ଶାବିର ତାଙ୍କୁ ଗାଳିଗୁଲଜ କରିଥିଲେ ।

ଏହାମଧ୍ୟ ପଢନ୍ତୁ: ଦୁଷ୍କର୍ମର ଶିକାର ହୋଇ ଶିଶୁକୁ ଜନ୍ମ ଦେଲେ ନାବାଳିକା, ନବଜାତକର ଗଳା କାଟି ଦେଲେ ପୀଡିତାଙ୍କ ବାପା

ଏହାକୁ ନେଇ ଦୁଇ ସାଙ୍ଗଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା । ଯାହା ପରବର୍ତ୍ତୀ ସମୟରେ ଉଗ୍ର ରୂପ ନେଇଥିଲା । ଶାବିର ଉତ୍ୟକ୍ତ ହୋଇ ଅମ୍ବାଦାସଙ୍କ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ । ଏହି ଦୃଶ୍ୟ ଦେଖି ଉପସ୍ଥିତ ଗାଁ ଲୋକେ ହତବାକ୍ ହୋଇଯାଇଥିଲେ । ପରେ ଅମ୍ବାଦାସଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ସ୍ବାସ୍ଥ୍ୟବସ୍ଥା ସଂକଟାପନ୍ନ ହେବାରୁ ଓସମାନିଆ ଜେନେରାଲ ହସ୍ପିଟାଲକୁ ସ୍ଥାନାନ୍ତରିତ କରଯାଇଥିଲା । ତେବେ ପୀଡିତଙ୍କ ଶରୀରର ପ୍ରାୟ ୪୦ ଭାଗ ପୋଡି ଯାଇଥିବା ଜଣାପଡିଛି । ବର୍ତ୍ତମାନ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି ।

ଏହାମଧ୍ୟ ପଢନ୍ତୁ: ଟଙ୍କା ପ୍ରଲୋଭନ ଦେଖାଇ ୧୪ ବର୍ଷର ନାବାଳକଙ୍କୁ ଯୌନ ଶୋଷଣ

ଏନେଇ ଅଭିଯୋଗ ପରେ ପୋଲିସ ଆଇପିସିର ଧାରା ୩୦୭ରେ ମାମଲା ରୁଜୁ କରି ଅଭିଯୁକ୍ତ ସାଙ୍ଗ ଶାବିରକୁ ହେପାଜତକୁ ନେଇଛି । ଏହି ଘଟଣାରେ ଅଧିକ ତଦନ୍ତ ଜାରି ରହିଛି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆଲୋଡନ ଖେଳି ଯାଇଥିବାବେଳେ କୌଣସି ପ୍ରକାର ଉତ୍ତେଜନା ସୃଷ୍ଟି ହୋଇନଥିବା ପୋଲିସ ଜଣାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.