ETV Bharat / bharat

ଦୁଷ୍କର୍ମର ଶିକାର ହୋଇ ଶିଶୁକୁ ଜନ୍ମ ଦେଲେ ନାବାଳିକା, ନବଜାତକର ଗଳା କାଟି ଦେଲେ ପୀଡିତାଙ୍କ ବାପା

author img

By

Published : Mar 8, 2023, 2:15 PM IST

ନାବାଳିକା ଜନ୍ମ ଦେଲେ ପିଲା । ଏପରି ଅଭାବନୀୟ ଘଟଣା ଘଟିଛି ମହାରାଷ୍ଟ୍ରର ପାଟନା ତାଲୁକା ଅଞ୍ଚଳରେ । ଅଧିକ ପଢନ୍ତୁ

minor girl became pregnant
ପିଲା ଜନ୍ମ କଲା ନାବାଳିକା

ପାଟନା: ଦୁଷ୍କର୍ମର ଶିକାର ହେବାପରେ ଜଣେ ନାବାଳିକା ଗର୍ଭବତୀ ହୋଇଥିଲେ । ଏହାପରେ ଘରେ ଏକ ଶିଶୁକୁ ଜନ୍ମ ଦେଇଥିଲେ । ହେଲେ ଶିଶୁଟି ଜନ୍ମ ନେବାପରେ କ୍ରୋଧରେ ଜର୍ଜରିତ ହୋଇ ପୀଡ଼ିତାଙ୍କ ବାପା ନବଜାତକର ଗଳା କାଟି ହତ୍ୟା କରିଛନ୍ତି । ଏହି ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ମହାରାଷ୍ଟ୍ରର ପାଟନା ତାଲୁକା ଅଞ୍ଚଳରୁ ଏହି ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି । ନାବିଳାଙ୍କୁ ଦୁର୍ଷ୍କମ ହୋଇଥିବା ଧେବେୱାଡି ପୋଲିସ ଷ୍ଟେସନରେ ଅଭିଯୋଗ ହୋଇଥିଲା । ଘଟଣାରେ ସମୃକ୍ତ ଯୁବକଙ୍କ ନାମରେ ପୋସ୍କୋ ଅଧୀନରେ ମାମଲା ରୁଜ୍ଜୁ ହୋଇଥିଲା । ଯୁବକଙ୍କୁ ପୋଲିସ ରିମାଣ୍ଡରେ କୋର୍ଟ ପଠାଇଥିଲା । ନାବାଳିକା ଜଣକ ଜନ୍ମ ଦେଇଥିବା ନବଜାତକର ଗଳା କାଟି ହତ୍ୟା କରିବା ପରେ ଅଭିଯୁକ୍ତ ପିତାଙ୍କୁ ଗିରଫ କୋର୍ଟ ଚାଲାଣ କରିଛି ପୋଲିସ।

ସୂଚନା ମୁତାବକ, ପାଟନା ତାଲୁକା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଦୁର୍ଷ୍କମ ଅଭିଯୋଗ ହୋଇଥିଲା । ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତକୁ ରିମାଣ୍ଡରେ ନେଇଥିଲା । ନାବାଳିକାଙ୍କ ଡାକ୍ତରୀ ପରୀକ୍ଷା କରାଯାଇଥିଲା । ମେଡିକାଲ ଅଧିକାରୀଙ୍କ ପରୀକ୍ଷା ମୁତାବକ ସେ ଗର୍ଭବତୀ ନଥିବା କଥା କୁହାଯାଇଥିଲା । ପୋଲିସ ଘଟଣା ବାବଦରେ ମଧ୍ୟ ନାବାଳିକା ଜଣଙ୍କୁ ପଚରାଉଚରା କରିଥିଲା । ପରବର୍ତ୍ତୀ ସମୟରେ ନାବାଳିକା ଜଣଙ୍କ ଗର୍ଭବତୀ ଥିବା ଖବର ଜାଣିବାକୁ ମିଳିଥିଲା ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା ।

ଏହା ବି ପଢନ୍ତୁ....ଲିଙ୍ଗ ପରିବର୍ତ୍ତନ କରି ଝିଅ ହୋଇଥିଲେ, ସମାଜ ଗ୍ରହଣ ନକରିବାରୁ ଜୀବନ ହାରିଲେ

ଏହା ବି ପଢନ୍ତୁ...ପାରିବାରିକ କଳହର କରୁଣ ପରିଣତି, ସାନିଟାଇଜର ଢାଳି ସ୍ତ୍ରୀକୁ ଜାଳିଦେଲା ସ୍ବାମୀ

ଘରେ ପିଲାଟିକୁ ଜନ୍ମ ଦେଇଥିଲେ ନାବାଳିକା । ନବଜାତକର କାନ୍ଦ ଶୁଣିଲେ କାଳେ ପଡ଼ୋଶୀ ଜାଣିଯିବେ ସେହି ଭୟରେ ପୀଡ଼ିତାଙ୍କ ପିତା ନବଜାତକର ମୁଣ୍ଡ ଉପରେ ପ୍ରହାର କରିଥିଲେ। ଶିଶୁଟି କାନ୍ଦିବାରୁ ତା ଗଳା କାଟି ଅଲଗା ଦେଇଥିଲେ ପୀଡ଼ିତାଙ୍କ ବାପା । ପ୍ରମାଣ ନଷ୍ଟ କରିବାକୁ ନବଜାତକର ମୁଣ୍ଡ ଡ୍ରେନରେ ଫୋପାଡି ଥିଲେ । ଏହାକୁ ନେଇ ପୀଡିତା ଜଣକ ପୋଲିସକୁ ସୂଚନା ଦେଇଛନ୍ତି । ପୋଲିସ ଘଟଣାର ଖବର ପାଇଁ ଘଟଣାସ୍ଥଳରୁ ପ୍ରମାଣ ସଂଗ୍ରହ କରିଥିଲା । ଘଟଣା ସାମ୍ନାକୁ ଆସିବା ପରେ ପୀଡିତାଙ୍କ ବାପାଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଘଟଣାର ତଦନ୍ତ ଜାରି ରହିଥିବା ବେଳେ କୋର୍ଟ ପୀଡିତାଙ୍କ ବାପାଙ୍କୁ ରିମାଣ୍ଡରେ ପଠାଇଛି । ତଦନ୍ତ ପରେ ପ୍ରକୃତ ସତ୍ୟ ପଦାକୁ ଆସିବ ବୋଲି ସ୍ଥାନୀୟ ଥାନାଧିକାରୀ ସୂଚନା ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.